।। ଦ୍ୱିତୀୟ ଅବିବାହକ-ଶିକ୍ଷକ ବୈଠକ ଅନୁଷ୍ଠିତ ।।

ନୂଆପଡା - କୋମନା ବ୍ଲକର ସମରସିଂ ଗ୍ରାମ ପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଦ୍ୱିତୀୟ ଅବିବାହକ-ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇ ଯାଇଛି | ଏହି ବୈଠକୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରିତା ପାତ୍ର ମହୋଦୟା ଅଧ୍ୟକ୍ଷତା କରିଥିବା ବେଳେ ପିରାମଲ ଫାଉଣ୍ଡେସନ ର ଗାନ୍ଧୀ ଫେଲୋ ଶ୍ରୀମାନ ଶ୍ରବଣ ପାଶ୍ବାନ ପରିଚାଳନା କରିଥିଲେ | ଉକ୍ତ ବୈଠକ ରେ ପିଲା ମାନଙ୍କ ପାଠ ପଢା ରେ କିପାରି ଉନ୍ନତି ହୋଇ ପାରିବ ମୁଖ୍ୟ ବିଷୟ ବସ୍ତୁ ଥିଲା | ଅନ୍ୟ ଆଲୋଚ୍ୟ ବିଷୟ ମଧ୍ୟରେ ଶିଶୁ ପ୍ରିୟ ସମାଜ ତଥା ବିଦ୍ୟାଳୟ ରେ ଶିଶୁ ସୁରକ୍ଷା ମଞ୍ଚ ର ଗଠନ, ସାଇବର ସିକ୍ୟୁରିଟି ଏବଂ ଲିଙ୍ଗ ଗତ ଭେଦ ଭାବ ବିହୀନ ଶିକ୍ଷା ପରିବେଶ ଆଦି ଉପରେ ଗୁରୁତ୍ୱ ଦିଅ ଯାଇଥିଲା | ବୈଠକ ରେ ବିଦ୍ୟାଳୟ ପକ୍ଷରୁ ଶ୍ରୀ ନାରାୟଣ ଦାସ, ଶ୍ରୀ ବଳରାମ ମାଝୀ, ଶ୍ରୀ ସୁଧୀର ଦେବଗୁରୁ, ପୁଷ୍ପାଞ୍ଜଳି ରଣା, ପ୍ରେମଶିଲା ମାଝୀ ଏବଂ ଶ୍ରୀ ଦେଓ କୁମାର ସତନାମୀ, ବିଦ୍ୟାଳୟ ପରିଚାଳନା କମିଟି କୁ ବିଦ୍ୟାଳୟ ର ବିଭିନ କାର୍ଯ୍ୟ ଉପରେ ଆଲୋକପାତ କରାଇ ଥିଲେ | ବୈଠକ ରେ ଶିକ୍ଷକ, ଅବିଭାବକ ଙ୍କୁ ମିଶାଇ ମୋଟ ୩୨ ଅଂଶ ଗ୍ରହଣ କରି ଥିଲେ ଓ ଆଗାମୀ ଦିନ ରେ ପଞ୍ଚାୟତ କୁ ଡ୍ରପ ଆଉଟ ମୁକ୍ତ କରିବା ନେଇ ଶପଥ କରିଥିଲେ |
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






