ଦାଦନ ମୁକ୍ତ କନ୍ଧମାଳ ଜିଲ୍ଲା ସ୍ତରୀୟ ଗଠନ ପାଇଁ ଯୁବ ସମାବେଶ:ନିଜ ଅଧିକାର ପାଇଁ ଏକତା ହେବେ ଶ୍ରମିକ ଯୁବକ ଯୁବତୀ
କନ୍ଧମାଳ ୨/୦୭/୦୨୬(ଫାଷ୍ଟ ନ୍ୟୁଜ୍ ଓଡ଼ିଶା)(ସଲମନ୍ ବିନ୍ଧାଣୀ ଙ୍କ ରିପୋର୍ଟ୍)ଦାଦନ ମୁକ୍ତ କନ୍ଧମାଳ ଜିଲ୍ଲା ସ୍ତରୀୟ ଗଠନ ପାଇଁ ଯୁବ ସମାବେଶ। ନିଜ ଅଧିକାର ପାଇଁ ଏକତା ହେବେ ଶ୍ରମିକ ଯୁବକ ଯୁବତୀ। କନ୍ଧମାଳ ଜିଲ୍ଲାର ଜିଲ୍ଲା ବାସୀଙ୍କ କହିବା କଥା ୧ ମାସ କି ୨ ମାସ ନୂହେ କିମ୍ବା ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ବର୍ଷ ବର୍ଷ ଧରି କନ୍ଧମାଳ ଜିଲ୍ଲାରୁ ବହୁ ସଂଖ୍ୟାରେ ପରିବାରର ପ୍ରତିପୋଷଣ ନେଇ ନିଜର ପରିବାର କୁ ଛାଡି ବାହାର ରାଜ୍ୟ ଅର୍ଥାତ୍ କେରଳ, ତାମିଲନାଡୁ, ଭଳି ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଅନେକ ଶ୍ରମିକ ଯୁବକ ଯୁବପିଢ଼ି ମାନେ ବିଭିନ୍ନ କମ୍ପାନୀରେ କାମ କରି ନାହିଁ ନଥିବା ନିର୍ଯାତନା ପାଇ ଅସୁବିଧାର ସମ୍ମୁଖୀନ ହେଇ ଅନେକ ଯୁବକ ଯୁବତୀ କମ୍ପାନୀ ମାନଙ୍କ ଠାରୁ ଶିକାର ହୋଇ ବହୁ ସଂଖ୍ୟାରେ ମୃତ୍ୟୁ ବରଣ ହେଇଥିବା ନଜିର ରହିଛି। ଦୁଃଖ ଓ ପରିତାପର ବିଷୟ ଯେଉଁ ମାନେ ଖଟିବାକୁ ଯାଇ ମୃତ୍ୟୁ ବରଣ କରିଛନ୍ତି ସେମାନଙ୍କର ଶବକୁ ନିଜ ଅଞ୍ଚଳକୁ ଆଣିବାକୁ ସୁବିଧା ନଥିବାରୁ ଅନେକ ମୃତ୍ୟୁ ଶବ ଉକ୍ତ ରାଜ୍ଯ ରେ ଫୋପାଡ଼ି ଦିଆଯାଇଛି। ଗରିବ ନିରିହ ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କର ଏକମାତ୍ର ପୁଅକୁ ହରେଇଛି ଆଉ କିଏ ନିଜ ସ୍ଵାମୀକୁ ହରେଇଛି ଆଉ କିଏ ଭାଇକୁ ହରେଇଛି ଏମିତି ଅନେକ ଘଟଣା ଘଟିଯାଇଥିଲେ ମଧ୍ୟ ଗରିବ ନିରିହଙ୍କ ମୌଳିକ ସମସ୍ୟାରୁ ବଞ୍ଚିତ ଦିଗରେ ନା କାର୍ଯ୍ୟ କରୁଛନ୍ତି ବିଧାୟକ ବିଧାୟିକା ନା ସାଂସଦ ଲୋକସଭା ପ୍ରତିନିଧି।ଏ ମାନେ ଭୋଟ ସମୟରେ ମାଳ ମାଳ ମିଛ କଥା କହି ଭୋଟ ହାତାନ୍ତି ଭୋଟ ପାଇସାରିଲା ପରେ କିଏ କାହାର ବୋଲି କହନ୍ତି। ଏଣୁ ଏହି ନେତା ନେତ୍ରୀ ମାନଙ୍କର ଅପରାଗତା ଏବଂ ବୈମାତୃକ ମନୋଭାବକୁ ଲୋକେ ପ୍ରଶ୍ନ ବାଚି ସୃଷ୍ଟି କରିବା ସମେତ ଅଙ୍ଗୁଳି ନିର୍ଦ୍ଦେଶ କରିସାରିଲେଣି। ଏହି ଦିଗରେ କନ୍ଧମାଳ ଜିଲ୍ଲା ଏକ ଶିଳ୍ପ ବିହୀନ ଜିଲ୍ଲା ହୋଇ ଥିବାରୁ ଏଠାକାର ଜନସାଧାରଣ ମାନଙ୍କ ଠାରୁ ଆରମ୍ଭ କରି କି ଯୁବ ପିଢ଼ି ପର୍ଯ୍ୟନ୍ତ ସମସ୍ତଙ୍କୁ ଜୀବିକା ନିର୍ବାହ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।ଉକ୍ତ ଘଟଣା ପ୍ରତି ଦୃଷ୍ଟି ଦେଇ କନ୍ଧମାଳ ଜିଲ୍ଲାର ଇକୋ ଟୁରିଜିମର ବିକାଶ ଏବଂ ମସଲା ଭିତ୍ତିକ ଶିଳ୍ପାନୁଷ୍ଠାନର ଭିତ୍ତିଭୂମି ବିକାଶ ପାଇଁ ଉଦ୍ୟମ ଜାରି ରହିଛି ଏବଂ ଏଥି ନିମନ୍ତେ ନୀତି ଆୟୋଗ ଠାରୁ ଆରମ୍ଭ କରି କି ମାନ୍ୟବର ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ପତ୍ର ଲେଖି ଅବଗତ କରାଯାଇ ଉକ୍ତ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ବାସୀ ମଧ୍ୟ ଉଦ୍ୟମ କରିବାର ଆବଶ୍ୟକତା ରହିଛି।ଏହି କ୍ଷେତ୍ରରେ କନ୍ଧମାଳ ଜିଲ୍ଲାର ମାଟିକାନ୍ଦୁଛି କେବେଫେରିବେ ଆମ କନ୍ଧମାଳ ଜିଲ୍ଲାର ଭାଇଭଉଣୀ ମାନେ। କନ୍ଧମାଳର ସବୁଜ ପାହାଡ଼, ବଙ୍କା ଅଙ୍କା ଘାଟି ରାସ୍ତାର ଚାରି ଆଡ଼େ ପର୍ବତ ଘେରାରେ ଘର ଗରିବ ନିରୀହ ମଣିଷ ଆଉ ପରିଶ୍ରମୀ ହାତ, କିନ୍ତୁ ଆଜି ସେହି ହାତଗୁଡ଼ିକ ପରିବାର ଚଳାଇବା ପାଇଁ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି। ନିଜ ଭିଟାମାଟି ଛାଡ଼ି ପରଦେଶରେ ଶୋଷଣର ଶିକାର ହେଉଛନ୍ତି ଆମର ନିଜର ମଣିଷ। ଏହା କେବଳ ଗୋଟିଏ ସମସ୍ୟା ନୁହେଁ, ଏହା ଆମ ଅସ୍ମିତାର ପ୍ରଶ୍ନ। କନ୍ଧମାଳ ଯୁବ ସମାଜ ତରଫରୁ ଆମର ବିନମ୍ର ଅନୁରୋଧ ୧. ଦାଦନ ଖଟିବାକୁ ଯାଉଥିବା ପ୍ରତିଟି ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରାଯାଉ। ୨. ସେମାନଙ୍କୁ ନିଜ ମାଟିରେ ରୋଜଗାରକ୍ଷମ କରିବା ପାଇଁ ସ୍ଥାନୀୟ କୁଟୀର ଶିଳ୍ପ ଓ କୃଷି ଭିତ୍ତିକ ପ୍ରକଳ୍ପକୁ ଗୁରୁତ୍ୱ ଦିଆଯାଉ। ୩. ସରକାରୀ ଯୋଜନାର ସଫଳ ରୂପାୟନ ସହ ସେମାନଙ୍କୁ ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉ। ଆସନ୍ତୁ, ମିଳିମିଶି ଆମ ମାଟିର ମଣିଷଙ୍କୁ ସେମାନଙ୍କ ହକ୍ ଓ ସମ୍ମାନ ଦେବା। ବାକି ରହିଲା ସରକାର ଦାଦନ ମୁକ୍ତ କନ୍ଧମାଳ କେବେ ଘୋଷଣା କରିବେ। ଅପେକ୍ଷାରେ କନ୍ଧମାଳ ଜିଲ୍ଲାର ଜିଲ୍ଲା ବାସୀ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0