।। ପଞ୍ଚାୟତ ସମିତି ମୁନିଗୁଡ଼ା ସଦ୍ ଭାବନା ସଭା ଗ୍ରୃହଠାରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।।

Jul 20, 2024 - 12:12
 0  11
।। ପଞ୍ଚାୟତ ସମିତି ମୁନିଗୁଡ଼ା ସଦ୍ ଭାବନା ସଭା ଗ୍ରୃହଠାରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।।

ରାୟଗଡା ଜ଼ିଲ୍ଲା ମୁନିଗୁଡା ବ୍ଲକ ର ପଞ୍ଚାୟତ ସମିତି ସଦ୍ ଭାବନା ଗୃହ ଠାରେ ନିର୍ବାଚନ ପରେ ଥର ମୁନିଗୁଡା ବ୍ଲକ ର 17 ଗୋଟି ପଂଚାୟତର ସମସ୍ତ ସରପଞ୍ଚ ତଥା ସମିତି ମେମ୍ବର ଙ୍କୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ! ଉକ୍ତ ମୁନିଗୁଡ଼ା ପଞ୍ଚାୟତ ସମିତି ସଦ୍ ଭାବନା ସଭା ଗ୍ରୃହଠାରେ ସାଧାରଣ ବୈଠକ ରେ ନବ ନିର୍ବାଚିତ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନୀଳମାଧବ ହିକକା, ଯୋଗ ଦାନ ଦେଇଥିବା ବେଳେ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ମାଧବୀ କନ୍ଧ ପାଣି ,ସମେତ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରମତୀ ଦୁଃଖିନୀ ନୁଣ୍ଡୃକା , ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଆଦର୍ଶ କୁ ଶୁଲିଆ, ଜିଲ୍ଲା ପରିଷଦ ସଦସ୍ୟ ସନ୍ତୋଷ ସୁନା ଏମ୍ ପି , ପ୍ରତି ନିଧି ମାନସ ରଞ୍ଜନ ବେହେରା , ସମେତ ମୁନିଗୁଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିୟତମ କୁମାର ତନ୍ତୀ, ପ୍ରମୁଖ ଉପସ୍ଥିତ ଥିବା ବେଳେ ବିଗତ ବୈଠକ ଗୁଡିକରେ ସାଧାରଣ ଲୋକଙ୍କୁ ସରକାରୀ ଯୋଜନା ଗୁଡିକ କିଭଳି ଭାବେ ପହଂଚିବ ସେଥିପ୍ରତି ଧ୍ୟାନ ଦେବା ନିମନ୍ତେ ଆଲୋଚନା ହୋଇଥିଲା । ଆଜି ପ୍ରଥମ ଥର ପାଇଁ ବିଧାୟକ ଙ୍କ ଉପସ୍ଥିତି ରେ ସାଧାରଣ ଲୋକଙ୍କ ପାଇଁ ଆସୁଥିବା ଯୋଜନା କେତେ ମାତ୍ରା ରେ ପହଂଚି ନାଇଁ ତା ଉପରେ ବିଶେଷ ଗୁରୁତ୍ୱ ଦେଇ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଓ ଗମନା ଗମନ ଦିଗରେ ବିଶେଷ ଗୁରୁତ୍ୱ ଦେଇ ମୁନିଗୁଡା ବ୍ଲକ କୁ ବିକାଶ ର ଶୀର୍ଷ ରେ ପହଂଚାଇବା ଦିଗରେ ଗୁରୁତ୍ୱ ଦେବାକୁ ସମସ୍ତ ବିଭାଗ କୁ ଗୁରୁତ୍ୱରୋପ ପାଇଁ ବିଶେଷ ଆଲୋଚନା କରାଯାଇଥିଲା ।

 ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ