ଦାବ୍ରିଗୁଡାରେ ଦୁର୍ଦ୍ଦଶା, ପାଣିରେ ବୁଡ଼ିଲା ରାସ୍ତା
ଥୁଆମୂଳ ରାମପୁର: ଲଗାଣ ବର୍ଷା ଯୋଗୁଁ ଦାବ୍ରିଗୁଡା ଅଞ୍ଚଳରେ ରାସ୍ତା ଉପରେ ବର୍ଷାଜଳ ଜମି ରହିଥିବାରୁ ଲୋକଙ୍କ ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହୋଇଛି। ରାସ୍ତାର ଅନେକ ସ୍ଥାନ ପାଣିରେ ବୁଡ଼ି ଯାଇଥିବାରୁ ଯାତ୍ରୀ ଓ ସ୍ଥାନୀୟ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବର୍ଷା ହେଲେ କ୍ଷେତରୁ ବିରାଟକାୟ ନଦୀଭଳି ରାସ୍ତା ଉପରେ ବହେ ଯାତାୟାତ କରିବା କଷ୍ଟକର ହୋଇପଡ଼ୁଛି। ବିଶେଷକରି ଚାରିଚକିଆ ଯାନ ଚାଳକ ଓ ପଥଚାରୀମାନେ ଅଧିକ ଅସୁବିଧା ଭୋଗୁଛନ୍ତି। ଦାବ୍ରିଗୁଡା ର 12 number ୱାର୍ଡ ପାଇଁ ଏହା ଏକ ଜରୁରୀ କାଳୀନ ରାସ୍ତା ବଳି ଯାହା ଜାଣିବାକୁ ମିଳିଛି ରାସ୍ତାରେ ପାଣି ଜମି ରହିବା ଯୋଗୁଁ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏହି ସମସ୍ୟା ଦୀର୍ଘଦିନ ଧରି ରହିଥିଲେ ମଧ୍ୟ ସ୍ଥାନିୟ ପ୍ରଶାସନ ଏହାର କୌଣସି ସମାଧାନ କରୁନାହାନ୍ତି।ଫଳରେ ରଗୀଣା ଲକେ, ଗର୍ଭବତୀ ମହିଳା ଙ୍କ ପାଇଁ ଆମ୍ବୁଲାନ୍ସ ର ସହାୟତା ନେଇପାରୁନାହାନ୍ତି। ଛାତ୍ର ଛାତ୍ରୀଙ୍କର ମଧ୍ୟ୍ୟ ଶିକ୍ଷା କ୍ଷେତ୍ରରେ ଅନେକ ବାଧାପ୍ରାପ୍ତ ହଉଛି। କୁନି କୁନି କମଳମତି ଶିଶୁ ମାନେ ଅଙ୍ଗନାୱାଡି ଶିକ୍ଷା ରୁ ବଞ୍ଚିତ ହଉଛନ୍ତି। ରାସ୍ତାରୁ ପଲ ଟିଏ ପାଇଁ ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ପ୍ରତିବର୍ଷ ବର୍ଷାଦିନେ ଏଭଳି ଦୁର୍ଦ୍ଦଶା ଦେଖାଦେଉଛି। ଏନେଇ ସ୍ଥାନୀୟ ଲୋକେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ତୁରନ୍ତ ଏବଂ ସ୍ଥାୟୀ ଭାବେ ରାସ୍ତା ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି। ଏବେ ପ୍ରଶ୍ନ ଉଠୁଛି—ପାଣିରେ ବୁଡ଼ିଥିବା ଏହି ରାସ୍ତା ପ୍ରତି ପ୍ରଶାସନର ଦୃଷ୍ଟି କେବେ ପଡ଼ିବ?
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0