ଶୁଷ୍କ ଉତ୍ସବ କର୍ମ ପୁଞ୍ଜିର ପୁଣ୍ୟ ନୁହେଁ -ଗୋପବନ୍ଧୁ ଭବନ ଓଁକାର ବାଟିକାରେ ସନ୍ଥ ଦିବସ

Jun 30, 2026 - 05:19
 0  4
ଶୁଷ୍କ ଉତ୍ସବ କର୍ମ ପୁଞ୍ଜିର ପୁଣ୍ୟ ନୁହେଁ -ଗୋପବନ୍ଧୁ ଭବନ ଓଁକାର ବାଟିକାରେ ସନ୍ଥ ଦିବସ

ବାରିପଦା, (୨୯/୬): ଗାନ୍ଧିଜୀ କହୁଥିଲେ ମୋ ଘର ଚାରିପଟେ ଧର୍ମର ପ୍ରାଚୀର ଉଠୁ ଆପତ୍ତି ନାହିଁ, କିନ୍ତୁ ମୋ ଘର ଦେଇ ସର୍ବଧର୍ମର ମହକ ବାସ୍ନାୟିତ କରୁ। ସେହି ମର୍ମରେ ସଦ୍‌ଭାବନା ସମିତିର ୫୬୫ ତମ ମାସିକ ସନ୍ଥ ଦିବସ ସ୍ଥାନୀୟ ଗୋପବନ୍ଧୁ ଭବନଠାରେ ଦେବସ୍ନାନ ପୂର୍ଣ୍ଣିମା ତିଥିରେ ପାଳିତ ହୋଇଯାଇଛି। କୋଷାଧ୍ୟକ୍ଷ ସନ୍ଦିପ କୁମାର ଚାନ୍ଦଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ 'ଜୀବନରେ କର୍ତ୍ତବ୍ୟ ପାଶୋରୀ ମଉଜ ମଜଲିସର ଶୁଷ୍କ ଉତ୍ସବ କର୍ମ ପୁଞ୍ଜିର ପୁଣ୍ୟ ନୁହେଁ' ପ୍ରସଙ୍ଗ ରଖାଯାଇଥିଲା। ସଭା ପ୍ରାରମ୍ଭରେ ଏ ମାସରେ ଭୂମିଷ୍ଠ ସନ୍ଥ କବୀର ଓ ଜ୍ଞାନଦେବଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା। ଏହି ସଭାରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ, ପତ୍ରକାର, ତଥା ସମାଜସେବୀ କବି ବିଷ୍ଣୁ ଶତପଥି, ସମ୍ମାନିତ ଅତିଥି ଭାବେ ଏମପିସି ସ୍ବୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ଡ ଝରଣା ବେହେରା ଯୋଗଦେଇଥିଲେ । ଡ ଶଶୀଧର ବିଶ୍ବାଳ, ଭାଗ୍ୟଧର ନନ୍ଦ, ପଞ୍ଚାନନ ବେହେରା, ଡ କୁଞ୍ଜବନ ପୃଷ୍ଟି, କୈବଲ୍ୟ ମହାପାତ୍ର, ରାଜେନ୍ଦ୍ର ସାମଲ, ଅଶୋକ ପଲେଇ, ଶିବଶଙ୍କର ଗିରି ଓ ନନ୍ଦ ମହାପାତ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ସମ୍ପାଦକ ମାନସ ରଞ୍ଜନ ମହାପାତ୍ର ସ୍ବାଗତ ଓ ସଦସ୍ୟ ସାମ୍ବାଦିକ ମନୋଜ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ