।। ଧନ୍ଦାମୂଳକ ଶିକ୍ଷାର୍ଥୀ ଙ୍କ ଶିଳ୍ପ ପରିଭ୍ରମଣ ।।

Nov 21, 2023 - 20:20
 0  35
।। ଧନ୍ଦାମୂଳକ ଶିକ୍ଷାର୍ଥୀ ଙ୍କ ଶିଳ୍ପ ପରିଭ୍ରମଣ ।।

ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣ କୁଳ ସ୍ଥିତ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ସମଗ୍ର ଶିକ୍ଷା ଯୋଜନା ଅଧୀନରେ ଚାଲୁଥିବା ଧନ୍ଦାମୂଳକ ଶିକ୍ଷା ଛାତ୍ରୀ ଛାତ୍ର ଙ୍କ ଦ୍ବାରା ଶିଳ୍ପାନୁଷ୍ଠାନ ପରିଭ୍ରମଣ ଶିକ୍ଷା ଅନୁଷ୍ଠିତ ହୋଇଛି।ଏହି ପରିଭ୍ରମଣ ରେ ନାରାୟଣ ଉଚ୍ଚ ବିଦ୍ୟାଳୟ ର ନବନ ଓ ଦଶମ ଶ୍ରେଣୀର ୭୦ ଶିକ୍ଷାର୍ଥୀ ଏବଂ( ସ୍ପୋକ ସ୍କୁଲ)ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣ କୁଳ ର ୧୧ଜଣ ଶିକ୍ଷାର୍ଥୀ ସାମିଲ ହୋଇଛନ୍ତି।ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କାଞ୍ଚନ ଷଡ଼ଙ୍ଗୀ ଙ୍କ ତତ୍ୱାବଧାନ ରେ ଦୁଇଟି ବିଦ୍ୟାଳୟ ର ଛାତ୍ରୀ ଛାତ୍ର ମାନେ ଓଡ଼ଗାଁ ସ୍ଥିତ ଅମନ ଟେକ୍ସଟାଇଲ କୁ ପରିଭ୍ରମଣ କରିଥିଲେ।ପ୍ରତିଷ୍ଠାତା ଶ୍ରୀମତୀ ମିନତୀ ସାହୁ ଏବଂ ନାରାୟଣ ଉଚ୍ଚ ବିଦ୍ୟାଳୟ ର ପରିଧାନ ବିଭାଗ ର ପ୍ରଶିକ୍ଷିକା ଶ୍ରୀମତୀ ରୋଜାଲିନ ମିଶ୍ର ଙ୍କ ସହାୟତା ରେ ବିଭିନ୍ନ ପ୍ରକାର ସିଲେଇ ମେସିନ ର ପରିଚାଳନା ଏବଂ ଟେକ୍ସଟାଇଲ ଇଣ୍ଡଷ୍ଟ୍ରି ରେ କିପରି ସୁଚାରୁ ରୁପେ କାର୍ଯ୍ୟ ସମ୍ପାଦନ କରାଯିବ ସେ ବିଷୟରେ ଶିକ୍ଷାର୍ଥୀ ଙ୍କୁ ଶିକ୍ଷା ଦେଇଥିଲେ।ଏହି ପରିଭ୍ରମଣ ରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀ ରଶ୍ମିରଞ୍ଜନ ମିଶ୍ର ,ଗୌରାଙ୍ଗ ସାହୁ ସମେତ ବାଳିକା ଉଚ୍ଚ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଶ୍ରୀମତୀ ଚିନ୍ମୟୀ ସାହୁ ସହଯୋଗ କରିଥିଲେ।ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଭାକର ସାହୁ ଧନ୍ଦାମୂଳକ ଶିକ୍ଷା ରେ ଶିଳ୍ପାନୁଷ୍ଠାନ ପରିଭ୍ରମଣ ର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ମତ ରଖିଥିଲା ବେଳେ ଧନ୍ଦାମୂଳକ ଶିକ୍ଷା ର ଭାରପ୍ରାପ୍ତ ଅଧିକାରିଣୀ ଶ୍ରୀମତୀ ପ୍ରଜ୍ଞ। ପରାମିତ ସାହୁ ଏବଂ ବରିଷ୍ଠ ଶିକ୍ଷକ ଶ୍ରୀ ଜନାର୍ଦ୍ଦନ ପରିଡା ଶିକ୍ଷା କ୍ଷେତ୍ରରେ ଧନ୍ଦାମୂଳକ ଶିକ୍ଷା ର ଉପାଦେୟତା ବିଷୟରେ ମତ ପ୍ରକାଶ କରିଛନ୍ତି ।ଶିକ୍ଷାର୍ଥୀ ଙ୍କ ଶିଳ୍ପାନୁଷ୍ଠାନ ପରିଭ୍ରମଣ ଏହି ଶିକ୍ଷା ରେ ବିଶେଷ ଲାଭପ୍ରଦ ହେବ ବୋଲି ଶିକ୍ଷୟତ୍ରୀ ,ଶିକ୍ଷକ ଏବଂ ଅଭିଭାବକ ମାନେ ମତ ଦେଇଛନ୍ତି।

ନୟାଗଡ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ