ପିଏମ ଶ୍ରୀ ଉତ୍ସବ
କୋଲାବିରା,୧୭।୧ (ଫାଷ୍ଟ ନ୍ୟୁଜ ଓଡିଶା ): କୋଲାବିରା ବ୍ଳକ ରଘୁନାଥପାଲି ସ୍ଥିତ ପିଏମ ଶ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ପିଏମ ଶ୍ରୀ ଉତ୍ସବ ଅନୁଷ୍ଠିତ ହୋଇଛି। ମୁଖ୍ୟଅତିଥି ଭାବେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରି ଶିକ୍ଷା ହିଁ ଆମ ସମାଜର ମୂଳ ନୂଆ ବୋଲି ବିଧାୟକ ମତବ୍ୟକ୍ତ କରିଥିଲେ। କୋଲାବିରା ବ୍ଳକ ଶିକ୍ଷା ଅଧିକାରୀ ପ୍ରକାଶ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ବକ୍ତା ଭାବେ ଲଇକେରା ବ୍ଳକ ଶିକ୍ଷା ଅଧିକାରୀ ହିମାଂଶୁ ବାଗ, ସମ୍ମାନିତ ଅତିଥି ଭାବେ ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ବିଶ୍ବାଳ, ବିଦ୍ୟାଳୟ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପ୍ରଧାନ ଓ ସୁରେଶ ଚନ୍ଦ୍ର ସାହୁ ଯୋଗଦେଇଥିଲେ। ଏ ଅବସରରେ ବିଦ୍ୟାଳୟର ବାର୍ଷିକ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସମୀକ୍ଷା ସାହୁ ସ୍ବାଗତ ଭାଷଣ ଓ ପ୍ରଧାନ ଶିକ୍ଷକ ଭୋଲାନାଥ ସାହୁ ଧନ୍ୟବାଦ ଦେଇଥିଲେ। ଏହାସହ ବିଦ୍ୟାଳୟରେ ଅନୁଷ୍ଠିତ ଦୋକାନ ଯାତ୍ରା, ସାହିତ୍ୟ ସୃଜନୀ ପ୍ରଦର୍ଶନୀ ଓ ବିକଶିତ ଓଡିଶା ପ୍ରଦର୍ଶନୀକୁ ମଧ୍ୟ ବିଧାୟକ ଉଦ୍ଘାଟନ କରି ପରିଦର୍ଶନ କରିଥିଲେ। ଅପରାହ୍ନରେ ବିଇଓ ପ୍ରକାଶ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ରାଧାକାନ୍ତ ଗଡତିଆ ମୁଖ୍ୟଅତିଥି, ଝାରସୁଗୁଡ଼ା ବିଇଓ ଅନିଲ ପଟେଲ ମୁଖ୍ୟ ବକ୍ତା ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନିଲାଞ୍ଚଲ୍ ପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁରେଶ ସାହୁ ଧନ୍ୟବାଦ ଦେଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଭୋଳାନାଥ ସାହୁ, ଶିକ୍ଷକ ଭକ୍ତଚରଣ ମାକର, ମନୋଜ ମହାପାତ୍ର, ଶିକ୍ଷୟିତ୍ରୀ ପଦ୍ମିନୀ ଭୋଇ, ସମୀକ୍ଷା ସାହୁ, ପ୍ରକାସିନି ପଟେଲ, ମିନି ବେହେରା, ପରିଚାଳନା କମିଟି ସଦସ୍ୟ ଜ୍ୟୋସ୍ନା ମହାପାତ୍ର, ତୃପ୍ତିରାଣୀ ମହାପାତ୍ର, ଗୌରୀଶଙ୍କର ସାହୁ, ଚିନ୍ତାମଣି ପ୍ରଧାନ, ରୂପେଶ ମେହେର, ସୁଜାତା ବଢେଇ, ରେବତୀ ଭାଇ ପ୍ରମୁଖ ସହଯୋଗ କରିଥିଲେ ।
କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?
Like
2
Dislike
0
Love
0
Funny
0
Angry
0
Sad
0
Wow
0