ବିକାଶ ଧାରା ଓଡ଼ିଶା ସାରା ଦୁଇ ବର୍ଷ ପୂର୍ତ୍ତି ଅବସରରେ ମହୁଲ ପାଟଣା ଓ ପାଡ଼େପଦର ପଞ୍ଚାୟତ ରେ ବିଶାଳ ହିତାଧିକାରୀ ସମ୍ମିଳନୀ

Jun 22, 2026 - 22:05
 0  1
ବିକାଶ ଧାରା ଓଡ଼ିଶା ସାରା ଦୁଇ ବର୍ଷ ପୂର୍ତ୍ତି ଅବସରରେ ମହୁଲ ପାଟଣା ଓ ପାଡ଼େପଦର ପଞ୍ଚାୟତ ରେ ବିଶାଳ ହିତାଧିକାରୀ ସମ୍ମିଳନୀ

କଳାହାଣ୍ଡି ମକୁନ୍ଦ ନାଏକ -(ଫାଷ୍ଟ ନ୍ୟୁଜ ଓଡିଶା )୨୨/୦୬କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲ ପାଟଣା ପାଡ଼େପଦର ଗ୍ରାମ ପଞ୍ଚାୟତ ସମିତି ପରିସରରେ ଓଡ଼ିଶା ସରକାରଙ୍କ “ବିକାଶ ଧାରା ଓଡ଼ିଶା ସାରା ”ର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଏକ ବିଶାଳ ହିତାଧିକାରୀ ସମ୍ମିଳନୀ ଓ ଜନସଚେତନତା ସଭା ଭବ୍ୟ ଆୟୋଜନ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା, ଗ୍ରାମୀଣ ବିକାଶ ଓ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ସମ୍ପର୍କରେ ହିତାଧିକାରୀମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସଭାର ଆୟୋଜନ କରାଯାଇଥିଲା। ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ତ୍ରିଲୋଚନ ନାଏକ ତତ୍ୱ ଅବଧାନରେ ଉକ୍ତ ସଭା ରେ ଏ. ଡ଼ି. ଇ. ଓ.ଶ୍ରୀଯୁକ୍ତ ପ୍ରଶାନ୍ତ ବେସରା ଏବଂ ଯୋଗାଣ ସହାୟକ ଶ୍ରୀ କ୍ଷୀରସିନ୍ଧୁ ନାଏକଙ୍କ ସହଯୋଗରେ ଏହି ହିତାଧିକାରୀ ସମ୍ମିଳନୀ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପଞ୍ଚାୟତ ସ୍ତରର ସମସ୍ତ କର୍ମଚାରୀ ଓ ସ୍ଥାନୀୟ ପ୍ରତିନିଧିମାନେ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ। ସଭା ଆରମ୍ଭ ପୂର୍ବରୁ ପାଡ଼େପଦର ପଞ୍ଚାୟତର ବହୁ ସଂଖ୍ୟକ ମହିଳା ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିମାନଙ୍କୁ ଫୁଲତୋଡ଼ା ପ୍ରଦାନ କରି ଭବ୍ୟ ସ୍ୱାଗତ ଜଣାଇଥିଲେ। ମହିଳାମାନଙ୍କ ହୁଳହୁଳି ଧ୍ୱନି, କରତାଳି ଏବଂ ଉତ୍ସାହପୂର୍ଣ୍ଣ ଅଭିନନ୍ଦନରେ ସମଗ୍ର ସଭାସ୍ଥଳୀ ଉତ୍ସବମୁଖର ହୋଇଉଠିଥିଲା। ଉପସ୍ଥିତ ଜନସାଧାରଣ ମଧ୍ୟ ଅତିଥିମାନଙ୍କୁ ଉଷ୍ମ ସ୍ୱାଗତ ଜଣାଇଥିଲେ। ମୁଖ୍ୟ ଅତିଥି ଭାବେ ସାଂସଦଙ୍କ ବ୍ଲକ ପ୍ରତିନିଧି ଶ୍ରୀଯୁକ୍ତ ପବିତ୍ର ନାଏକ ସମ୍ମାନିତ ଅତିଥି ଡୁମେରପଦର ମଣ୍ଡଳ ସଭାପତି ଶ୍ରୀଯୁକ୍ତ ପୁଷ୍ପ ନାଏକ, ପାଡ଼େପଦର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ମହେନ୍ଦ୍ର ନାଏକ ପୂର୍ବତନ ସଭାପତି ଶ୍ରୀଯୁକ୍ତ ଧନୁର୍ଯ୍ୟୋୟ ନାଏକ, ଶ୍ରୀ ରାମ ନାଏକ, ଶ୍ରୀ ଚନ୍ଦ୍ରକେତୁ ନାଏକ, , ଡୁମେରପଦର ମଣ୍ଡଳ ଏସ୍‌ସି ସେଲ୍‌ର ଶ୍ରୀ ସଞ୍ଜୟ ନାଏକ, ଏସ୍‌.ସି. ମୋର୍ଚ୍ଚାର ଶ୍ରୀ ଅଜିନ୍ଦ୍ର ନାଏକ, ମହୁଲ ପାଟଣା ସରପଞ୍ଚ ରତନୀ ମାଝୀ, ଯୋଗାଣ ସହାୟକ ବିପିନ୍ଦ୍ର ନାଏକ, ଏ. ଡ଼ି. ଇ. ଓ. ମନୋଜ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ନିଜ ବକ୍ତବ୍ୟରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପବିତ୍ର ନାଏକ କହିଥିଲେ ଯେ, ବର୍ତ୍ତମାନ ସରକାର ଗରିବ, ଅସହାୟ ଓ ହିତାଧିକାରୀମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ଜନହିତକର ପଦକ୍ଷେପ ଗ୍ରହଣ କରୁଛନ୍ତି। , ପୂର୍ବରୁ ହିତାଧିକାରୀମାନଙ୍କୁ ୫ କିଲୋ ଚାଉଳ ମିଳୁଥିବାବେଳେ ବର୍ତ୍ତମାନ ଅନ୍ନପୂର୍ଣ୍ଣା ଯୋଜନା ମାଧ୍ୟମରେ ୧୦ କିଲୋ ଚାଉଳ ପ୍ରଦାନ କରାଯିବା ବ୍ୟବସ୍ଥା କରାଯାଇଛି। ଏହା ଦ୍ୱାରା ଗରିବ ପରିବାରମାନେ ଅଧିକ ଉପକୃତ ହେବେ ବୋଲି ସେ ପ୍ରକାଶ କରିଥିଲେ। ଅନ୍ୟ ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ଗ୍ରାମୀଣ ବିକାଶ, ମହିଳା ସଶକ୍ତିକରଣ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ରାସ୍ତାଘାଟ ଉନ୍ନତି ଏବଂ ସାମାଜିକ ସୁରକ୍ଷା ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା କରିଥିଲେ। ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚୁଥିବା ନେଇ ମଧ୍ୟ ସେମାନେ ମତବ୍ୟକ୍ତ କରିଥିଲେ। ଏହି ସଭାରେ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ଏମ. ବି. କେ , ସି. ଆର.ଏଫ , ପଞ୍ଚାୟତର ସମସ୍ତ ୱାର୍ଡ ସଦସ୍ୟ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା, ବରିଷ୍ଠ ନାଗରିକ, ଅନେକ ଭଦ୍ରବ୍ୟକ୍ତି ଏବଂ ଶତାଧିକ ହିତାଧିକାରୀ ଯୋଗଦେଇଥିଲେ। ବିଶେଷ କରି ବହୁ ସଂଖ୍ୟକ ବୃଦ୍ଧ, ବୃଦ୍ଧା, ଯୁବକ ଓ ମହିଳାମାନଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଅଧିକ ସଫଳ ଓ ଆକର୍ଷଣୀୟ କରିଥିଲା। ସମଗ୍ର ସଭାକୁ ପି .ଇ .ଓ .ଶ୍ରୀ ତ୍ରିଲୋଚନ ନାଏକ ସୁଚାରୁ ଓ ଶୃଙ୍ଖଳିତ ଭାବରେ ପରିଚାଳନା କରିଥିଲେ। ତାଙ୍କର ଦକ୍ଷ ମଞ୍ଚ ପରିଚାଳନା ଏବଂ ସମନ୍ୱୟ ଯୋଗୁଁ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା। ଶେଷରେ ସମସ୍ତ ଅତିଥି, କର୍ମଚାରୀ, ହିତାଧିକାରୀ ଏବଂ ଉପସ୍ଥିତ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଯାଇଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ