।। ନୂଆପଡା ଜ଼ିଲ୍ଲା ବିଜେପି ପକ୍ଷରୁ ୮ ଘଣ୍ଟିଆ ବନ୍ଦ ଡ଼ାକରାରେ ସାରା ଜ଼ିଲ୍ଲା ବନ୍ଦ ପାଳନ ସଫଳ ।।

Jan 5, 2024 - 16:37
 0  37
।। ନୂଆପଡା ଜ଼ିଲ୍ଲା ବିଜେପି ପକ୍ଷରୁ  ୮ ଘଣ୍ଟିଆ ବନ୍ଦ ଡ଼ାକରାରେ ସାରା ଜ଼ିଲ୍ଲା ବନ୍ଦ ପାଳନ ସଫଳ ।।

ନୂଆପଡା :- ନୂଆପଡା ଜ଼ିଲ୍ଲା ଭାରତୀୟ ଜନତା ପାର୍ଟି ନୂଆପଡା ଶଖା ତରଫରୁ ଆଜି ୫ ଶୁକ୍ରବାର ସକାଳ ୬ ଘ.ରୁ ଅପରାହ୍ନ ୨ଘ.ପର୍ଯ୍ୟନ୍ତ ୮ ଘଣ୍ଟିଆ ଜ଼ିଲ୍ଲା ବନ୍ଦ ପାଳନ ପାଇଁ ବିଜେପି ପକ୍ଷରୁ ଡାକରା ଦେଇଥିଲା l ଆଜି ନୂଆପଡା ଏକତା ଛକ ଠାରେ ବିଜେପି କର୍ମୀ ମାନେ 353 ଜାତୀୟ ରାଜପଥ କୁ ଅବରୋଧ କରିଥିବାର ଦେଖାଯାଇଥିଲାବେଳେ ବ୍ୟବସାୟୀକ ପ୍ରତିଷ୍ଠାନ, ରାସ୍ତା ଘାଟ, ବ୍ୟାଙ୍କ, ବିଦ୍ୟାଳୟ, ସରକାରୀ କାର୍ଯ୍ୟାଳୟ, ସମସ୍ତ ମଣ୍ଡି, ରାଜ୍ୟ ସରକାରଙ୍କ ଚାଷ ଓ ଚାଷୀ ମାରଣ, ଧାନର ଅଭାବୀ ବିକ୍ରୀ ସହ କଟନୀ ଛଟନୀ ବନ୍ଦ ହେବା, ଚାଷ କାମ ପାଇଁ ମାଗଣାରେ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣା ଦିଆଯାଉ l ବୋରୱେଲ ଦରଖାସ୍ତ ରେ ସିକ୍ୟୁରିଟୀ ଜମା ବାବଦ କୁ ୨୦,୦୦୦ ହଜାର ଟଙ୍କା ବଦଳ ରେ ରିହାତି ଦେଇ ୧୦,୦୦୦ ଟଙ୍କା କରାଯାଉ l ଜିଲ୍ଲାର ଅନେକ ସ୍ଥାନରେ ଚାଷୀଙ୍କ ଡିପ ବୋରୱେଲ ଖନନ କରିଥିଲେ ମଧ୍ୟ ଆସନ୍ତା ରବି ଫସଳକୁ ଦୃଷ୍ଟିରେ ରଖି ଯୁଦ୍ଧ କାଲିନ ଭିଭିରେ ବିଦ୍ୟୁତ ସଂଯୋଗ କରାଯାଉ । ଅହେତୁକ ବିଜୁଳୀ ଦର ଦାମ କମ୍ କରାଯାଉ । ମେଗା ଲିଫ୍ଟ ଜରିଆରେ ଲୋୟର ଇନ୍ଦ୍ର ପ୍ରକଳ୍ପ ଓ ଉଭୟ ମୁଖ୍ୟ କେନାଲ ରୁ ଉପଯୁକ୍ତ ସ୍ଥାନ ଚିହ୍ନଟ କରି ବୋଡେନ, ସିନାପାଲି, ଖଡିଆଳ ଓ କୋମନା ବ୍ଲକ ର ଯଥା ସମ୍ଭବ ଚାଷ ଜମିକୁ ଜଳ ସେଚିତ କାରଯାଉ । ଲୋୟର ଇନ୍ଦ୍ର ପ୍ରକଳ୍ପ ର କ୍ଷତି ଗ୍ରସ୍ତ ଚାଷୀ ଙ୍କ ସମସ୍ୟା ତୁରନ୍ତ ସମାଧାନ କରାଯାଉ ବୋଲି ଦାବି ରଖି ଆଜି ଏହି ବନ୍ଦ ପାଳନର ଡକାର ଦେଇଥିଲାବେଳେ ନୂଆପଡା, କୋମନା, ଖରିଆର, ସିନାପାଲି, ବୋଡେ଼ନ ସାରା ଜ଼ିଲ୍ଲାରେ ଏହି ବନ୍ଦର ପ୍ରବାହ ଦେଖିବାକୁ ମିଳିଥିଲା ଏହି ବନ୍ଦ ବେଳେ ଜ଼ିଲ୍ଲାର ବରିଷ୍ଠ ବିଜେପି କାର୍ଯ୍ୟ କର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ