।। ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୬ ଦଫା ଦାବି ନେଇ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଦାବିପତ୍ର ପ୍ରଦାନ ।।

Aug 5, 2023 - 21:32
 0  156
।। ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୬ ଦଫା ଦାବି ନେଇ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଦାବିପତ୍ର ପ୍ରଦାନ ।।

ତୁରନ୍ତ ପଦକ୍ଷପ ଗ୍ରହଣ କରାନଗଲେ ୧୬ ତାରିଖରୁ ରାଜ୍ୟରେ ସମସ୍ତ ସ୍କୁଲରେ ପଡ଼ିବ ତାଲା ସମୂହ ଛୁଟିରେ ରହି ଆନ୍ଦୋଳନରେ ସାମିଲ୍ ହେବେ ରାଜ୍ୟ ସରକାରଙ୍କୁ ଦେଲେ ଚେତାବନି ।

ଥୁଆମୂଳ ରାମପୁର,୫|୮:ଥୁଆମୂଳ ରାମପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ (ଏ. ୟୁ. ପି.ଟି.ଏଫ.) ସଭାପତି ଶ୍ରୀଯୁକ୍ତ ଅଜିତ କୁମାର ନାୟକଙ୍କ ନେତୃତ୍ୱରେ ୩ ଦଫା ସମୂହ ସହ ଥୁଆମୂଳ ରାମପୁର ମାଁ ମାଣିକେଶ୍ବରୀ ମନ୍ଦିର ଠାରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୃଙ୍ଖଳିତ ଭାବରେ ଏକ ଶୋଭା ଯାତ୍ରାରେ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟତ୍ରୀ ଏନ ପି ଏସ, ଯେଟି, ଯେଟିସି, ଏକ୍ସକେଡ଼ର, ଓ ପି ଏସ ମିଳିତ ଭାବରେ ଯୋଗଦାନ କରି ନିଜର ଦାବି ଗୁଡିକୁ ସ୍ଲୋଗାନ ମାଧ୍ୟମରେ ଉପସ୍ଥାପନା କରିଥିଲେ l

ଥୁଆମୂଳ ରାମପୁର ଏ ବି ଇ ଓ ତଥା ଭାରପ୍ରାପ୍ତ ବି ଇ ଓ ଶ୍ରୀ ସୁରେଶ ଚନ୍ଦ୍ର ବେହେରାଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ, ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ,ମାନ୍ୟବର ଗଣଶିକ୍ଷା ସଚିବ,୫ଟି ସଚିବ,ଗଣଶିକ୍ଷା ନିର୍ଦେଶକ ଭୁବନେଶ୍ୱରଙ୍କୁ ୩ ଦଫା ଦାବିର ସ୍ମାରକ ପତ୍ର ପ୍ରଦାନ କରିଥିଲେ।

ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ ସମସ୍ତ କନିଷ୍ଠଶିକ୍ଷକଙ୍କୁ ନିୟମିତ କରିବା ସହ ଶିକ୍ଷାକର୍ମୀ ଶିକ୍ଷା ସହାୟକଙ୍କ କାର୍ଯ୍ୟକାଳକୁ ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା, ଏକ୍ସକେଡର ଶିକ୍ଷକଙ୍କୁ କ୍ୟାଡ଼ର ଭୁକ୍ତ କରିବା, କଳା ଓ କ୍ରୀଡା ଶିକ୍ଷକଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରିବା,ସମସ୍ତ ବର୍ଗର ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ (ମୂଳବେତନ ଲେଭେଲ -୯, ଗ୍ରେଡ଼ପେ ୪୨୦୦ ଅନୁଯାୟୀ ) ଏବଂ ଏନ ପି ଏସ ଉଛେଦ କରି ପୁରୁଣା ପେନସନ ପୁନଃପ୍ରଚଳନ କରିବା ଭଳି ଏହି ୩ ପ୍ରମୁଖ ଦାବି ଉପସ୍ଥାପନା କରିଥିଲେ।

ଶନିବାର ଅନୁଷ୍ଠିତ ହୋଇଥିବା ଶୋଭା ଯାତ୍ରାରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଧୀରେନ୍ଦ୍ର ପଟ୍ଟନାଏକ, ଜିଲ୍ଲା ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଉପେନ୍ଦ୍ର ପ୍ରଧାନ, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ର ସମ୍ପାଦକ ସୁରେଶ ଚନ୍ଦ୍ର ନାଏକ,

ଉପସଭାପତି ସୁବାଷ ଚନ୍ଦ୍ର ନାଏକ, ଯୁଗ୍ମ ସମ୍ପାଦକ ଭବାନୀ ଶଙ୍କର ଗହୀର, ଅର୍ଣ୍ଣପୂର୍ଣ୍ଣ ବାଗ,ସଂଗ୍ରାମ କେଶରୀ ବେହେରା, ସଂଯୋଜକ ଚୈତନ୍ୟ ନାଏକ, କୋଷଦକ୍ଷ ମାଧବ ନାଏକ, ନୋଡାଲ ସି ଆର ସି ସି ସୁନାଧର ମାଝୀ, ଅଡ୍ରି ସି ଆର ସି ସି ଯଦୁମଣି ନାଏକ,

ପୂରୁଣାଗୁମା ସି ଆର ସି ସି ରଶ୍ମିରଞ୍ଜନ ସେଠି, ଜିଲ୍ଲା କୋର କମିଟି ସଦସ୍ୟ ରାମେଶ୍ୱର ନାଏକ, ତପନ କୁମାର ବେହେରା, ସୁବାଷଚନ୍ଦ୍ର ବିଶ୍ୱାଳ,ସି ଆର ସି ସି ବିଜନ କୁମାର ଯୋଶୀ, ପ୍ରଦୀପ କୁମାର ନାଏକ, ଅଜିତ କୁମାର ଦୁର୍ଗା ,ଡମ୍ବରୁଧର ନାଏକ, ମାନସ ମୋହନ ଦଳେଇ ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।

 କଳାହାଣ୍ଡି ଜିଲ୍ଲାରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 1
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ