ପିଏମଶ୍ରୀ ବି.ବି.ହାଇସ୍କୁଲ୍, ଲାଇନପଡ଼ା ଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି
ଚକାପାଦ:୭/୭(ଫାଷ୍ଟ ନ୍ୟୁଜ ଓଡ଼ିଶା) କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ ଲାଇନପଡା ରେ ଥିବା ପିଏମଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୋମନାଥ ସାହାଣୀ ଙ୍କ ଅଧ୍ୟକ୍ଷତାରେ ବନମହୋତ୍ସବ ୨୦୨୬ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥିଗଣ ଟିକାବାଲି ଫରେଷ୍ଟର ଶ୍ରୀଯୁକ୍ତ ଦୁର୍ଗାମାଧବ ଦାସ, ରେଞ୍ଜର ଶ୍ରୀଯୁକ୍ତ ରଶ୍ମିରଞ୍ଜନ ସ୍ୱାଇଁ,ଶଙ୍କରାଖୋଲ ଫରେଷ୍ଟ ଗାଡ଼ ଶ୍ରୀଯୁକ୍ତ ଏସ୍.ସନ୍ତୋଷକୁମାର ରାଉତ ଯୋଗଦେଇ ଥିଲେ । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୋମନାଥ ସାହାଣୀ ପ୍ରଥମେ ବନମହୋତ୍ସବ ର ଲକ୍ଷ୍ୟ-ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ଓ କହିଥିଲେ,"ପ୍ରତିବର୍ଷ ଜୁଲାଇ ୧ ରୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ବନମହୋତ୍ସବ ପାଳନ କରାଯାଇଥାଏ।"ବୃକ୍ଷ ହିଁ ମସଗ୍ର ସୃଷ୍ଟି ର ଜୀବନ"ଏହାର ଯତ୍ନ ଆମ ସଭିଙ୍କ ପ୍ରଥମ କର୍ତ୍ତବ୍ୟ। ବିଶିଷ୍ଟ ଅତିଥି ଶ୍ରୀ ଯୁକ୍ତ ଦାସ କହିଯାଇଥିଲେ "ବୃକ୍ଷରାଜି ର ଅନେକ ଉପକାରିତା ରହିଛି ତେଣୁ ବୃକ୍ଷ ହିଁ ଆମର ବଞ୍ଚିବା ର ଏକମାତ୍ର ଉପାୟ। ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ତଥା ଜୁନିୟର ରେଡ଼କ୍ରସ୍ ଚକାପାଦ ବ୍ଲକ୍ ର କାଉନସିଲର ଶ୍ରୀଯୁକ୍ତ ସୁଶୀଳ କୁମାର ପାରାସେଠ କହିଥିଲେ ସମସ୍ତ ଜୀବଜଗତ ର ସୁସ୍ଥତା ଆଣିଦେଇଥାଏ ବୃକ୍ଷ। ପ୍ରତିଦିନ ଆମେ ବୃକ୍ଷରୋପଣ କରିବା ନିତାନ୍ତ ଜରୁରୀ ଅଟେ। ବିଦ୍ୟାଳୟ ର କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ସୁଶୀଳ କୁମାର କହଁର କହିଛନ୍ତି ବୃକ୍ଷ ହିଁ ଆମକୁ ସବୁଜ-ଶ୍ୟାମଳ ପରିବେଶ ଦେଇଥାଏ ଯାହା ଦ୍ୱାରା ଆମେ ଦୀର୍ଘାୟୁ ହୋଇଥାଉ। ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ତଥା ସଙ୍ଗୀତକାର ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ କାର୍ଯ୍ୟକ୍ରମ କୁ ବେଶ୍ ସରସ ସୁନ୍ଦର ଭାବେ ପରିଚାଳନା କରିବା ସହିତ କହିଛନ୍ତି "ବୃକ୍ଷ ହିଁ ଶିକ୍ଷ୍ ବରୈ ଦିନ-ରାତି" ଅର୍ଥାତ୍ ବୃକ୍ଷ ଠାରୁ ଆମେ ଦିନ-ରାତି ଅନେକ ଶିକ୍ଷା ଲାଭ କରିଥାଉ। ବୃକ୍ଷ ବା ନଦୀ ସେମାନେ କେବେ ନିଜ ପାଇଁ ବଞ୍ଚନ୍ତି ନାହିଁ, ସଦାସର୍ବଦା ଅନ୍ୟର ଉପକାରରେ ହିଁ ଲାଗିଥାଆନ୍ତି।" ପରେ ପରେ ସମସ୍ତ ଅତିଥି ଙ୍କ ସହିତ ସମସ୍ତ ଛାତ୍ର ଛାତ୍ରୀ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏକାଠି ହୋଇ ବିଭିନ୍ନ ପ୍ରକାରର ବୃକ୍ଷ ନେଇ ବୃକ୍ଷରୋପଣ କରିଥିଲେ।ଯଥା କାଜୁ,ଡାଳିମ୍ବ,ସଜନା,ସୀତାଫଳ,କାଠବାଦାମ,ବେଲ,ଜାମୁ,ରାଧାଚୂଡ଼ା,ଅ ମୃତଭଣ୍ଡା, ଅଅଁଳା ଆଦି ଅନେକ ବୃକ୍ଷ କୁ ନେଇ ରୋପଣ କରାଯାଇଥିଲା। ବର୍ଷା ସମୟ ର ଅନୁକୂଳ ପାଣିପାଗ କୁ ନେଇ ବନମହୋତ୍ସବ ର ବୃକ୍ଷରୋପଣ କାର୍ଯ୍ୟଟି ବ୍ୟବସ୍ଥିତ ଢଙ୍ଗରେ ସୁନ୍ଦର ହୋଇଥିଲା। ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଶ୍ରୀମତୀ ବାସନ୍ତୀ ପ୍ରଧାନ,ଶ୍ରୀ ତରଣୀ ହରିପାଲ୍,ଶ୍ରୀ ଅନନ୍ତ ମହାକୁଡ଼ ,ଶ୍ରୀ ରତ୍ନନାଭ ଭୋଇ,ଶ୍ରୀଯୁକ୍ତ ସ୍ମୃତିକାନ୍ତ ମହାରଥ, ଶ୍ରୀଯୁକ୍ତ ବିଶ୍ୱାମିତ୍ର ଭୋଇ,ଶ୍ରୀଯୁକ୍ତ ପ୍ରମୋଦ କୁମାର ବେହେରା ଆଦି ସମସ୍ତ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଶେଷ ରେ ସମସ୍ତ ଅତିଥିଙ୍କ ଦ୍ଵାରା ବନମହୋତ୍ସବ ର ଉପଦେଶାତ୍ମକ ସନ୍ଦେଶ ଓ ବାର୍ତ୍ତା ପ୍ରଦାନ କରାଯିବା ସହିତ ଧନ୍ୟବାଦ ସହ କାର୍ଯ୍ୟ ସମାପନ ହୋଇଥିଲା।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0