।। ନ୍ୟlସନାଲ କଲେଜ ଠାରେ ଜ଼ିଳ୍ଲl ସ୍ତରୀୟ ସଂlସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ।।

Jan 31, 2024 - 21:32
 0  12
।। ନ୍ୟlସନାଲ କଲେଜ ଠାରେ ଜ଼ିଳ୍ଲl ସ୍ତରୀୟ ସଂlସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ।।

ନୂଆପଡା : ନୂଆପଡା ନ୍ୟlସନାଲ କଲେଜ ଠାରେ ଜ଼ିଲ୍ଲା ପ୍ରଶାସନ ଦ୍ୱାରା ଆଜି ଜ଼ିଳ୍ଲl ସ୍ତରୀୟ ସଂlସ୍କୃତିକ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜ଼ିଲ୍ଲାପାଳ ଭୀମସେନ ଶବର ନୂଆପଡା, ଜ଼ିଲ୍ଲା ପରିଷଦ ଉପ ସଭାପତି ଦୀପିକା ଦୀପ, ନୂଆପଡା ବିଧାୟକ ପ୍ରତିନିଧି ଜୟ ଢୋଲକିୟ, କଲେଜ ପରିଚାଳନା ସଭାପତି ସିତୁ ବୋଧନକର, କଲେଜ ଅଧ୍ୟକ୍ଷ ହିତେଶ କୁମାର ସାହୁ, ଦୁର୍ଲଭ ଚରଣ ବେହେରା, ନୃସିହ ଚରଣ ସାହୁ, ବୈଦନାଥ ଗଡତିଆ, ମମତା ପଟ୍ଟନାୟକ, ନନ୍ଦିନୀ ମଞ୍ଜୁରୀ ହୋତା, ପ୍ରଣତି ପଣ୍ଡା, ଡ଼. ମିନାକ୍ଷୀ ଦାସ, କପିଲ ଦେବ ପାଣିଗ୍ରାହି, ଡ଼. ପ୍ରମୋଦ ରାଉତ, ଶିବ ପ୍ରସାଦ ଚଲାଣ, ଗୋପାଳ ସୁନା, ସୋନାଲି ଚନ୍ଦ୍ରକାର, ରଶ୍ମି ରଣା ମାଝୀ, ରୁଚିକା ସାହୁ, ବୀଣାପାଣି ସାହୁ, ଅବନୀ ଦାସ, ବିଜୟ ପରିଡା, ଯଶୋବନ୍ତ ଭୋଇ, ତଥା ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ଯୋଗଦାନ କରିଥିଲେ l କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗଣେଶଙ୍କ ଫୋଟୋ ଚିତ୍ରକୁ ପୂଜାର୍ଚନା ସହ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରାଯାଇଥିଲା ଏହି ପ୍ରତିଯୋଗିତାରେ 3ଟି +2 ଦଳ ଓ 7ଟି ଡିଗ୍ରୀ କଲେଜ, 3ଟି ଦଳ ବିଭିନ୍ନ ପ୍ରତିଯୋଗିତା ଯଥା : ତର୍କ, ଚିତ୍ରାଙ୍କନ, ପେଣ୍ଟିଙ୍ଗ, ଗୀତ (ବୋଳା ) ଗୀତ (ସାମୁହିକ) ନାଚ (ଏକଲା) ନାଚ (ସାମୁହିକ) ଷ୍ଟାଣ୍ଡ ଅଫ କମେଡି, ଏକକ ଅଭିନୟ ହୋଇଥିଲା l ଶେଷରେ ବିଜେତା ମାନଙ୍କ ନାମ ଘୋଷଣା କରାଯାଇଥିଲା ସେମାନଙ୍କୁ ଫେବୃଆରୀ 2 ତାରିଖରେ କଲେଜ ପଡିଆରେ ଜ଼ିଲ୍ଲା ଉତ୍ସବରେ ପୂରୁସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି l ନୋଡାଲ ଅଫିସର ପ୍ରକାଶ କୁମାର ସାହୁ ଓ ଡ଼. ପ୍ରମୋଦ କୁମାର ରାଉତ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଶେଷରେ ସମସ୍ତଙ୍କ ସହଯୋଗ ଓ ସଫଳ ପାଇଁ ସମସ୍ତଙ୍କୁ କଲେଜ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା l ସହିଦ ଦିବସ ଉପଲକ୍ଷେ ସକାଳ 10 ଘଟିକାରେ ପ୍ରେକ୍ଷାଳୟରେ 2 ମିନିଟ ନିରବ ପ୍ରାର୍ଥନା କରାଯାଇଥିଲl l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ