ନୂଆପଡ଼ା ଏବଂ ଖଡ଼ିଆଳ କାରାଗାର ପରିସରରେ ମୁଲାକାତ୍ ଆଇନ ସହାୟତା କେନ୍ଦ୍ର ଉଦ୍ଘାଟିତ
ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା କାରାଗାରର ଅନ୍ତେବାସୀଙ୍କୁ ସାକ୍ଷାତ ନିମନ୍ତେ ଆସିଥିବା ବ୍ୟକ୍ତିମାନଙ୍କ ପାଇଁ ନୂଆପଡ଼ା କାରାଗାର ପରିସରରେ ଆୟୋଜିତ ମୁଲାକାତ ଆଇନ ସହାୟତା କେନ୍ଦ୍ର ରେ ଉଦ୍ଘାଟିତ ହୋଇଯାଇଛି । ଉକ୍ତ ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଜିଲ୍ଲା ଓକିଲ ସଂଘ ସଚିବ ପ୍ୟାରିଲାଲ ଦେୱାଙ୍ଗନ, ପ୍ରାଧିକରଣର ସମ୍ମୁଖ କାର୍ଯ୍ୟାଳୟରେ କାର୍ଯ୍ୟରତ ପ୍ୟାନେଲ ଓକିଲ ସନ୍ଥରାମ ସାହୁ, ଉପ ମୁଖ୍ୟ ଆଇନ ସେବା ପ୍ରତିପକ୍ଷ ଓକିଲ ଅନୁପ ଶର୍ମା, ସହକାରୀ ଆଇନ ସେବା ପ୍ରତିପକ୍ଷ ଓକିଲ କାର୍ତ୍ତିକ ରାମ ବାଗ, କାରାଗାରର କର୍ତ୍ତୃପକ୍ଷ, ଏବଂ ପ୍ରାଧିକରଣର ଅଧିକାର ମିତ୍ରଗଣ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସଚିବ ନବନୀତା ଦାଶ ଜିଲ୍ଲା ଆଇନ ସେବା ପ୍ରାଧିକରଣର କାର୍ଯ୍ୟଶୈଳୀ, ମାଗଣା ଆଇନ ସେବା ଓ ଆଇନ ସେବା ପ୍ରାଧିକରଣ ଅଧିନିୟମ, ୧୯୮୭ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର କାର୍ଯ୍ୟଗୁଡ଼ିକ ବିଷୟରେ ବୁଝାଇଲେ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ମୁଲାକାତ ଆଇନ ସହାୟତା କେନ୍ଦ୍ରକୁ ଆସି ସେଠାରେ କାର୍ଯ୍ୟରତ ସରକାରୀ ଓକିଲ ଓ ଅଧିକାରମିତ୍ରଙ୍କ ଠାରୁ ମାଗଣା ଆଇନ ସହାୟତା ଏବଂ ଉପଦେଶ ନେବାକୁ କଏଦୀ ମାନଂକୁ ଭେଟିବାକୁ ଆସୁଥିବା ପରିବାରବର୍ଗ ଓ ବନ୍ଧୁପରିଜନଙ୍କୁ ଆହ୍ବାନ କରିଥିଲେ । ସେହିଭଳି, ଖଡ଼ିଆଳ ଜେଲରେ ମଧ୍ୟ ଆଭାସୀ ମାଧ୍ୟମରେ ପ୍ରାଧିକରଣର ସଚିବ ନବନୀତା ଦାଶଙ୍କ ଦ୍ୱାରା ଏକ ମୁଲାକାତ ଆଇନ ସେବା କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଖଡ଼ିଆଳ ଆଇନ ସେବା ସମିତିର ପ୍ୟାନେଲ୍ ଓକିଲ ଆଲୋକ ତିୱାରୀ ଜେଲ ଅଧୀକ୍ଷକ ଖଡ଼ିଆଳ ଏବଂ ଅଧିକାର ମିତ୍ରଗଣ ଉପସ୍ଥିତ ଥିଲେ ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0