।। ବାଲିଗୁଡା ବନଖଣ୍ଡ କାର୍ଯ୍ୟାଳୟ ରେ ଗଣେଶ ପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ।।

Sep 22, 2023 - 22:00
 0  9
।। ବାଲିଗୁଡା ବନଖଣ୍ଡ କାର୍ଯ୍ୟାଳୟ ରେ ଗଣେଶ ପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ।।

କନ୍ଧମାଳ:(କୋରାପୁଟ ପ୍ରଥମ ଖବର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଖଣ୍ଡିୟ ବନାଧିକାରୀ ଙ୍କ କାର୍ଯ୍ୟଳୟ ପରିସର ମଧ୍ୟରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଗଣେଶ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ବିଭିନ୍ନ ରେଞ୍ଜରେ କାର୍ଯ୍ୟରତ ବନ କର୍ମଚାରୀ ମାନେ ଅଂଶ ଗ୍ରହଣ କରି ନିଜ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ l ଏଥିରେ ଆଦିବାସୀ, ସମ୍ବଲପୁରୀ, ଓ ଆଧୁନିକ ନୃତ୍ୟ ସଙ୍ଗୀତ ରେ ମଞ୍ଚ ଦୁଲୁକିଥିଲା l ବାଲିଗୁଡ଼ା ଓ କୋଟଗଡ ରେଞ୍ଜ ପକ୍ଷରୁ ଲୋକନୃତ୍ୟ ଓ କ୍ଷୁଦ୍ର ନାଟକ ମାଧ୍ୟମ ରେ ଜଙ୍ଗଲ କ୍ଷୟ ବନ୍ୟ ଜନ୍ତୁ ସୁରକ୍ଷା ଉପରେ ଏକ ସଚେତନ ଧର୍ମୀ ନାଟକ ଉପସ୍ଥାପନା କରିଥିଲେ l ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଡିଏଫ୍ଓ ବିଶ୍ୱରାଜ ପଣ୍ଡା, ଏସିଏଫ୍ ସୌମ୍ୟ ରଞ୍ଜନ ସାହୁ, ମନୋରଞ୍ଜନ ବାଗ, ପ୍ରଫୁଲ୍ଲ ମଲିକ, ରେଞ୍ଜର ଅତୁଲ୍ୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି କଳା ନୈପୁଣ୍ୟ ପ୍ରଦର୍ଶନ କରିଥିବା କଳାକାର ଙ୍କୁ ପୁରସ୍କୃତ କରି ଥିବା ବେଳେ ଦୀର୍ଘ ଦଶ ବର୍ଷ ହେବ ଜଙ୍ଗଲ ପରିବେଶ ଓ ବନ୍ୟ ପ୍ରାଣୀ ଙ୍କ ସୁରକ୍ଷା ପାଇଁ ସଚେତନ କରୁଥିବା ଯୁବ ନାଟ୍ୟକାର ତଥା ଯୁବ ସମାଜସେବୀ ପ୍ରମୋଦ କୁମାର ଦଣ୍ଡସେନା ଙ୍କୁ ବାଲିଗୁଡା ଡିଏଫ୍ଓ ବିଶ୍ଵରାଜ ପଣ୍ଡା ସମ୍ମାନିତ କରିଥିଲେ l ଫରେଷ୍ଟର ପ୍ରଭାତ କୁମାର ଦୋରା ଓ ଲିଜା ପଟ୍ଟନାୟକ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l

 କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ