।। ଦୀର୍ଘ 21ବର୍ଷ ପରେ ପୁଣି ଆରମ୍ଭ ହେଲା ଜନଜାତି ସାପ୍ତାହିକ ହାଟ ।।

Jun 20, 2023 - 15:26
 0  24
।। ଦୀର୍ଘ 21ବର୍ଷ ପରେ ପୁଣି ଆରମ୍ଭ ହେଲା ଜନଜାତି ସାପ୍ତାହିକ ହାଟ  ।।

କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଅନ୍ତର୍ଗତ ଦୁଧାରୀ ପଞ୍ଚାୟତ ମହକୁମା ଠାରେ ଏକ ଜନଜାତି ସାପ୍ତାହିକ ହାଟ ଶୁଭ ଉଦଘାଟିତ ହୋଇଯାଇଛି l

ଏହି ଜନଜାତି ହାଟ ଉଦ୍ଧଘାଟନିରେ ମୁଖ୍ୟ ଅତିଥି ଭାବେ ପଟାଙ୍ଗୀ ବିଧାୟକ ଶ୍ରୀଯୁକ୍ତ ପିତମ ପାଡ଼ି ଜଗଦେଇଥିଲେ l ସନ୍ନମାନିତ ଅତିଥି ଭାବେ ସେମିଲିଗୁଡା ବ୍ଲକ ଅଧ୍ୟକ୍ୟା ଶ୍ରୀମତୀ ଲିଲି ଅଣ୍ଟାବିରିଆ, ସେମିଲିଗୁଡା ଜୋନ ଦୁଇ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ମହନ ଯାନୀ, ସେମିଲିଗୁଡା ଉପାଦକ୍ୟା ଶ୍ରୀ ସିଵା ବାଙ୍ଗାରି,ସେମିଲିଗୁଡା ବ୍ଲକ ଉନ୍ନୟନ ଅଧିକାରୀ ସବ୍ୟସାଚି ବେହେରା ସୁନାବେଡା ମୁନୁଷିପାଲଟି ଅଦକ୍ୟ Dr. ରାଜେନ୍ଦ୍ର ପାତ୍ର, ଦୁଧାରୀ ସରପଞ୍ଚ ଶ୍ରୀ ମାଧବ ନନ୍ଦିବାଲି, ସମିତି ସଭ୍ୟା ସୁଷମା ପାଙ୍ଗି , ସମାଜ ସେବି ନେତା ଚୈତନ୍ୟ ନନ୍ଦିବାଲି ଉପସ୍ଥିତ ଥିବାବେଳେ ସେମିଲିଗୁଡା ବ୍ଲକ A. E, J E ସମସ୍ତ P E O, ସରପଞ୍ଚ, ୱାର୍ଡ ମେମ୍ବର ସହିତ ଅନେକ ବୁଦ୍ଧିଜୀବୀ ଓ ଦୁଧାରୀ ପଞ୍ଚାୟତର ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ ଲୋକ ଜଗଦେଇଥିଲେ l

ସୂଚନା ଥାଉକି ଏହି ଜନଜାତି ସାପ୍ତାହିକ ହାଟ ବଉ ପୁରାତନ କାଳରୁ ଦୁଧାରୀ ଗ୍ରାମରେ ଚାଲିଆସିଥିବାବେଳେ ପ୍ରାୟ 21 ବର୍ଷ ହବ ରାସ୍ତାଘାଟ ଗମନା ଗମନର ଅସୁବିଦା ଜଗୁ ବନ୍ଦହଇରହିଥିବା କିଛି ବୁଦ୍ଧିଜୀବୀ ଓ ଗ୍ରାମବାସିଙ୍କ ମୁହଁରୁ ଶୁଣିବାକୁ ମିଳୁଛି l ଏହି ହାଟ ହେବା ଦ୍ଵାରା ଏନେକ ଲକୋ ପନିପରିବା ବିକିବା କିମ୍ବା କିଣି ଖାଇବା ପାଇଁ ସୁବିଦା ହୋବ ଏବଂ ଉଚିତ ମୂଲ୍ୟରେ ପନିପରିବା ବିକି ଚାଷୀ ଉପକୃତ ହୋଇପାରିବେ ବୋଲି କୁହାଯାଉଛି l ସେମିଲିଗୁଡା ମାର୍କେଟ କୁ ଯିବା ପାଇଁ ବହୁତ ଅସୁବିଦା ହୋଉଥିବାବେଳେ ଅଧିକ ପଇସା ଖର୍ଚ୍ଚାନ୍ତ ହୋଉଥିଲା ବୋଲି କିଛି ଗ୍ରାମବାସୀଙ୍କ ଠାରେ ଆଲଚନା କରାଯାଇଥିବା ଦେଖିବାକୁ ମିଳୁଛି l

ପ୍ରତେକ ସପ୍ତାହର ମଙ୍ଗଳବାର ଦିନ ହାଟ ହୋଉଥିବା ବେଳେ ଆଜି ପ୍ରଥମ ଦିନରେ ହିଁ ଅଦିକା ଭିଡ଼ ଦେଖିବାକୁ ମିଳିଥିଲା l ଆଜି ଭଲ ଭଲ ତଟକା ପନିପରିବା ଆସିଥିବା ଦେଖି ଉଦଘାଟନିରେ ଜଗଦେଇଥିବା ଲୋକ ନିଜ ଘର ପାଇଁ କିଛି ପନିପରିବା ନେଇ ଘରକୁ ଯାଇଥିବା ଦେଖିବାକୁ ମିଳିଥିଲା l

 ସେମିଲିଗୁଡା ଠାରୁ ଦେବେନ୍ଦ୍ର ଖିଲ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ