।। ବରୀ ପଂଚାୟତ ସମିତି ବୈଠକ ।।

Jul 20, 2024 - 20:35
 0  163
।। ବରୀ ପଂଚାୟତ ସମିତି ବୈଠକ ।।

ଯାଜପୁର ତା ୨୦/୭/୨୪ (ଫାଷ୍ଟ ନ୍ୟୁଜ ଓଡ଼ିଶା)ପଂଚାୟତ ସମିତିର ଦ୍ୱିତୀୟ ସାଧାରଣ ବୈଠକ ଶନିବାର ବରୀ ବ୍ଲକ ସମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ବରୀ ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ, ବ୍ଲକ ଅଧକ୍ଷ ଅଶୋକ କୁମାର ଗେଡ଼ି, ଉପାଧକ୍ଷା ଅର୍ଚ୍ଚନା ମଲ୍ଲିକ,ମଣ୍ଡଳ ଉନ୍ନୟନ ଅଧିକାରୀ ପଞ୍ଚାନନ ମଲ୍ଲିକ, ତହସିଲଦାର ସାଇ ଶ୍ରୀ ଲୋକନାଥ ପ୍ରସାଦ ସେଠି,ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ମହେଶ୍ୱର ସେଠି ଯୋଗଦେଇ ପଂଚାୟତର ବିଭିନ୍ନ ସମସ୍ୟା ସମ୍ପର୍କ ରେ ଆଲୋଚନା କରିଥିଲେ। ପ୍ରକାଶ ଥାଉକି ଶ୍ରୀ ମଲ୍ଲିକ ବ୍ଲକ କାର୍ଯ୍ୟାଳୟରେ ପହଂଚିବା ପରେ ବ୍ଲକ ପ୍ରଶାସନ ତରଫରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ତାକୁ ସମ୍ବର୍ଦ୍ଧିତ କରିଥିଲେ । ସ୍ୱାସ୍ଥ୍ୟ, ଶିକ୍ଷା,କୃଷି ଓ ଗମନାଗମନ ଆଦି ସମସ୍ୟାକୁ ଗୁରୁତ୍ୱ ଦେବା କ୍ଷେତ୍ରରେ ଆମେ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ପାଇଁ ବିଧାୟକ ଶ୍ରୀ ମଲ୍ଲିକ କହିଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ, ଦିଲ୍ଲୀପ ମହାନ୍ତି, ସନ୍ତୋଷ ସାମଲ,ସଭ୍ୟା ସୁମିତ୍ରା ଯାଦବ, ବ୍ଲକ ସଭାପତି କେଦାର ସାମଲ, ପଂଚାୟତ ର ସରପଂଚ,ସମିତି ସଭ୍ୟ,ସଭ୍ୟା,ବ୍ଲକ ମୁଖ୍ୟ କିରାଣୀ ସରୋଜ ମହାନ୍ତି,ଜିପିଓ ଲକ୍ଷ୍ମୀକାନ୍ତ ମହାରଣା,ବ୍ଲକ ର ସମସ୍ତ ବିଭାଗର ଅଧିକାରୀଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ