କିର୍ମିରା ହାଇସ୍କୁଲରେ ବନ ମହୋତ୍ସବ
କିର୍ମିରା ୮।୭(ଫାଷ୍ଟ ନିଉଜ ଓଡ଼ିଶା) ସରକାରଙ୍କ ଦ୍ଵାରା ପରିବେଶ ସୁରକ୍ଷା, ତାପଜ ହ୍ରାସ,ଜଳବାୟୁ ସନ୍ତୁଳନ ଓ ଗଛ କ୍ଷୟର ସୁରକ୍ଷା ପାଇଁ ପ୍ରତିବର୍ଷ ଜୁଲାଇ ପ୍ରଥମ ସପ୍ତାହକୁ ବନ ମହୋତ୍ସବ ପାଳନ ହୋଇଥାଏ।ଏହି ଅବସରରେ କିର୍ମିରା ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟରେ ଇକୋ କ୍ଳବ ଓ ଶକ୍ତି କ୍ଳବ ପକ୍ଷରୁ ବନ ମହୋତ୍ସବ ପାଳନ ଅବସରରେ ସ୍କୁଲ ପରିସରରେ ଚାରାରୋପଣ କାର୍ଯ୍ୟକ୍ରମରେ ସରପଞ୍ଚ ସନ୍ତୋଷିନୀ ପଟେଲ,ଏବିଇଓ ହିରଣ୍ୟ ରୋହିଦାସ, ପ୍ରଧାନ ଶିକ୍ଷକ ସୌରିନାରାୟଣ ସିଂହ, ସ୍କୁଲ ପରିଚାଳନା ସଭାପତି ଭରତ ବାଗ,ସିଆରସିସି ଭେଷଜ ଦହିରିଆ ଅତିଥି ଭାବରେ ଯୋଗଦେଇ ଚାରା ରୋଗପଣ କରିଥିଲେ।ଇକୋ କ୍ଳବ୍ ଦାୟିତ୍ଵରେ ଥିବା ଶିକ୍ଷକ କୌଶିକ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ବିକାଶ ଭୋଇ, ସୁଶିଲ ପାଣ୍ଡେ, ଅମିୟ ଷଣ୍ତ, କୃଷ୍ଣଚନ୍ଦ୍ର ପ୍ରଧାନ, ଶିକ୍ଷୟତ୍ରୀ ସଙ୍ଗିତା ନାଏକ, ନିକିତା ବାଗ,ନିବେଦିତା ଖୁଣ୍ଟିଆ, ଜ୍ୟୋତି ଖେସ ପ୍ରମୁଖ ସହଯୋଗ କରିଥିଲେ। କିର୍ମିରା ରୁ ଦେବାଶିଷ ସିଂହ ଠାକୁରଙ୍କ ରିପୋର୍ଟଫାଷ୍ଟ ନିଉଜ ଓଡ଼ିଶା
What's Your Reaction?
Like
1
Dislike
0
Love
1
Funny
0
Angry
0
Sad
0
Wow
0