ପଞ୍ଚାୟତସ୍ତରୀୟ ବିକାଶଧାରା କାର୍ଯ୍ୟକ୍ରମ

Jun 24, 2026 - 16:45
 0  4
ପଞ୍ଚାୟତସ୍ତରୀୟ ବିକାଶଧାରା କାର୍ଯ୍ୟକ୍ରମ

କିର୍ମିରା ୨୩।୬(ଫାଷ୍ଟ ନିଉଜ ଓଡ଼ିଶା) ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ କିର୍ମିରା ବ୍ଳକ କିର୍ମିରା ଓ ଭୀମଯୋର ପଞ୍ଚାୟତ ସ୍ତରୀୟ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କିର୍ମିରା ପଞ୍ଚାୟତରେ ପିଇଓ ଜଗବନ୍ଧୁ ଧୁରୁଆଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ବାବୁଲାଲ କିସାନ,ସରପଞ୍ଚ ସନ୍ତୋଷିନୀ ପଟେଲ, କିର୍ମିରା ବିଜେପି ମଣ୍ଡଳ ସଭାପତି ଉର୍ଦ୍ଧବ ସିଂହ ନାଏକ ଅତିଥି ଭାବରେ ଯୋଗ ଦେଇ ଥିବା ବେଳେ ଭୀମଯୋର ପଞ୍ଚାୟତରେ ବିଜେପି ମଣ୍ଡଳ ସମ୍ପାଦକ ଝସକେତନ ପ୍ରଧାନ,ଯୁବନେତା ଜାମିନୀକାନ୍ତ ନାଏକ, ସରପଞ୍ଚ ମନ ବାଗ ଯୋଗ ଦେଇ ଗତ ଦୁଇ ବର୍ଷରେ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ମହିଳା ସଶକ୍ତିକରଣ, ଭିତ୍ତିଭୂମି ବିକାଶ, ମୌଳିକ ସାମାଜିକ ସୁବିଧା ସହ ଗ୍ରାମୀଣ ପରିବର୍ତ୍ତନ ଓ ସୁଶାସନ ଜନ କଲ୍ୟାଣ ବିକାଶ କ୍ଷେତ୍ରରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗ ଅଧିକାରୀ ସରକାରଙ୍କ ଯୋଜନା ବିଷୟରେ ମତବ୍ୟକ୍ତ କରିଥିଲେ । ଯୋଗାଣ ସହାୟକ ଯତିନ ପଶାୟତ,ସୁଶାନ୍ତ ପିଙ୍ଗ,ଏଡ଼ିଇଓ ରାଜେଶ କୁମାର ସାହୁ, ଶ୍ରୀକାନ୍ତ ବାରିକ,ଏମବିକେ ରାଜେଶ୍ଵରୀ ପଟେଲ, ସୁଭାଶିନୀ କର୍ତ୍ତା ସହଯୋଗ କରିଥିଲେ।ମହିଳା ସଂଘ,ଅଙ୍ଗନବାଡୀ କର୍ମୀ, ଆଶା, ସିଆରପି,ପ୍ରାଣୀ ମିତ୍ର, କୃଷି ମିତ୍ର ଜନସାଧାରଣ ଉପସ୍ଥିତ ଥିଲେ। *କିର୍ମିରା ରୁ ଦେବାଶିଷ ସିଂହ ଠାକୁରଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା*

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ