।। ଦିବଂଗତ ବିଜେପି ନେତାଙ୍କ ପତ୍ନୀଙ୍କୁ ପୁଣି ଚାକିରି ଦେଲେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ।।

May 29, 2023 - 06:11
 0  29
।। ଦିବଂଗତ ବିଜେପି ନେତାଙ୍କ ପତ୍ନୀଙ୍କୁ ପୁଣି ଚାକିରି ଦେଲେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ।।

କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଦିବଂଗତ ବିଜେପି ନେତା ପ୍ରବୀଣ ନେତ୍ତାରୁଙ୍କ ପତ୍ନୀଙ୍କୁ ନୂତନ କୁମାରୀଙ୍କୁ ପୁଣି ସରକାରୀ ପଦବୀରେ ନିଯୁକ୍ତି ଦେଇଛନ୍ତି। ମାନବିକତା ଦୃଷ୍ଟି କୋଣରୁ ସେ ନୂତନ କୁମାରୀଙ୍କୁ ପୁନଃ ଚାକିରି ଦେଇଛନ୍ତି।କର୍ଣ୍ଣାଟକାରୁ ବିଜେପି ସରକାର ହଟିବା ପରେ ସ୍ୱାଭାବିକ ଭାବେ ଅସ୍ଥାନୀୟ ଭାବେ ସରକାରୀ ପଦରେ କାମ କରୁଥିବା ଲୋକଙ୍କୁ ଚାକିରିରୁ ବିଦା କରାଯାଇଥିଲା। ଚାକିରି ହରାଇଥିବା ଲୋକଙ୍କ ମଧ୍ୟରେ ନୂତନ କୁମାରୀ ମଧ୍ୟ ରହିଥିଲେ। ଦକ୍ଷିଣ କନ୍ନଡର ଡେପୁଟି କମିଶନର ଅଫିସରେ କାମ କରୁଥିବା ନୂତନଙ୍କୁ ଶନିବାର ଚାକିରିରୁ ବିଦା କରାଯାଇଥିଲା। କାରଣ ଏଠାରେ ସେ ଅସ୍ଥାୟୀ ଭାବେ କଣ୍ଟ୍ରାକ୍ଟ ଭିତ୍ତିରେ କାମ କରୁଥିଲେ।ଏପରି ନିଷ୍ପତ୍ତି ପରେ ସିଦ୍ଦରମୈୟା ଟ୍ୱିଟ କରି କହିଥିଲେ ଯେ “ଯେତେବେଳେ ଗୋଟିଏ ନୂଆ ସରକାର ଆସେ ସେତେବେଳେ ସ୍ୱାଭାବିକ ଭାବେ ଅସ୍ଥାୟ ଭାବେ ପୂର୍ବ ସରକାରରେ ନିଯୁକ୍ତି ପାଇଥିବା ଲୋକଙ୍କୁ ହଟାଯାଏ। ଏହିକ୍ରମରେ କେବଳ ପ୍ରବୀଣଙ୍କ ପତ୍ନୀ ନୁହନ୍ତି ବରଂ ୧୫୦ କଣ୍ଟ୍ରାକ୍ଟ ଭିତ୍ତିରେ କାମ କରୁଥିବା ବର୍ତ୍ତମାନ ସେବାନିବୃତ୍ତ ହୋଇ ସାରିଲେଣି। ଏଥିରେ ସରକାରଙ୍କ କୌଣସି ହସ୍ତକ୍ଷେପ ନଥାଏ। ତେବେ ନୂତନ କୁମାରୀଙ୍କ ମାମଲାକୁ ସରକାର ବିଶେଷ ଧ୍ୟାନ ଦେଇଛନ୍ତି। ତାଙ୍କୁ ମାନବିକତା ଦୃଷ୍ଟିକୋଣରୁ ପୁନଃ ନିଯୁକ୍ତି ଦିଆଯାଉଛି।”୩୧ ବର୍ଷୀୟ ପ୍ରବୀଣ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ସଦସ୍ୟ ଥିଲେ। ତାଙ୍କୁ ୨୦୨୨ ଜୁଲାଇରେ ପିଏଫଆଇ ସଦସ୍ୟମାନେ ବଲ୍ଲାରୀରେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ନୂତନ କୁମାରୀଙ୍କୁ ମାନବିକତା ଦୃଷ୍ଟିକୋଣରୁ କଣ୍ଟ୍ରାକ୍ଟ ଭିତ୍ତିରେ ସରକାରୀ ଚାକିରି ମିଳିଥିଲା।କର୍ଣ୍ଣାଟକାରେ ସେତେବେଳେ କ୍ଷମତାରେ ଥିବା ବିଜେପି ସରକାର ୨୦୨୨ ମସିହା ସେପ୍ଟେମ୍ବର ୨୨ରେ ଗୋଟିଏ ନିର୍ଦ୍ଦେଶନାମା ଜାରି କରି ନୂତନ କୁମାରୀଙ୍କୁ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇଙ୍କ ଅଫିସରେ ବରିଷ୍ଠ ଆସିସଷ୍ଟାଣ୍ଟ(ଗ୍ରୁପ ସି) ପଦରେ ନିଯୁକ୍ତି ଦେଇଥିଲେ। ପରବର୍ତ୍ତୀ ଅବସ୍ଥାରେ କୁମାରୀଙ୍କ ଅନୁରୋଧକ୍ରମେ ତାଙ୍କୁ ଦକ୍ଷିଣ କନ୍ନଡର ଡେପୁଟି କମିଶନର ଅଫିସରେ ନିଯୁକ୍ତି ଦିଆଯାଇଥିଲା। ଗତବର୍ଷ ଅକ୍ଟୋବର ୧୪ରେ ସେ ଏଠାରେ କାମ କରୁଛନ୍ତି। ସେହି ସମୟରେ ନିଯୁକ୍ତିପତ୍ରରେ କୁହାଯାଇଥିଲା ଯେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ କ୍ଷମତାରେ ଥିବା ଯାଏ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସେ ଏହି ପଦରେ ରହିପାରିବେ।

ବ୍ୟୁର ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ