।। ଡୁମେରପଦର ବିଜେପି ମଣ୍ତଳ ଓ ଥୁଆମୂଳ ରାମପୁର ମଣ୍ତଳ କାର୍ଯ୍ଯକାରିଣୀ ବୈଠକ ଅନୁଷ୍ଠିତ ।।

May 26, 2023 - 17:03
 0  14
।। ଡୁମେରପଦର ବିଜେପି ମଣ୍ତଳ ଓ ଥୁଆମୂଳ ରାମପୁର ମଣ୍ତଳ କାର୍ଯ୍ଯକାରିଣୀ ବୈଠକ ଅନୁଷ୍ଠିତ ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଡୁମେରପଦର ମଣ୍ତଳ ବିଜେପି କାର୍ଯ୍ଯ କାରିଣୀ ବୈଠକ ମଣ୍ଡଳ ସଭାପତି ଶ୍ରୀ ଧନୁର୍ୟ୍ଯ ନାଏକ ଙ୍କ ନେତୃତ୍ୱରେ ଗୋପୀନାଥପୁର ମାଁ ମାଉଳୀ ମନ୍ଦିର ପ୍ରାଙ୍ଗଣରେ ଗତ ତା ୨୫/୦୫/୨୦୨୩ ରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ କଳାହାଣ୍ଡି ଜିଲ୍ଲା ସମ୍ପାଦକ ତଥା କଳାହାଣ୍ଡି ଜିଲ୍ଲା ସାଂସଦ ଶ୍ରୀ ବସନ୍ତ କୁମାର ପଣ୍ଡା ଙ୍କ ଥୁଆମୂଳ ରାମପୁର ବ୍ଲକ ପ୍ରତିନିଧି ଯୁବ ନେତା ଶ୍ରୀ ବିଷ୍ଣୁ ନାଏକ ଉପସ୍ଥିତ ହୋଇ ପ୍ରଧାନମନ୍ତ୍ରୀ ଙ୍କ ୯ ବର୍ଷ କାଳ ମଧ୍ୟରେ ବିକାଶ କରିଥିବା ପ୍ରତେକ ବୁଥ୍ ସ୍ତର ରେ ପହଞ୍ଚେଇବା ପାଇଁ ଆଗାମୀ ମେ ମାସ ୩୦ ତାରିଖ ଠାରୁ ଜୁନ ମାସ ୩୦ ତାରିଖ ପଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିବ ଏଥିରେ କେନ୍ଦ୍ର ମନ୍ତ୍ରୀ ଓ ରାଜ୍ୟ ସଭାପତି ଙ୍କ ସମଗ୍ର କଳାହାଣ୍ଡି ଜିଲ୍ଲା ଗସ୍ତରେ ଯାଇ ସମସ୍ତ ବୁଥ ମାନଙ୍କରେ ପହଁଞ୍ଚି କେନ୍ଦ୍ରର ଯୋଜନାର କାର୍ଯ୍ଯକାରୀତା ଉପରେ ଭୋଟରଙ୍କୁ ଅବଗତ କରି ସଚେତନତା ସୃଷ୍ଟି କରାଇବେ ବୋଲି ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ଆଗରେ ପ୍ରକାଶ କରିଥିଲେ। ଏହି କାର୍ଯ୍ଯକ୍ରମରେ ଏସଟି ମୋର୍ଚ୍ଚା ସଭାପତି ଶ୍ରୀ ନାଭିଦତ୍ଯ ମାଝୀ, ଓବିସି ମୋର୍ଚ୍ଚା ସଭାପତି ଶ୍ରୀ ରବି ନାୟକ, ଗୋବିନ୍ଦ ଗୌଡ, ତଲଝାପି ପଞ୍ଚାୟତ ସଭାପତି ଶ୍ରୀ ସୁନା ମାଝୀ, ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଭଗବାନ ନାଏକ, ଗୋପିନାଥପୁର ପଞ୍ଚାୟତ ସଭାପତି ଶ୍ରୀ କମଳ ନାଏକ, କର୍ଣ୍ଣ ନାଏକ, କାର୍ବନ ନାଏକ, ପ୍ରମୁଖ ଉପସ୍ଥିତ ରହିଥିବାବେଳେ ଡୁମେରପଦର ମଣ୍ତଳ ର ଶତାଧିକ ବରିଷ୍ଠ ନେତୃମଣ୍ତଳୀ ଯୋଗଦାନ କରିଥିଲେ। ସେହିପରି ଥୁଆମୂଳ ରାମପୁର ମଣ୍ତଳ କାର୍ଯ୍ଯକାରିଣୀ ବୈଠକ ସ୍ଥାନୀୟ ସଭାପତି ଶ୍ରୀ ସୁଶାନ୍ତ କୁମାର ନାଏକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାର ବରିଷ୍ଠ ନେତା ତଥା ଥୁଆମୂଳ ରାମପୁର ମଣ୍ତଳ ପ୍ରଭାରୀ ଦାୟତ୍ବରେ ଥିବା ରାଜ ପରିବାର ମାନ୍ଯବର ଶ୍ରୀଯୁକ୍ତ ଭାରତ ଭୂଷଣ ଦେଓ ଯୋଗ ଦେଇ ଥିବାବେଳେ ଅନ୍ଯାନ୍ଯ ଅତିଥି ମାନଙ୍କ ମଧ୍ୟରେ ଶ୍ରୀ ସୁଶୀଲା ସାହୁ, ଉଦିତ୍ ସାହୁ ଉପସ୍ଥିତ ରହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଶ୍ରୀ ରାଧାକୃଷ୍ଣ ନାଏକ, ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଆଲୋକ ନାଏକ, କିଆମଣୀ ନାଏକ, ଜିତେନ୍ଦ୍ର ନାଏକ, ମାଣିକ୍ଯ ନାଏକ ସମେତ୍ ଅନ୍ଯାନ୍ଯ ନେତୃ ମଣ୍ତଳୀ ଉପସ୍ଥିତ ରହିଥିଲେ। ଆଗାମୀ ନିର୍ବାଚନ20 24କୁ ଆଖି ଆଗରେ ରଖି କେନ୍ଦ୍ର ର ବିକାଶ ମୂଳକ ଯୋଜନା ପ୍ରକୃତ ହିତାଧିକାରୀ ପାଇଛନ୍ତି କି ନାହିଁ ତାହା ତଦାରଖ କରିବା ପାଇଁ କେନ୍ଦ୍ର କେବିନେଟ ମନ୍ତ୍ରୀ ଓ ରାଜ୍ୟ ପ୍ରଭାରୀ ସୁନୀଲ ବଂଶଳ କଲାହାଣ୍ଡି ଜିଲ୍ଲା ଓ ଥୁଆମୂଳ ରାମପୁର ଗସ୍ତ କରିବା ସୂଚନା ମିଳିଛି l ଗାଁ ଗାଁ ଯାଇ ତଦାରଖ କରିବା ଜଣାପଡିଛିl

କଳାହାଣ୍ଡି ଜିଲ୍ଲା ମକୁନ୍ଦ ନାଏକ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ