।। ନୂଆପଡ଼ାରେ ମାଓବାଦୀଙ୍କ ବର୍ବର କାଣ୍ଡ ।।

Aug 25, 2023 - 16:01
 0  23
।। ନୂଆପଡ଼ାରେ ମାଓବାଦୀଙ୍କ ବର୍ବର କାଣ୍ଡ ।।

ନୂଆପଡ଼ା ମାଓବାଦୀଙ୍କ ବର୍ବର କାଣ୍ଡ। ଜେସିବି ପୋଡିବା ସହ ଭାଙ୍ଗିଦେଲେ ଫରେଷ୍ଟ କ୍ବାଟର। ଗୁରୁବାର ବିଳମ୍ବିତ ରାତିରେ ନୂଆପଡ଼ା ଥାନା ଅଭୟାରଣ୍ୟ ଭିତରେ ଥିବା ଗୋଲାବନ୍ଧ ଗାଁରେ ଏଭଳି ଘଟଣା ଘଟିଛି। ଏବେ ଘଟଣା ସ୍ଥଳରେ ୮ଟି ପଲିଥିନରେ ହାତ ଲେଖା ବ୍ୟାନର ଛାଡି ଯାଇଛନ୍ତି। ସୂଚନାନୁଯାୟୀ, ଗୁରୁବାର ରାତି ପ୍ରାୟ ୧ଟାରେ ପାଖାପାଖି ୧୫ ରୁ ୨୦ ମାଓବାଦୀ ଆସି ନୂଆପଡ଼ା ଥାନା ଅଭୟାରଣ୍ୟ ଭିତରେ ଥିବା ଗୋଲାବନ୍ଧ ଗାଁରେ ବର୍ବର କାଣ୍ଡ ଘଟାଇଛନ୍ତି । ଜେସିବି ପୋଡିବା ସହ ଫରେଷ୍ଟ କ୍ବାଟର ଭାଙ୍ଗି ଦେଇଛନ୍ତି। ଏବେ ଘଟଣା ସ୍ଥଳରେ ୮ଟି ପଲିଥିନରେ ଲାଲ ରଙ୍ଗରେ ହାତ ଲେଖା ବ୍ୟାନର ଛାଡି ଯାଇଛନ୍ତି । ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସାମ୍ରାଜ୍ୟବାଦକୁ ବିରୋଧ କରିବା ସହ ଜଳ, ଜମି, ଜଙ୍ଗଲ ଆନ୍ଦୋଳନକୁ ଜୋରଦାର କରିବାକୁ ଆହ୍ଵାନ କରିଛନ୍ତି । ପୋଷ୍ଟର ତଳେ ମେନପୁର-ନୂଆପଡ଼ା ଡିଭିଜନ ବୋଲି ଉଲ୍ଲେଖ କରିଛନ୍ତି । ଏବେ ଗାଁରେ ଭୟର ବାତାବରଣ ଖେଳି ଯାଇଛି । ବର୍ତ୍ତମାନ ସୁଦ୍ଧା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ନାହିଁ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ