।। ଥୁଆମୂଲ ରାମପୁର ବ୍ଲକ ରେ ପୁନର୍ବାର ବିଜୁଛାତ୍ର ଜନତା ଦଳର ବ୍ଲକ ସଭାପତି ଭାବରେ ଶ୍ରୀ ସୁଜାନ କୁମାର ନାଏକ ଙ୍କୁ ଦଳ ସ୍ଥିରକରିଛି ।।

Aug 13, 2023 - 15:14
 0  55
।। ଥୁଆମୂଲ ରାମପୁର ବ୍ଲକ ରେ ପୁନର୍ବାର ବିଜୁଛାତ୍ର ଜନତା ଦଳର ବ୍ଲକ ସଭାପତି ଭାବରେ ଶ୍ରୀ ସୁଜାନ କୁମାର ନାଏକ ଙ୍କୁ ଦଳ ସ୍ଥିରକରିଛି ।।

କଳାହାଣ୍ଡି ଜିଲ୍ଲା ଥୁଆମୁଲ ରାମପୁର ବ୍ଲକ ର ଶ୍ରୀ ସୁଜାନ୍ କୁମାର ନାଏକ ଙ୍କୁ ବିଜୁଛାତ୍ର ଜନତା ଦଳର ବ୍ଲକ ସଭାପତି ଭାବରେ ତାଙ୍କର ଦକ୍ଷତା କୁ ନେଇ ପୁନର୍ବାର ଦଳପକ୍ଷରୁ ଘୋଷଣା କରାଯାଇଛି।ସେ ତାଙ୍କର ଛାତ୍ର ଜୀବନରୁ ରାଜଧାନୀ ମହାବିଦ୍ୟାଳୟରେ 2013ରୁ 2016ପର୍ଯ୍ୟନ୍ତ କ୍ୟାମ୍ପସ ରାଜନୀତିରେ ଭଲ ପ୍ରଦର୍ଶନ କରିବାପରେ ତାଙ୍କୁ 2017ମସିହାରେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ର ଛାତ୍ର ସଭାପତି ଭାବରେ ଦାୟିତ୍ଵ ନିର୍ବାହ କରିବାକୁ ସୁଯୋଗ ମିଳିଥିଲା। ସେହି ସମୟରେ ତତ୍କାଳୀନ ରାଜ୍ୟ ବିଜୁଜନତା ଦଳର ଯୁବ ସଭାପତି ଶ୍ରୀ ଅମରେଶ ପତ୍ରୀ 2018ମସିହାରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଗୁମ୍ମା ବ୍ଲକ ରେ ବିଜୁଜନତା ଦଳର ସଂଯୋଜକ ଭାବରେ ଦାୟିତ୍ଵ ତୁଲାଇବାରେ ସୁଯୋଗ ମିଳିଥିଲା। ସାଧାରଣ ନିର୍ବାଚନ ପରେ ଯୁବଗୋଷ୍ଠୀ କୁ ଆଗକୁ ବଢ଼ାଇବା ପାଇଁ ତାଙ୍କୁ ବିଜୁଛାତ୍ର ଜନତା ଦଳର ବ୍ଲକ ସଭାପତି ଭାବରେ ପୁନର୍ବାର ଦଳପକ୍ଷରୁ ଘୋଷଣା କରାଯାଇଛି।ସେ ଥୁଆମୁଲ ରାମପୁର ବ୍ଲକ ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବର୍ତ୍ତମାନ ର ଡୁମେର ପଦର ସମିତି ସଭ୍ୟ ଏବଂ ବିଜେଡ଼ି ଦଳର ବରିଷ୍ଠନେତା ଙ୍କ ସୁପୁତ୍ର ଶ୍ରୀ ସୂଜାନ କୁମାର ନାଏକ ଅଟନ୍ତି। କଳାହାଣ୍ଡି ଜିଲ୍ଲା ରୁ ବ୍ୟୋମକେଶ ପଣ୍ଡା ଙ୍କ ରିପୋର୍ଟ କଳିଙ୍ଗ ଫୋକଶ।

 କଳା ହାଣ୍ଡି ଜିଲ୍ଲା ଥୁଆ ମୂଳ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ