ନାଗାବଳୀ ନଦୀରେ ଫସିଲା ଟ୍ରାକ୍ଟର: ଜୀବନ ବାଜି ଲଗାଇ ଦୁଇ ଜଣଙ୍କୁ ଉଦ୍ଧାର କଲେ ସାହସୀ ଯୁବକ

Jul 30, 2026 - 05:20
 0  1
ନାଗାବଳୀ ନଦୀରେ ଫସିଲା ଟ୍ରାକ୍ଟର: ଜୀବନ ବାଜି ଲଗାଇ ଦୁଇ ଜଣଙ୍କୁ ଉଦ୍ଧାର କଲେ ସାହସୀ ଯୁବକ

ରାୟଗଡ଼ା: ନ୍ୟିୟୁଜ୍:- ୨୯/୭(ଓ- ଲଗାଣ ବର୍ଷା ଯୋଗୁଁ ରାୟଗଡ଼ା ଜିଲ୍ଲାରେ ପ୍ରବାହିତ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ନଦୀ ପାରାପାର ଏବେ ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ କୋଲନରା ବ୍ଲକ ଅନ୍ତର୍ଗତ ଇମାଲିଗୁଡ଼ା ନିକଟରେ ଯାଇଥିବା ନାଗାବଳୀ ନଦୀରେ ଏକ ଟ୍ରାକ୍ଟର ଫସିଯିବା ଯୋଗୁଁ ଏକ ବଡ଼ ଅଘଟଣ ଅଳ୍ପକେ ଟଳିଯାଇଛି। ନଦୀର ପ୍ରବଳ ସ୍ରୋତରେ ଟ୍ରାକ୍ଟର ଡ୍ରାଇଭର ଏବଂ ଜଣେ ନାବାଳକ ଦୀର୍ଘ ସମୟ ଧରି ଫସି ରହିଥିଲେ। ତେବେ ଜଣେ ସ୍ଥାନୀୟ ଯୁବକଙ୍କ ସାହସିକତା କାରଣରୁ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିଛି।ସୂଚନା ଅନୁଯାୟୀ, ଇମାଲିଗୁଡ଼ା ଗ୍ରାମର ପ୍ରକାଶ ପେଦେଣ୍ଡି ନିଜ ଟ୍ରାକ୍ଟର ଯୋଗେ ନାଗାବଳୀ ନଦୀ ପାର ହୋଇ ଆରପଟେ ଥିବା ଚାଷ ଜମିକୁ ଯାଇଥିଲେ। ତାଙ୍କ ସହ ତାଙ୍କର ସମ୍ପର୍କୀୟ ନାବାଳକ ହରି ପେଦେଣ୍ଡି ମଧ୍ୟ ଥିଲେ। କାମ ସାରି ଫେରିବା ବେଳେ ହଠାତ୍ ନଦୀରେ ପାଣିର ସୁଅ ବଢ଼ିଯାଇଥିଲା। ପାଣିର ବେଗ ଏତେ ଅଧୂକ ଥୂଲା ଯେ ଟ୍ରାକ୍ଟରଟି ନଦୀ ମଝିରେ ହିଁ ଫସି ଯାଇଥିଲା। ଦୀର୍ଘ ସମୟ ଧରି ଉଭୟ ଟ୍ରାକ୍ଟର ଉପରେ ଅଟକି ରହିଥିଲେ ଏବଂ ପ୍ରବଳ ସ୍ରୋତ ଯୋଗୁଁ କୌଣସି ଲୋକ ନଦୀ ଭିତରକୁ ଯିବାକୁ ସାହସ ଜୁଟାଇ ପାରିନଥିଲେ। ତେବେ ଏହି ସମୟରେ ଗାଁର ଜଣେ ସାହସୀ ଯୁବକ ନିଜ ଜୀବନକୁ ବାଜି ଲଗାଇ ନଦୀର ଭୟଙ୍କର ସ୍ରୋତ ଭିତରକୁ ପଶିଥିଲେ ଏବଂ ଉଭୟ ଡ୍ରାଇଭର ଓ ନାବାଳକଙ୍କୁ କୂଳକୁ ଆଣିବାରେ ସଫଳ ହୋଇଥିଲେ।

 ରାୟଗଡ଼ା ଜିଲ୍ଲା ପ୍ରତିନିଧି ସଞ୍ଜୟ କୁମାର ନାଗଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ