ଆଇନ ସେବା ପ୍ରାଧିକରଣ ତରଫରୁ ବନ ମହୋତ୍ସବ ସପ୍ତାହ ପାଳନ

Jul 1, 2026 - 21:20
 0  2
ଆଇନ ସେବା ପ୍ରାଧିକରଣ ତରଫରୁ ବନ ମହୋତ୍ସବ ସପ୍ତାହ ପାଳନ

ନୂଆପଡ଼ା : ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୂଆପଡ଼ା, ବନ ବିଭାଗ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ, ନୂଆପଡ଼ା ର ମିଳିତ ଆନୁକୂଲ୍ୟରେ ରେ ଶାଖାତୋରା ସ୍ଥିତ ଏକଲବ୍ୟ ଆବାସିକ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳନ ଉପଲକ୍ଷେ ଏକ ବୃକ୍ଷରୋପଣ କାର୍ଯ୍ଯକ୍ରମ, ସଚେତନତା ଶିବିର ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ସମର ବିଳାସ ବେହେରା, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୁଶାନ୍ତ କୁମାର ମିଶ୍ର, ବରିଷ୍ଠ ଦେୱାନୀ ଜଜ୍ ଦୁର୍ବାସା ଦୁର୍ଗା, ପ୍ରାଧିକରଣର ସଚିବ ନବନୀତା ଦାଶ, ବରିଷ୍ଠ ଦେୱାନୀ ଜଜ୍ (ମହିଳା ନ୍ୟାୟାଳୟ) ସରୋଜିନୀ ସାହୁ, ନିବନ୍ଧକ ସୌଭାଗ୍ଯ ରଞ୍ଜନ ପ୍ରଧାନ, ଏସ.ଡି. ଜେ. ଏମ୍ ସ୍ନାତକୀ ଦାଶ, ଖରୀଆର ବନଖଣ୍ଡ ଅଧିକାରୀ ଅଜିଜ ଖାନ, ସି.ଆର୍.ପି.ଏଫ ୨୧୬ ବ୍ୟାଟାଲିୟନ୍ ର କମାଣ୍ଡାଣ୍ଟ୍ ଏରିକ୍ ଗିଲବର୍ଟ୍ ଜୋଶ୍, ନୂଆପଡ଼ା ଜିଲ୍ଲା ସିଭିଲ ଅଧିବକ୍ତା ସଂଘର ଉପସଭାପତି ପ୍ରବୀଣ ରଞ୍ଜନ ପଟ୍ଟନାୟକ, ସଚିବ ମେଲୁ ରଣା, ସମ୍ମୁଖ କାର୍ଯ୍ୟାଳୟର ଅଧିବକ୍ତା ସନ୍ଥରାମ ସାହୁ, ଅଧିବାକ୍ତାଗଣ ଲୋକନାଥ ବାଗ, ଜୟ କୁମାର ନିଷାଦ, ମୁଖ୍ୟ ଆଇନ ସେବା ପ୍ରତିପକ୍ଷ ଓକିଲ ପ୍ରକାଶ ସେନାପତି, ଉପମୁଖ୍ୟ ଆଇନ ସେବା ପ୍ରତିପକ୍ଷ ଓକିଲ ଅନୁପ ଶର୍ମା, ଅଧିକାର ମିତ୍ରଗଣ, ଏକଲବ୍ୟ ଆବାସିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଗଣ ପ୍ରମୁଖ ଅଂଶଗ୍ରହଣ କରି ୧୫୦ ରୁ ଅଧିକ ବୃକ୍ଷରୋପଣ କରିଥିଲେ । ଏହି ଅବସରରେ ଅଧିକାର ମିତ୍ରଗଣ, ଏକଲବ୍ୟ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀଗଣ ଅଂଶଗ୍ରହଣ କରି ବୃକ୍ଷ ରୋପଣ ପାଇଁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବୃକ୍ଷ ରୋପଣ ସମ୍ବନ୍ଧୀୟ ଏକ ସଚେତନତା ଶିବିରରେ ପ୍ରାଧିକରଣର ସଚିବ ନବନୀତା ଦାଶ ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ ର ମହତ୍ଵ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଇଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ