ଦୁଇ ଗାଁ ମଧ୍ୟରେ ରାସ୍ତା କାମ କୁ ନେଇ ଗୋଷ୍ଠୀ ସଂଘର୍ଷ

Mar 3, 2025 - 20:43
 0  9
1 / 1

1.

ଦୁଇ ଗାଁ ମଧ୍ୟରେ ରାସ୍ତା କାମ କୁ ନେଇ ଗୋଷ୍ଠୀ ସଂଘର୍ଷ 

ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପରିଷଦ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକ ରେ କାଶୀପୁର ଥାନା ଗୋରଖପୁର ପଞ୍ଚାୟତ ଅନ୍ତର୍ଗତ ବାଲିଗୁଡା ବାସି ମାନେ ଯୋଗ ଦେଇ ନ୍ୟାୟ ଦାବୀ କରିଥିଲେ। ସୂଚନା ଅନୁଯାୟୀ ରାୟଗଡା ଜିଲ୍ଲା କାଶୀପୁର ଥାନା ଗୋରଖପୁର ପଞ୍ଚାୟତ ଅନ୍ତର୍ଗତ ବାଲିଗୁଡା ଏବଂ କାହ୍ନୁଗୁଡା ଗ୍ରାମବାସୀଙ୍କ ମଧ୍ୟରେ ଏକ ରାସ୍ତା କାମକୁ ନେଇ ଶନିବାର ରାତିରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ ଉଭୟ ପକ୍ଷରୁ ୨୪ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟଣା ;ଉଭୟ ପକ୍ଷରୁ ୭ ଜଣ କୋର୍ଟ ଚାଲାଣ କରାଯାଇଥିବା ବେଳେ;ପ୍ରଶାସନ ପକ୍ଷରୁ ଶାନ୍ତି ବଜାୟ ରଖିବା ପାଇଁ ଗାଁ ରେ ବସିଲା ଶାନ୍ତି କମିଟି। ପୁଣି ଆଜି ବାଲିଗୁଡାର 30 ରୁ ଊର୍ଦ୍ଧ୍ବ ଗ୍ରାମବାସୀ ମାନେ ଅଭିଯୋଗ କରିବା ପାଇଁ ରାୟଗଡା ଜିଲ୍ଲା ପ୍ରଶାସନ ଅଭିଯୋଗ ଶୁଣାଣୀ ରେ ଯୋଗ ଦେଇ ନ୍ୟାୟ ଦାବୀ କରିଥିଲେ। 

ରାୟଗଡା ରୁ ସଞ୍ଜୟ କୁମାର ନାଗଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ