କନିଆଁ ଡଙ୍ଗରି ପୋଖରୀ ପାଣିରୁ ମୃତ ଦେହ ଉଦ୍ଧାର:ନୂଆପଡା ପୋଲିସର ତଦନ୍ତ ଆରମ୍ଭ
ନୂଆପଡା : ନୂଆପଡା ଜ଼ିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରାତିପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି l ରାତିପାଲି ସ୍ଥିତ କନିଆଁ ଡଙ୍ଗରି ପୋଖରୀ ପାଣିରେ ଭାସୁଥିବା ଏକ ମୃତ ଦେହକୁ ଦେଖି କିଛି ଲୋକ ନୂଆପଡା ଥାନା ଅଧୀକାରୀଙ୍କୁ ସୂଚନା ଦେଇଥିଲେ l ସୂଚନା ପାଇ ନୂଆପଡା ଆଇ ଆଇ ସି ଘଟଣା ସ୍ଥଳକୁ ଆସି ଅଗ୍ନୀ ଶ୍ରମ ବିଭାଗ ଦ୍ୱାରା ଶବକୁ ଉଦ୍ଧାର କରି ସ୍ଥାନୀୟ ଲୋକଙ୍କୁ ପଚାର ଉଚାର କରି ତାଙ୍କ ଘର ଲୋକଙ୍କୁ ସୂଚନା ଦେଇଥିଲେ l ସୂଚନା ପାଇ ତାଙ୍କ ପରିବାର ଲୋକେ ଘଟଣା ସ୍ଥଳକୁ ଆସି ଶବକୁ ଚିହିଁ ପାରିଥଲେ l ମୃତ ବ୍ୟକ୍ତି ଜଣକ ହେଉଛନ୍ତି ୱାର୍ଡ ନ 12 ସିର୍ଟୁଲ ଗ୍ରାମର ରୋହିତ କୁମାର ଜଗତ ବୋଲି ଜଣ ପଢିଛି l ତାଙ୍କ ପୁଅ ବିଘ୍ନ ରାଜ ଜଗତ କହିବାନୁଯାୟୀ ପରଦିନ ସକାଳେ ରାତିପଲି ମନ୍ଦିର କାମ କରିବା ପାଇଁ ସେ ଘରୁ ବାହାରି ଯାଇଥିଲେ ସେ ଜଣେ କୁଶଳୀ ରାଜ ମିସ୍ତ୍ରୀ ଥିଲେ ମୃତ ରୋହିତ କୁମାର ଜଗତ ଦୁଇଦିନ ହେଲା ଘରକୁ ନ ଫେରି ବା ପରେ ଘର ଲୋକେ ତାଙ୍କୁ ଖୋଜା ଖୋଜି ଆରମ୍ଭ କରିଥିଲେ ହେଲେ ତାଙ୍କୁ ଖୋଜି ପାଇଁ ନ ଥିଲେ l ଆଜି ସକାଳୁ ନୂଆପଡା ଆଇ ଆଇ ସି ଙ୍କ ସୂଚନା ମତେ ଖବର ପାଇ ଆସି ଦେଖିବାରୁ ବିଘ୍ନ ରାଜ ଜଗତ ୟେ ମୋର ବାପା ରୋହିତ କୁମାର ଜଗତ ବୋଲି ଚିନ୍ହି ପାରିଥିଲେ l ସୂଚନା ମତେ ପରିବାର ଏବଂ ସ୍ଥାନୀୟ ପୋଲିସ ଶବକୁ ଜବତ କରି ଏହାର ପୋଷ୍ଟ ମୋର୍ଟମ ପାଇଁ ଜ଼ିଲ୍ଲା ସ୍ୱାସ୍ଥ୍ୟ ଡାକ୍ତର ଖାନାକୁ ପଠାଇଥିବାର ସୂଚନା ମିଳିଛି l ପରିବାର ଲୋକେ ଏହାକୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ କହି ଏହାର ଅଧିକରୁ ଅଧିକ ତଦନ୍ତ ପାଇଁ ପୋଲିସ ପ୍ରଶାସନ ପାଖରେ ଦାବି ରଖିଛନ୍ତି l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0