ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ- ୨୦୨୬ ରେ ୫୭୯୬ ଗୋଟି ମାମଲା ସମାଧାନ
ନୂଆପଡା: ଜିଲ୍ଲା ଆଇନ ସେବା ପ୍ରାଧିକରଣ ନୂଆପଡା ଆନୁକୂଲ୍ୟରେ ଏବଂ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ସମର ବିଳାସ ବେହେରା ଙ୍କ ଅଧ୍ୟକ୍ଷତା ରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଯାଇଛି । ଏହି ଲୋକ ଅଦାଲତରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍, ନୂଆପଡ଼ା ସୁନୀଲ କୁମାର ଦାସ, ବରିଷ୍ଠ ଦେୱାନୀ ଜଜ୍ ଦୁର୍ବାସା ଦୁର୍ଗା, ମହିଳା କୋର୍ଟ ଜଜ୍ ସରୋଜିନୀ ସାହୁ, ବରିଷ୍ଠ ଦେୱାନୀ ଜଜ୍, ଖଡ଼ିଆଳ ଇଶା ପତି, ନିବନ୍ଧକ ସୌଭାଗ୍ଯ ରଞ୍ଜନ ପ୍ରଧାନ, ଏସ୍.ଡି.ଜେ.ଏମ୍ ସ୍ନାତକୀ ଦାଶ, ଜେ.ଏମ.ଏଫ଼୍.ସି, କୋମନା ସମୃଦ୍ଧି ସାଗରିକା ବାରିକ, ଜେ.ଏମ.ଏଫ.ସି, ସିନାପାଲି ପ୍ରଜ୍ଞା ପାରମିତା ମହାନ୍ତି, ଜେ.ଏମ.ଏଫ୍.ସି, ଖଡ଼ିଆଳ ସମିକ୍ଷା ସା, ଜେ.ଏମ.ଏଫ୍.ସି, ବୋଡେନ, ରାଜେଶ କୁମାର ଦାସ ଏବଂ ବିଭିନ୍ନ ରାଜସ୍ୱ ବିଭାଗ ଓ ଖାଉଟି ଅଦାଲତ ଅଂଶଗ୍ରହଣ କରି ୫୭୯୬ ଗୋଟି ବିଭିନ୍ନ ମାମଲା ଯଥା ପାରିବାରିକ, ଚେକ୍ ବାଉନ୍ସ, ଦେୱାନୀ, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ଖାଉଟି ମାମଲା ଓ ରାଜସ୍ବ ମାମଲା ଗୁଡ଼ିକ ବିଚାର କରାଯାଇ ଥିଲା ଏବଂ ୧,୮୩,୨୪,୦୨୦/- ଟଙ୍କା ଆପୋଷ ସମାଧାନ କରାଯାଇଅଛି। ସେହିପରି ବିଭିନ୍ନ ବ୍ୟାଙ୍କ୍ ଏବଂ ବିଦ୍ୟୁତ୍ ବିଭାଗ ଅଂଶଗ୍ରହଣ କରି ୧୭୮ ଗୋଟି ବ୍ୟାଙ୍କ ବକେୟା ୠଣ ଓ ବିଦ୍ୟୁତ୍ ଶୁକ୍ଳ ଦେୟ ମାମଲା ଗୁଡ଼ିକର ଆପୋଷ ବୁଝାମଣା ରେ ସମାଧାନ ହୋଇ ୩୮,୨୨,୮୨୯/- ଟଙ୍କା ଆଦାୟ ହୋଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ ଲୋକ ଅଦାଲତର ପରିଚାଳନା କରିଥିଲେ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଅଧିକରୁ ଅଧିକ ମାମଲାର ସମାଧାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ପ୍ରଚାର ଜିଲ୍ଲା ସାରା କରାଯାଇଥିଲା। ଏହି କ୍ରମରେ ନୂଆପଡ଼ା, ଖଡ଼ିଆଳ ଓ ଖରିଆର ରୋଡ଼୍ ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ବିଦ୍ୟୁତ୍ ବିଭାଗର ଗାଡ଼ି ସହାୟତାରେ ଲୋକ ଅଦାଲତ ଆୟୋଜନ ବିଷୟରେ ବିପୁଳ ପ୍ରଚାର କରାଯିବା ସହିତ ଅଧିକାର ମିତ୍ରଙ୍କ ମାଧ୍ୟମରେ ବିଭିନ୍ନ ସାପ୍ତାହିକ ବଜାର ତଥା ଅନ୍ୟାନ୍ୟ ସ୍ଥାନ ଗୁଡ଼ିକରେ ରାଷ୍ଟ୍ରୀୟ ଲୋକ ଅଦାଲତ ସମ୍ବନ୍ଧୀୟ ଲିଫ୍ଲେଟ ବଣ୍ଟନ କରାଯାଇଥିଲା । ପ୍ରାଧିକରଣ ଦ୍ବାରା ପ୍ରସ୍ତୁତ ଏକ ପ୍ରଚାର ଭିଡିଓ ନୂଆପଡ଼ା ବସ ଷ୍ଟାଣ୍ଡ୍ ଏବଂ ଖଡ଼ିଆଳ ଆହାର କେନ୍ଦ୍ରରେ ଥିବା ଏଲ୍.ଇ.ଡି ମନିଟରରେ ପ୍ରସାରଣ କରାଯାଇଥିଲା । ସେଥିପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ ଜିଲ୍ଲା ପ୍ରଶାସନ, ନୂଆପଡ଼ା, ଖଡ଼ିଆଳ ଓ ଖରିଆର୍ ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବିଦ୍ୟୁତ୍ ବିଭାଗକୁ ଧନ୍ୟବାଦ ଅର୍ପଣ କରିଛନ୍ତି ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0