।। ବାଲିଗୁଡ଼ା ଏନ୍ଏସିରେ ସାଂସଦଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ।।

Sep 9, 2023 - 05:31
 0  11
।। ବାଲିଗୁଡ଼ା ଏନ୍ଏସିରେ ସାଂସଦଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ।।

କନ୍ଧମାଳ:(କୋରାପୁଟ ପ୍ରଥମ ଖବର): ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ବାସୀଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପ୍ରକଳ୍ପ ଗୁଡିକୁ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ଶୁଭ ଉଦଘାଟନ କରିଛନ୍ତି।

ପ୍ରଥମେ ବାଲିଗୁଡ଼ାର ୫୯ ନଂ ଜାତୀୟ ରାଜପଥ କଡ଼ରେ ଥିବା ପୁରାତନ ଶ୍ମଶାନର ମୋଡେଲ୍ କ୍ରେମେଟୋରିୟମ୍ ର ଶୁଭ ଉଦଘାଟନ କରିବା ପରେ ସଭାଗୃହ ସମ୍ମୁଖରେ ବନ୍ଦେ ଉତ୍କଳ ଜନନୀ ସେଲ୍ଫି ଜୋନ,

ପୋଷ୍ଟ ଅଫିସ୍ ଛକ ନିକଟରେ ବିଜୁ ଫୁଡ୍ କୋର୍ଟ ଓ ମାର୍କେଟ କମ୍ପ୍ଲେକ୍ସ, ବିଜୁ ଫିଟନେସ୍ ହବ୍, ବସଷ୍ଟାଣ୍ଡ ନିକଟ ପୋଖରୀରେ ଭାସମାନ ଶିବ ମୂର୍ତ୍ତି, ମୋ ବାଲିଗୁଡ଼ା ସେଲ୍ଫି ଜୋନ ସମେତ ମିଶନ୍ ଶକ୍ତି ଗୃହର ଶୁଭ ଉଦଘାଟନ କରିଛନ୍ତି କନ୍ଧମାଳ ସାଂସଦ ।

ଏହି କାର୍ଯ୍ୟକ୍ରମରେ ସାଂସଦଙ୍କ ସମେତ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର,

ସାଂସଦ ପ୍ରତିନିଧି ଟୁନା ଦାସ, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ବାଲିଗୁଡ଼ା ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତା, ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଉପାଧ୍ୟକ୍ଷା ଶାନ୍ତିଲତା ନାୟକ ଙ୍କ ସମେତ ସମସ୍ତ ଓ୍ବାର୍ଡ କାଉନସିଲର ମାନେ ଉପସ୍ଥିତ ଥିଲେ ।

ଏହି ପ୍ରକଳ୍ପ ମାଧ୍ୟମରେ ବାଲିଗୁଡ଼ା ସହରର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇପାରିଛି ଏବଂ ଅଞ୍ଚଳବାସୀ ମଧ୍ୟ ବେସ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ