ତରିଆମହୁଆଭଟା ଗାଁରେ ପୁଣି ବାଘର ଆତଙ୍କ, ଗୁହାଳରୁ ବାଛୁରୀକୁ ଟାଣିନେଇ ଖାଇଲା ବାଘ

Jul 21, 2023 - 11:58
 0  24
ତରିଆମହୁଆଭଟା ଗାଁରେ ପୁଣି ବାଘର  ଆତଙ୍କ, ଗୁହାଳରୁ ବାଛୁରୀକୁ ଟାଣିନେଇ ଖାଇଲା ବାଘ

ଗତ କିଛିଦିନ ର ନୀରବତା ପରେ ପୁଣି ନୂଆପଡା ରେଞ୍ଜ ଆମାନାରା ବିଟ ଅଧୀନ ତରିଆମହୁଆଭଟା ଗାଁରେ ପୁଣି ବାଘ ଆତଙ୍କ ଦେଖାଦେଇଛି l ଗାଁର ଗୋବିନ୍ଦ ନାଏଙ୍କ ବାଛୁରୀକୁ ଗୁହାଳରୁ ଟାଣି ନେଇ ଖାଇଯାଇଛି l ଗତକାଲି ଆମାନାରା ବିଟ ଅଧୀନ ତରିଆମହୁଆଭଟା ଗାଁର ଗୋବିନ୍ଦ ନିଜ ଗାଈ, ବାଛୁରୀକୁ ଗୁହାଳରେ ବାନ୍ଧି ଘରେ ଶୋଇଥିଲେ l ଆଜି ସକାଳ ଗୁହାଳକୁ ଯାଇ ଦେଖିଥିଲେ ଏକ ବାଛୁରୀ ନଥିଲା l ସେଠାରେ ଖୋଜାଖୋଜି କରିବାରୁ ଗୁହାଳ ଠାରୁ ପ୍ରାୟ 2ଶହ ମିଟର ଦୂରରେ ବଛୁରୀର ମୃତଦେହ ପଡିଥିଲା ଏହି ଘଟଣାର ପାରିପାର୍ଶ୍ୱବିକ ସ୍ତିତି ଓ ପାଦ ଚିହ୍ନରୁ ଏହା କଲରାପତରିଆ ବାଘର କାମ ବୋଲି ଗାଁ ଲୋକେ ସନ୍ଦେହ କରିଛନ୍ତି l ବିଳମ୍ୱିତ ରାତିରେ ବାଘ ଗୁହାଳରେ ପଶି ବାଛୁରୀକୁ ଟାଣି ନେଇ ଖାଇ ଯାଇଛି l ଏବେ ଗାଁ ଲୋକେ ବାଘ ଆତଙ୍କରେ ଆତଙ୍କିତ ହୋଇ ପଡିଛନ୍ତି l ନୂଆପଡା ରେଞ୍ଜ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ସୂଚନା ଥାଉକି, ଗତ ମାର୍ଚ୍ଚ 6ରୁ କଲରାପତରିଆ ବାଘ ଅଞ୍ଚଳରେ ଆତଙ୍କ ଖେଳାଇ ଚାଲିଥିଲା ଏହି ଅଞ୍ଚଳରେ 7ରୁ ଅଧିକ ଗାଈ ବାଛୁରୀ ଶିକାର କରିସାରିଥିଲାବେଳେ ଗତ ପ୍ରାୟ 3 ମାସ ପରେ ଆଜି ବାଘ ପୁଣି ତାର ସ୍ତିତି ଜାହିର କରି ବାଛୁରୀକୁ ଶିକାର କରି ଲୋକଙ୍କୁ ଆତଙ୍କିତ କରିଛି l

ନୂଆପଡ଼ାରୁ ବିଶ୍ଵନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ