ତମାଖୁ ମୁକ୍ତ ଗ୍ରାମ ସମ୍ପର୍କିତ କର୍ମଶାଳା

Feb 21, 2026 - 20:35
 0  1
ତମାଖୁ ମୁକ୍ତ ଗ୍ରାମ ସମ୍ପର୍କିତ କର୍ମଶାଳା

ବାରିପଦା:୨୧.୦୨.୨୦୨୬ ସ୍ୱାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲା ଅଣସଂକ୍ରମକ ଅଧିକାରୀ ଡ଼ ଜ୍ଞାନେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ବାଙ୍ଗିରିପୋଷି ସ୍ୱାସ୍ଥ୍ୟ କେନ୍ଦ୍ରରେ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଛି । ଏଥିରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ବାଙ୍ଗିରିପୋଷି ବ୍ଲକ ର ବିଡ଼ିଓ ପରମାନନ୍ଦ ଖଣ୍ଡେଇ ତମାଖୁର କୁପ୍ରଭାବ ଯୋଗୁଁ ସ୍ୱାସ୍ଥ୍ୟ ଉପରେ ପଡୁଥିବା ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଅଣ ସଂକ୍ରାମକ ବିଭାଗ ପରାମର୍ଶ ଡାଟା ନିହାର ରଞ୍ଜନ ପୃଷ୍ଟୀ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ରେ ସରପଞ୍ଚ ଓ ସମିତି ସଭ୍ୟ ମଙ୍କର ର ଦାୟିତ୍ଵ ବିଷୟରେ ଆଲୋଚନା କରି ସିଓଟିପିଏ ଆଇନ୍ ୨୦୦୩ ଓ ଅନ୍ୟାନ୍ୟ ତମାଖୁ ନିୟନ୍ତ୍ରଣ ଆଇନ ସମ୍ପର୍କରେ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକର ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଓ ବ୍ଲକ କାର୍ଯକ୍ରମ ପରିଚାଳକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରୁଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ