।। ଦୁଇଦିନିଆଁ ନବରଙ୍ଗପୁର ଜିଲ୍ଲା ଗସ୍ତ ରେ କେନ୍ଦ୍ରମନ୍ତ୍ରୀ ସାବିତ୍ରୀ ଠାକୁର ।।

Nov 7, 2024 - 23:08
 0  157
।।  ଦୁଇଦିନିଆଁ ନବରଙ୍ଗପୁର ଜିଲ୍ଲା ଗସ୍ତ ରେ କେନ୍ଦ୍ରମନ୍ତ୍ରୀ ସାବିତ୍ରୀ ଠାକୁର  ।।

ଦୁଇ ଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତ ରେ ଆସିଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସାବିତ୍ରୀ ଠାକୁର ! ପ୍ରଥମ ଦିବସ ରେ ନବରଙ୍ଗପୁର ଜିଲ୍ଲାକୁ ଆସିବା ରାସ୍ତାରେ ସେ ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ସେମଳା ଗ୍ରାମ ଠାରେ ଏକ ଖଲି ପ୍ରକ୍ରିୟା କରଣ କେନ୍ଦ୍ର ପରିଦର୍ଶନ କରି ସ୍ୱୟଂ ସହାୟିକା ଦଳ ସହ ଆଲୋଚନା କରିବା ସହ ଧାନ କ୍ଷେତରେ ଧାନ କାଟୁଥିବା ମହିଳା ମାନଙ୍କ ସହ କୃଷି ସମସ୍ୟା କୁ ନେଇଁ ସୁବିଧା ଅସୁବିଧା କଥା ଆଲୋଚନା କରିଥିଲେ ! ଏହାପରେ ନବରଙ୍ଗପୁର ସ୍ଥିତ ସର୍କିଟ ହାଉସ ରେ ପହଞ୍ଚିଥିଲେ !ସେଠାରେ ବିଜେପି ପକ୍ଷରୁ ସ୍ୱାଗତ କରାଯାଇଥିଲା ! ଏହାପରେ ପ୍ରଥମ ଦିନରେ ସେ ଡିଆରଡିଏ ସମ୍ମିଳନୀ କକ୍ଷରେ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନାର ସମୀକ୍ଷା କରିବା ସହିତ ଉପସ୍ଥିତ ସମସ୍ତ ଅଧିକାରୀ ଙ୍କ ସହିତ ବିଭିନ୍ନ ଯୋଜନା ର କାର୍ଯ୍ୟକାରିତା ବାବଦରେ ଆଲୋଚନା କରିଥିଲେ ! ଜିଲ୍ଲାରେ ବେଟି ବଚାଓ ବେଟି ପଢ଼ାଓ, ବାଲ୍ୟ ବିବାହ, ଡ୍ରପ ଆଉଟ ରୋକିବା ପାଇଁ ପଦକ୍ଷେପ, ଜନଧନ ଯୋଜନାରେ କେତେ ହିତାଧିକାରୀ ଯୋଡିହୋଇଛନ୍ତି ସେନେଇ ପଚାରି ବୁଝିଥିଲେ ! ସେହିଭଳି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରେ କୃଷକଙ୍କୁ କିଭଳି ଯୋଡି ହୋଇପାରିବେ ଓ ହିତାଧିକାରୀ କିଭଳି ଲାଭ ପାଇବେ ସେନେଇ ପଦକ୍ଷେପ ନେବା ପାଇଁ ଅଧିକାରୀ ଙ୍କ ସହିତ ଆଲୋଚନା କରିଥିଲେ ! ଏଥିସହ ଜିଲ୍ଲାରେ ଅପପୃଷ୍ଟି ଓ କୁପୋଷଣ ର ସ୍ଥିତି ଏଡ଼ାଇବା ପାଇଁ କିଭଳି ପଦକ୍ଷେପ ନିଆଯାଇଛି ସେନେଇ ଆଲୋଚନା କରିଥିଲେ ! ବୈଠକ ରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତ୍ରା ଙ୍କ ସମେତ ନବରଙ୍ଗପୁର ଜିଲ୍ଲାପାଳ ତଥା ସମସ୍ତ ବିଭାଗ ର ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲାର ସମସ୍ତ ବ୍ଲକ ବିଡ଼ିଓ ଯୋଗଦେଇଥିଲେ ! ଆଜି ଆକାଂକ୍ଷା ଜିଲ୍ଲା କାର୍ଯ୍ୟକ୍ରମର ସମୀକ୍ଷା କରିବା ପରେ ଆସନ୍ତା କାଲି ଅର୍ଥାତ ୮ ତାରିଖ ଦିନ ଜିଲ୍ଲାର ବିଭିନ୍ନ ଅଞ୍ଚଳ କୁ କ୍ଷେତ୍ରପରିଦର୍ଶନ କରି ଅପରାହ୍ନ ସାଢେ ୩ ଟାରେ ସଡକପଥ ଦେଇ ରାୟପୁର ଫେରିଯିବାର କାର୍ଯ୍ୟକ୍ରମ ରହିଛି !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ