ନାଲସା ଜାଗୃତି ଯୋଜନା ଅନୁଯାୟୀ ପ୍ରଚଳିତ 'ସୁରକ୍ଷିତ ବାଲ୍ୟକାଳ, ସୁରକ୍ଷିତ ଭବିଷ୍ୟ ' ଅଭିଯାନ ଅନ୍ତର୍ଗତ ପୋକ୍ସୋ ଅଧିନିୟମ ବିଷୟରେ ସଚେତନତା

May 30, 2026 - 19:49
 0  16
ନାଲସା ଜାଗୃତି ଯୋଜନା ଅନୁଯାୟୀ ପ୍ରଚଳିତ 'ସୁରକ୍ଷିତ ବାଲ୍ୟକାଳ,  ସୁରକ୍ଷିତ ଭବିଷ୍ୟ ' ଅଭିଯାନ ଅନ୍ତର୍ଗତ ପୋକ୍ସୋ ଅଧିନିୟମ ବିଷୟରେ ସଚେତନତା

ନୂଆପଡ଼ା ବ୍ଲକ ଅନ୍ତର୍ଗତ ସାଲିହା ଗ୍ରାମ ପଞ୍ଚାୟତରେ ସ୍ଥିତ ସାଲିହା ସେବାଶ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ନାଲସା ଦେୟ ମୁକ୍ତ ହେଲ୍ପଲାଇନ ନମ୍ବର ୧୫୧୦୦, ରାଜ୍ୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ପ୍ରଦାନ କରଯାଉଥିବା ବିଭିନ୍ନ ଆଇନ ସେବା, ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲସା)ର LSMS ୱେବ୍ ପୋର୍ଟାଲ୍ ରେ ଅନଲାଇନ୍ ଆବେଦନ ପ୍ରକ୍ରିୟା ତଥା ନାଲସା ଜାଗୃତି ଯୋଜନା ଅନୁଯାୟୀ ପ୍ରଚଳିତ 'ସୁରକ୍ଷିତ ବାଲ୍ୟକାଳ, ସୁରକ୍ଷିତ ଭବିଷ୍ୟ ' ଅଭିଯାନ ଅନ୍ତର୍ଗତ ପୋକ୍ସୋ ଅଧିନିୟମ ବିଷୟରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ସାଲିହା ସରପଞ୍ଚ ଶମ୍ଭୁ ଲାଲ ସାହୁ, ସେବାଶ୍ରମ ର ଅଧ୍ୟକ୍ଷ ଅନ୍ନପୂର୍ଣ୍ଣା ସାହୁ, ପି.ଇ.ଓ ପବିତ୍ର ମୋହନ ସାହୁ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ଏମ୍ ବି କେ, ବିଦ୍ୟାଳୟର ଶିକ୍ଷକବୃନ୍ଦ, ଛାତ୍ର ଛାତ୍ରୀ ଓ ଅଧିକାର ମିତ୍ରଗଣ ଉପସ୍ଥିତ ହୋଇ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ନାଲସା ଦେୟ ମୁକ୍ତ ହେଲ୍ପଲାଇନ ନମ୍ବର ୧୫୧୦୦, ରାଜ୍ୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ପ୍ରଦାନ କରଯାଉଥିବା ବିଭିନ୍ନ ଆଇନ ସେବା, ନାଲସା ୱେବ୍ ପୋର୍ଟାଲ୍ ରେ ଅନଲାଇନ୍ ଆବେଦନ ପ୍ରକ୍ରିୟା ତଥା ନାଲସା ଜାଗୃତି ଯୋଜନା ଅନୁଯାୟୀ ପ୍ରଚଳିତ 'ସୁରକ୍ଷିତ ବାଲ୍ୟକାଳ, ସୁରକ୍ଷିତ ଭବିଷ୍ୟ ' ଅଭିଯାନ ଅନ୍ତର୍ଗତ ପୋକ୍ସୋ ଅଧିନିୟମ ବିଷୟରେ ବିସ୍ତୃତ ଚର୍ଚ୍ଚା କରିଥିଲେ । ଏହି ଅବସରରେ ପ୍ରାଧିକରଣର ସଚିବ ନବନୀତା ଦାଶ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର କାର୍ଯ୍ୟଶୈଳୀ ତଥା ପୋକ୍ସୋ ପୀଡ଼ିତାଙ୍କୁ ମିଳୁଥିବା ବିଭିନ୍ନ ମାଗଣା ଆଇନ ସେବା ଓ ଓଡ଼ିଶା ପୀଡ଼ିତା ସହାୟତା ରାଶି ଯୋଜନା ବିଷୟରେ ଆଲୋକପାତ କରିଥିଲେ ।ସଚେତନତା କାର୍ଯ୍ୟକ୍ରମ ଉପରାନ୍ତେ ଏକ ପ୍ଲାଷ୍ଟିକ ଆବର୍ଜନା ସଫେଇ ଅଭିଯାନ ଆୟୋଜନ କରାଯାଇଥିଲା ଓ ପ୍ରାୟ 253 କିଲୋ ପ୍ଲାଷ୍ଟିକ ଆବର୍ଜନା ସଫା କରାଯାଇଥିଲା ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ