।। ନୂତନ ବିଡ଼ିଓଙ୍କ ଯୋଗଦାନ ।।

Nov 1, 2023 - 15:53
 0  56
।। ନୂତନ ବିଡ଼ିଓଙ୍କ ଯୋଗଦାନ ।।

ନୁଆପଡ଼ା: ନୂଆ ପଡ଼ା ସଦର ବ୍ଲକରେ ନୂତନ ବିଡ଼ିଓ ଭାବେ ବିପିନ ବିହାରୀ ଦୀପ ଯୋଗଦାନ କରିଛନ୍ତି । ସେ ଏହା ପୂର୍ବରୁ ଟିଟିଲାଗଡ଼ ମ୍ୟୁନିସିପାଲିଟି ରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ରୂପେ କାର୍ଯ୍ୟ ତୁଲାଉଥିଲେ । ଏବେ ନୂତନ ବିଡ଼ିଓ ଭାବେ ନୂଆପଡ଼ା ସଦର ବ୍ଲକରେ ଯୋଗଦାନ କରିଛନ୍ତି ଶ୍ରୀ ଦୀପ । ନୂତନ ବିଡ଼ିଓଙ୍କୁ ସମସ୍ତ ବ୍ଲକ କର୍ମଚାରୀ ବଡ଼ ବାବୁ ଶ୍ରୀ ଧର୍ମରାଜ ନାଏକଙ୍କ ନେତୃତ୍ଵରେ ସ୍ଵାଗତ କରାଯାଇଥିଲା । ଅନ୍ୟ ପକ୍ଷରେ ବ୍ଲକ ଅଧକ୍ଷା ତାରେଶ୍ଵରି ସାହୁ, ଉପାଧକ୍ଷ ଦିଲୀପ ନିର୍ମଳ କର, ଏବଂ ଜିଲ୍ଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ ସ୍ଵାଗତ ଜଣାଇଥିଲେ । ବିଡ଼ିଓ ଶ୍ରୀ ଦୀପ କହିଥିଲେ ଯେ ନୂଆପଡ଼ା ଗୋଟିଏ ଉପାନ୍ତ ବ୍ଲକ ତେଣୁ କରି କେମିତି ବ୍ଲକର ବିକାଶ ଶହ ଉନ୍ନତି ମାର୍ଗରେ ଯାଇପାରିବ ସେଥି ପ୍ରତି ଧ୍ୟାନ ଦେଇ ବ୍ଲକ ଉନ୍ନତି ପ୍ରତି ଧ୍ୟାନ ଦେବି ବୋଲି ସେ ପ୍ରକାଶ କରିଛନ୍ତି |

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ