।। ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଭର୍ଚୁଆଲ ମୋଡ ରେ PVTV ହିତାଧିକାରୀ ଙ୍କ ସହ ବାର୍ତ୍ତାଳାପ ।।
କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କୁ ଦୁର୍ଗମ ଅଂଚଳରେ ବସ ବାସ କରୁଥିବା ଆଦିମ ଆଦିବାସୀଙ୍କ ନିକଟରେ ପହଞ୍ଚି।ଇବା ଲକ୍ଷରେ ଆଜି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ୍ ଲାଇଭ୍ ଯୋଗାଯୋଗ ମଧ୍ୟମରେ ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ୍ ଚାଟିକଣା ଆଦିବାସି TiC କେନ୍ଦ୍ର ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଆଦିମ ଆଦିବାସୀ PVTV ହିତାଧୀକାରୀ ମାନଙ୍କ ସହ କଥା ହୋଇଥିଲେ। ଏହି ପରିପ୍ରେକ୍ଷୀରେ ଆଜି ନିୟମଗିରୀ ପଦଦେଶର ଚାଟିକଣା ଠାରେ ଅଧିବାସୀଙ୍କ ନିକଟରେ କେନ୍ଦ୍ର ସରକାର ଙ୍କ ଦ୍ଵାରା ପ୍ରଚଳିତ ପି.ଏମ୍.ଜନ୍.ମନ୍ ଯୋଜନା ଯଥା -ସଡ଼କ, ଜଳ, ସ୍ଵାସ୍ଥ୍ୟ, ଟେଲି ଯୋଗାଯୋଗ, ବିଦ୍ୟୁତ, ବାସଗୃହ ଭଳି ମୌଳିକ ଯୋଜନା ଦୃତ ଗତିରେ ଆଦିମ ଆଦିବାସୀଙ୍କ ନିକଟର ପହଞ୍ଚାଇବା ଲକ୍ଷରେ ଏହିସବୁ ବିଷୟରେ ଆଲୋକ ପାତ କରିଥିଲେ । ଏହି ଭର୍ଚୁଆଲ୍ ଲାଇଭ୍ ଯୋଗାଯୋଗ ଦେଶର ୧୮ ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଂଚଳରେ ୨୩୦୦୦ ଗ୍ରାମରେ ବସବାସ କରୁଥିବା ପ୍ରାୟ ୩୯ ଲକ୍ଷ ଆଦିମ ଅଧିବାସୀ ସହ ଜୋଡ଼ିତ କରିବା ଏହାର ଲକ୍ଷ୍ୟ ଥିବା ପ୍ରଧାନ ମନ୍ତ୍ରୀ ପ୍ରକାଶ କରିଛନ୍ତି ।
ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
1