ନୂଆପଡା ବି.ଜେ.ପି. ତରଫରୁ କୋମନା ବ୍ଲକ ଘେରାଉ

Nov 24, 2023 - 20:09
 0  32
ନୂଆପଡା ବି.ଜେ.ପି. ତରଫରୁ କୋମନା ବ୍ଲକ ଘେରାଉ

ନୂଆପଡା : ଭାରତୀୟ ଜନତା ପାର୍ଟି, ନୂଆପଡା ଜିଲ୍ଲା କୋମନା ବ୍ଲକ ତରଫରୁ ରାଜ୍ୟ ବିଜେପି ର ଆହ୍ୱାନ କ୍ରମେ କଳାହାଣ୍ଡି ମାନ୍ୟବର ସାଂସଦ ଶ୍ରୀ ବସନ୍ତ ପଣ୍ଡା ଙ୍କ ନେତୃତ୍ୱରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଯଦୁମଣି ପାଣିଗ୍ରାହୀଙ୍କ ସଂଯୋଜନା ରେ ଜନ ଆକ୍ରୋଶ ବ୍ଲକ ଘେରାଉ କାର୍ଯ୍ୟକ୍ରମ ମୁତାବକ କୋମନା ବ୍ଲକ କୁ ହଜାର ହଜାର ସଂଖ୍ୟାରେ ବିଜେପି କର୍ମକର୍ତ୍ତା ଓ ଜନ ସାଧାରଣ ଘେରାଉ କରିଥିଲେ । ନିର୍ବାଚିତ ପ୍ରତିନିଧି ଙ୍କ ସରକାର ରେ କର୍ତ୍ତୃତ୍ୱ ନାହିଁ l ରାଜ୍ୟର ସୁରକ୍ଷା ଓ ମଙ୍ଗଳ ଦୃଷ୍ଟିରୁ ଏ ସରକାର ର ଶୀଘ୍ର ଅନ୍ତ ହେବା ଆଜିର ସମୟ ର ଡାକରା ଓ ଆହ୍ୱାନ ବୋଲି ସାଂସଦ ଶ୍ରୀ ପଣ୍ଡା ସରକାର ବିରୁଦ୍ଧରେ ଆକ୍ରମଣାତ୍ମକ ଢ଼ଙ୍ଗରେ ମତ ପ୍ରଦାନ କରିଥିଲେ । ନବୀନ ଓଡିଶା ଆମ ଓଡ଼ିଶା କାର୍ଯ୍ୟକ୍ରମ ନାମରେ ପଂଚାୟତ ପାଇଁ ଉଦ୍ଦିଷ୍ଟ ଅର୍ଥ ଏବଂ ଏକ ଅଗଣତନ୍ତ୍ରିକ ଓ ଅଣରାଜନୈତିକ ପଦ୍ଧତିରେ ଚାଲୁଥିବା ଶାସନ ବ୍ୟବସ୍ଥା ରାଜ୍ୟରେ ଖୁଲମଖୁଲା ଦୁର୍ନୀତି ଚାଲିଛି ବୋଲି ବିଭିନ୍ନ ବକ୍ତା ତାଙ୍କ ବକ୍ତବ୍ୟ ରଖିଥିଲେ । ସ୍ଥାନୀୟ ପ୍ରସଙ୍ଗ ଉପରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ପାଣିଗ୍ରାହୀ, ଧାନ ମଣ୍ଡି ରେ ଚାଷୀଙ୍କ ଶୋଷଣ, ବିଜୁଳି ବିଭାଗରେ ଟାଟା କମ୍ପାନୀ ର ଦୌରାତ୍ମ୍ୟ, ଜିଲ୍ଲାର ଦାଦନ ସମସ୍ୟା, ବକେୟା ଫସଲ ବିମା ପ୍ରଦାନ ଓ ଏଥିରେ ହୋଇଥିବା ଦୁର୍ନୀତିର ତଦନ୍ତ, ମକା ମଣ୍ଡି ଓ କପା ମଣ୍ଡି ଖୋଲିବା ପାଇଁ ବ୍ୟବସ୍ଥା, ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତିରେ ରାଜ୍ୟ କେଡର ହଟେଇ ଜିଲ୍ଲା କେଡର କରିବା, ଜିଲ୍ଲାରେ ବିଫଲଗାମୀ ମନରେଗା ଯୋଜନାର ଦୁର୍ନୀତି ବନ୍ଦ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ନିର୍ମାଣ ଶ୍ରମିକ ଙ୍କ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବା, ଖାଲି ଥିବା ସମସ୍ତ ଡାକ୍ତର ପଦବୀ ପୁରଣ କରିବା, ସମସ୍ତ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗେଇବା, ବେନିୟମ ଭାଟି କୋଠି ବନ୍ଦ କରିବା, ସମସ୍ତ ଦରଖାସ୍ତକାରୀ ଙ୍କୁ ଜଙ୍ଗଲ ଜମି ପଟ୍ଟା ଯୋଗେଇବା ଇତ୍ୟାଦି ପ୍ରସଙ୍ଗ ଓ ସମସ୍ୟା ଗୁଡିକର ଶୀଘ୍ର ସମାଧାନ ପାଇଁ ଦାବୀ ଉପସ୍ଥାପନ କରିଥିଲେ । ବିକ୍ଷୋଭ ପ୍ରଦର୍ଶନ ପରେ ମାନ୍ୟବର ସାଂସଦ ଶ୍ରୀ ପଣ୍ଡା ବ୍ଲକ ସମ୍ମୁଖରେ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ବସି ରହି ଗୋଟି ଗୋଟି କରି ବିଭିନ୍ନ ବିଭାଗର ପ୍ରଶ୍ନ, ପ୍ରସଙ୍ଗ, ଦାବି ଓ ଅଭିଯୋଗ ଗୁଡିକ ଉପରେ ଗୋଟିଏ ପ୍ରକାର ଜନ ଶୁଣାଣୀ କରି ସମସ୍ତ ଅଧିକାରୀ ମାନଙ୍କୁ ଗରୀବ ଜନ ସାଧାରଣ ଙ୍କ ଦରଖାସ୍ତ ପ୍ରାୟ ଦୁଇ ହଜାର ପ୍ରଦାନ କରି ଶୀଘ୍ର ସମାଧାନ ପାଇଁ ପରାମର୍ଶ ଦେଇଥିଲେ। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଯଦୁମଣି ପାଣିଗ୍ରାହୀ ଏହି ଆନ୍ଦୋଳନ ର ସମସ୍ତ ଆୟୋଜନ ର ସମ୍ପୂର୍ଣ୍ଣ ଦାୟିତ୍ବ ନେଇଥିଲେ।ଏହି ଆନ୍ଦୋଳନ ରେ ବିଜେପି ରାଜ୍ୟକାର୍ଯ୍ୟକରିଣୀ ସଦସ୍ୟ ଶ୍ରୀ ପ୍ରସନ୍ନ ପାଢ଼ୀ, ଖରିଆର ରୋଡ଼ ଏନ ଏ ସି ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗୋଲଡି ଅଗ୍ରୱାଲ, ବିକ୍ରମ ଆଡ଼ବଙ୍ଗ ଚନ୍ଦନ ଠାକୁର, ସହଦେଵ ପ୍ରଧାନ, ମାର୍କଣ୍ଡ ବାଗ, ଫୁଲେଶ୍ୱର ଶବର, ଲାଲା ରାମ ସାହୁ, ପଣ୍ଡୁ ରଣା, କରୁଣା ହୋତା, ସଦାନନ୍ଦ ଯୋଶୀ, ଯୋଗ ମାଝୀ,ଦିଗାମ୍ବର ଦୀପ, ଧର୍ମୁ ସୁନାନୀ, ନିଳାଦ୍ରୀ ଆଡ଼ବଙ୍ଗ, ଜଗବନ୍ଧୁ ଆଡ଼ବଙ୍ଗ, ବଳିରାମ ସାହୁ, କୁନୁ ମାଝୀ, ହେମଲାଲ ରାଉତ, ଶଙ୍କର ଅହୀର, ବଂଶୀ ମାଝୀଦେବେନ୍ଦ୍ର ରାଉତ, ନାରାୟଣ ହଂସ, ଗଣ୍ଡାରାମ ସାଗରିଆ, ପାନ୍ନାଲାଲ ରାଉତ,ଇନ୍ଦ୍ର ସୁନା, ଯଦୁମଣି ହଂସ ପ୍ରମୁଖଙ୍କ ସମେତ ପଚିଶ ଶହ ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଓ ସାଧାରଣ ଲୋକ ଏହି ଆନ୍ଦୋଳନ ରେ ସାମିଲ ହୋଇଥିଲେ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ