।। ନାରାୟଣ ଉଚ୍ଚ ବିଦ୍ୟାଳୟରେ ୬୯ତମ ବନ୍ୟପ୍ରାଣୀ ସପ୍ତାହ - ୨୦୨୩ ଏବଂ ଗାନ୍ଧୀ ଜୟନ୍ତୀ ପାଳନ ।।

Oct 2, 2023 - 16:16
 0  36
।। ନାରାୟଣ ଉଚ୍ଚ ବିଦ୍ୟାଳୟରେ ୬୯ତମ ବନ୍ୟପ୍ରାଣୀ ସପ୍ତାହ - ୨୦୨୩ ଏବଂ ଗାନ୍ଧୀ ଜୟନ୍ତୀ ପାଳନ ।।

ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ସ୍ଥିତ ନାରାୟଣ ଉଚ୍ଚ ବିଦ୍ୟାଳୟ ରେ ଗାନ୍ଧୀ ଜୟନ୍ତୀ ଏବଂ ଶାସ୍ତ୍ରୀ ଜୟନ୍ତୀ ସହ ୬୯ ତମ ବନ୍ୟ ପ୍ରାଣୀ ସପ୍ତାହ - ୨୦୨୩ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।।ପ୍ରଧାନ ଶିକ୍ଷୟିତ୍ରୀ କାଞ୍ଚନ ଷଡଙ୍ଗୀ ଙ୍କ ତତ୍ୱାବଧାନ ରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ବାହାରି ଗ୍ରାମ୍ୟ ପରିକ୍ରମା କରିଥିଲେ।ଏବଂ ବନ୍ୟ ପ୍ରାଣୀ ଙ୍କ ସୁରକ୍ଷା ବାର୍ତ୍ତା ପ୍ରଚାର କରିଥିଲେ।ଏହି କାର୍ଯ୍ୟକ୍ରମ ରେ ପଞ୍ଚୀଡା ରେଞ୍ଜର ସୁଶ୍ରୀ ଚନ୍ଦ୍ରମଣି ମୁର୍ମୁ,ସୁମନ୍ତ କୁମାର ପରିଡା(ଫରେଷ୍ଟର),ମାନସ ସେଠି(ଏଫ ଜି) ,ସୁଶାନ୍ତ ନାୟକ(ଏଫ ଜି)ଏବଂ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ରଶ୍ମିରଞ୍ଜନ ମିଶ୍ର, ପ୍ରଜ୍ଞ। ପାରମିତା ସାହୁ,ଗୋଦାବରୀ ବସନ୍ତରା(ସି ଆର ସି ସି) ଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ। ମହାପୁରୁଷ ଙ୍କ ଫୋଟୋ ରେ ପୁଷ୍ପ ମାଲ୍ୟ ଦେଇ ଛାତ୍ର ଛାତ୍ରୀ ଙ୍କୁ ବନ୍ୟ ପ୍ରାଣୀ ଙ୍କ ସୁରକ୍ଷା, ସଂଖ୍ୟା ଅଭିବୃଦ୍ଧି, ଏବଂ ସେମାନଙ୍କ ପାଇଁ ନାଗରିକ ର କର୍ତ୍ତବ୍ୟ ବିଷୟରେ ସୁଶ୍ରୀ ମୁର୍ମୁ ଉଦବୋଧନ ଦେଇଥିଲେ।ପରିଶେଷରେ ବରିଷ୍ଠ ଶିକ୍ଷକ ରଶ୍ମିରଞ୍ଜନ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।

 ବଲାଙ୍ଗୀର ଜିଲ୍ଲାରୁ ସତ୍ୟଜିତ ସଡଙ୍ଗୀଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ