ଝାରସୁଗୁଡ଼ାରେ ମା’ ମାହେଶ୍ୱରୀ ମନ୍ଦିରର ପ୍ରାଣ ପ୍ରତିଷ୍ଠା ମହୋତ୍ସବ ସମ୍ପନ୍ନ, ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ
ଝାରସୁଗୁଡ଼ା, ୧୪ ।୫(ଫାଷ୍ଟ ନ୍ୟୁଜ ଓଡିଶା) ତିନିବର୍ଷ ପୂର୍ବରୁ ଚେଷ୍ଟିତ ଝାରସୁଗୁଡ଼ା ଜିଲ୍ଲା ଖଡୁରା ସମାଜର ପ୍ରୟାସରେ ନିର୍ମିତ ଖଡୁରା ଜାତିର କୁଳଦେବୀ ମା’ ମାହେଶ୍ୱରୀ ଦେବୀଙ୍କ ଭାବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ମହୋତ୍ସବ ମହାଆଡ଼ମ୍ବରରେ ସମ୍ପନ୍ନ ହୋଇଛି। ଇଣ୍ଡେସ୍ତିଆଲ ନୀଳକଣ୍ଠେଶ୍ଵର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଚଳିତ ମାସ ୩ରୁ ୭ ତାରିଖ ପର୍ଯ୍ୟନ୍ତ ବେଦ ସଂକୀର୍ତନ ସହ ଏହି ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ମନ୍ଦିର ସଭାପତି ଶ୍ରୀ ଶଙ୍କରପ୍ରସାଦ ପାତ୍ର ଓ ଜିଲ୍ଲା ଖଡୁରା ସମାଜର ସଭାପତି ପ୍ର. ଟହଲୁ ସାହୁଙ୍କ ତତ୍ତ୍ୱାବଧାନରେ ଆଚାର୍ଯ୍ୟ ଶ୍ରୀ ପ୍ରଭାତ ମିଶ୍ର ଓ ତାଙ୍କ ସହକର୍ମୀ ପଣ୍ଡିତମାନଙ୍କ ଦ୍ୱାରା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମ୍ପାଦିତ ହୋଇଥିଲା। ଏହି ଅବସରରେ ଝାରସୁଗୁଡ଼ା ଜିଲ୍ଲାର ବହୁ ଗଣମାନ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ଓ ସମାଜସେବୀ ଉପସ୍ଥିତ ଥିଲେ। ଛତିଶଗଡ଼, ଝାରଖଣ୍ଡ ଓ ଓଡ଼ିଶାରେ ବସବାସ କରୁଥିବା ହଜାର ହଜାର ଖଡୁରା ଜାତିର ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମା’ ମାହେଶ୍ୱରୀଙ୍କ ଆଶିଷ ଲାଭ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ଚୈତନ୍ୟ ପାତ୍ର, ଅକ୍ଷୟ ସାହୁ, ଶଶୀଭୁଷଣ ପାତ୍ର, ଜଗବନ୍ଧୁ ସାହୁ, ତ୍ରିନାଥ ପାତ୍ର, ଭଗତ ସାହୁ, ହେମନ୍ତ ସାହୁ, ନନ୍ଦିକେଶ୍ୱର ପାତ୍ର, ମୁରାରୀ ପାତ୍ର, ନିର୍ମଳ ପାତ୍ର, ହରେଶ ସାହୁ, ମକରଦ୍ୱଜ ସାହୁ, ଗୌରାଙ୍ଗ ସାହୁ, ପ୍ରଫୁଲ୍ଲ ପାତ୍ରଙ୍କ ସମେତ ଜିଲ୍ଲାର ଅନେକ ଜାତି ଭାଇଙ୍କ ସହଯୋଗ ରହିଥିଲା। ୧୪ ମେ ୨୦୨୬ ଦିନ ପ୍ରତିଷ୍ଠାର ଶୀତଳ ପୂଜା ସହିତ କାର୍ଯ୍ୟକ୍ରମ ସମାପନ ହୋଇଛି।
ଝାରସୁଗୁଡା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0