।। ପଟ୍ଟାଙ୍ଗି ପଂଚାୟତ ସମିତି ବୈଠକ ହୋହାଲ୍ଲା ରେ ସରିଲା ।।

Aug 8, 2024 - 12:08
 0  12
।। ପଟ୍ଟାଙ୍ଗି ପଂଚାୟତ ସମିତି ବୈଠକ ହୋହାଲ୍ଲା ରେ ସରିଲା ।।

ଆଜି କୋରାପୁଟ ଜିଲ୍ଲା ସୀମାନ୍ତ ପଟ୍ଟାଙ୍ଗି ବ୍ଲକ ର କନଫରେନ୍ସ ହଲ ଠାରେ ପଂଚାୟତ ସମିତି ବୈଠକ ଅନୁଷ୍ଠିତ କରାହାଇଥିଲା l ଉକ୍ତ କାର୍ଯ୍ୟକ୍ରମ ଟି ପଟ୍ଟାଙ୍ଗି ଗୋଷ୍ଠି ଉନ୍ନୟନ ଅଧିକାରୀ ସୁକାନ୍ତ ପଟ୍ଟନାୟକ ଙ୍କ ଅଧକ୍ଷତାରେ ଅନୁଷ୍ଠିତ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ପଟ୍ଟାଙ୍ଗି ବ୍ଲକ ଅଧକ୍ଷା କଳ୍ପନା ପାଙ୍ଗି, ସନ୍ନମାନିତ ଅତିଥି ଭାବେ ଯୋଗଦେଇଥିଲେ ଉପାଧକ୍ଷ ପଟ୍ଟାଙ୍ଗି ତ୍ରିନାଥ କୋଟା, ଜିଲ୍ଲାପରିଷ -1ପଟ୍ଟାଙ୍ଗି ଟୀକାଇ ଗେମେଲ, ଜିଲ୍ଲାପରିଷ-2 ପଟ୍ଟାଙ୍ଗି ଲଇଛନ ଖରା, ଓ ସାଂସଦ ପ୍ରତିନିଧି ଶୂକ୍ରା ଖରା, ବିଧାୟକ ପ୍ରତିନିଧି ପଟ୍ଟାଙ୍ଗି ଅର୍ଜୁନ ବାଙ୍କା ଙ୍କ ସମେତ ପ୍ରତେକ ପଂଚାୟତର ସରପଞ୍ଚ ଏବଂ ସମିତି ମେମ୍ବର ମାନଙ୍କୁ ନେଇ ଏହି ବୈଠକ ଆରମ୍ଭ କରାଯାଇଥିଲା l ବିଶେଷ କରି ଏହି ବୈଠକରେ କୃଷି ବିଭାଗ, ଉଦ୍ୟାନ ବିଭାଗ, ପଶୁ ବିଭାଗ,ପ୍ରଭୁତିର ବିଭିନ୍ନ ବିଷୟମାନ ଆଲୋଚନା ପରେ ସ୍ୱାସ୍ଥ୍ୟବିଭାଗ ଉପରେ ବିଶେଷ କରି ଜନ୍ମ ଓ ମୃତ୍ୟୁ ସାର୍ଟିଫିକେଟ ବିଷୟକୁ ନେଇ ସମିତି ମିଟିଙ୍ଗରେ ଉଠିଲା କଥା ଏହି ବିଷୟକୁ ନେଇ ହୋହାଲ୍ଲା କଲେ ଜନପ୍ରତିନିଧି l କାରଣ 20 ଦିନ ଭିତରେ ଜନ୍ମମୃତ୍ୟୁ ସାର୍ଟିଫିକେଟ ମିଳିବାର ପ୍ରାବଧାନ ରହିଥିବା ବେଳେ ମାସ ମାସ ଧରି କାହିଁକି ଲୋକଙ୍କୁ ହଇରାଣ କରାଯାଉଛି ତାହା ପ୍ରଶ୍ନ ଉଠାଇଥିଲେ l ତେବେ ଭାରପ୍ରାପ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଏହାକୁ ସୁଧାର କରାଯିବା ନେଇକହିଥିଲେ l ତତପରେ ଶିଶୁ ବିକାଶ ଓ ସମନୟ ବିକାଶ ବିଭାଗକୁ ନେଇ ବିଶେଷ ଭାବେ କିଭଳି ପିଲାମାନଙ୍କୁ ଛତୁଆ ପ୍ରଦାନ କରାଯାଉଛି ବୋଲି ଉପସ୍ଥିତ ଜନପ୍ରତିନିଧି ପ୍ରଶ୍ନ କରିଥିଲେ ଆଉ ଛତୁଆ ର ମାନ ଆଗାମୀ ଦିନରେ ଯାଞ୍ଚ କରାଯିବ ନେଇ ମଧ୍ୟ ଆଲୋଚନା କରାଯାଇଥିଲା l ଜଳ ବିଭାଗକୁ ଆଗାମୀ ଦିନରେ ପାଣି ସମସ୍ୟା କିଭଳି ଦୂର ହେବ ସେଥିପାଇଁ ଦୃଷ୍ଟି ଦେବାକୁ କହିଥିଲେ l ବିଶେଷକରି ବ୍ଲକ ସ୍ତୋରୀୟ ଉନ୍ନତି ମୂଳକ କାର୍ଯ୍ୟ ବିଷୟକୁ ନେଇ ବିଭାଗୀୟ ଅଧିକାରୀ ଏଇଇ ସମେତ ଜେଇ ମାନଙ୍କୁ ନିଜ ମନ ମୁତାବକ ପଂଚାୟତ ସମେତ ବ୍ଲକର ଜନପ୍ରତିନିଧି ମାନଙ୍କୁ ଅବଗତ ନକରେଇବା ସହିତ ଜେଇ ବାବୁ ମାନେ ଆସିଥିବା ଉନ୍ନତିମୂଳକ କାର୍ଯ୍ୟ ଗୁଡିକୁ ବାଣ୍ଟୁ ଥିବା ବିଷୟରେ ବ୍ଲକ ଅଧକ୍ଷା କଳ୍ପନା ପାଙ୍ଗି କହିଥିଲେ ଆଉ ଯଦି ଆଗାମୀ ଦିନରେ ଏଭଳି ହୁଏ ତେବେ କାର୍ଯ୍ୟର ଫାଇଲ ମଧ୍ୟ ଚିରିବାକୁ ପଛେଇବି ନାହିଁ ବୋଲି କହିଥିଲେ ଆଉ ଶେଷରେ ବିଡ଼ିଓ ଓ ବ୍ଲକ ଅଧକ୍ଷତା ଙ୍କ ଦ୍ଵାରା ବୈଠକ ସମାପ୍ତ କରାଯାଇଥିଲା ।

କୋରାପୁଟ ରୁ ରୁପ ଖରା ଙ୍କ ରିପୋର୍ଟ First news odisha

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ