।। ଜିଲ୍ଲା ସ୍ତରୀୟ ଖରିଫ କୃଷି କାର୍ଯ୍ୟ ଯୋଜନା ବୈଠକ ଅନୁଷ୍ଠିତ: କୃଷି-ପର୍ଯ୍ୟଟନ ଓ ମିଶନ ଶିମିଳିପାଳକୁ ଜନାଦୃତ କରାଇବାପାଇଁ ଜିଲ୍ଲାପାଳ ଦେଲେ ନିର୍ଦ୍ଦେଶ ।।

ବାରିପଦା: ୨୭.୦୬.୨୦୨୪// ଆଗାମୀ ଖରିଫ ଋତୁରେ ହେବାକୁ ଥିବା କୃଷିକାର୍ଯ୍ୟର ସଠିକ ପରିଚାଳନା ପାଇଁ ବୁଧବାର ଦିନ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ମହାତ୍ମାଗାନ୍ଧୀ ବୈଠକ ଗୃହରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ କୃଷି କାର୍ଯ୍ୟ ଯୋଜନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ସିଦ୍ଧାର୍ଥ ବେହୁରା ଜିଲ୍ଲାରେ କୃଷି ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନା କରିଥିଲେ। ସୂଚନାନୁସାରେ, ଜିଲ୍ଲାରେ ୩୯୫୦ଟି ଗ୍ରାମ ମଧ୍ୟରୁ ସମୁଦାୟ ଚାଷ ହୋଇଥିବା କ୍ଷେତ୍ର ୪୧୨୨୮୦ ହେକ୍ଟର ହୋଇଥିବା ବେଳେ ସେଥି ମଧ୍ୟରୁ ୨୪୪୨୪୫ ହେକ୍ଟର ସମ୍ପୂର୍ଣ୍ଣ ଜଳସେଚିତ ଅଂଶର ଅନ୍ତର୍ଭୁକ୍ତ। ଯେଉଁଥିରୁ ହାରାହାରି ୭୮% ପ୍ରତିଶତ ପ୍ରାନ୍ତ କୃଷକ, ୧୬% ପ୍ରତିଶତ କ୍ଷୁଦ୍ର ଚାଷୀ ଏବଂ ୪% ପ୍ରତିଶତ ମାଧ୍ୟମ ଚାଷୀ ପରିବାର ଲାଭବାନ ହେଉଛନ୍ତି। ଏହି ବୈଠକରେ ଚଳିତ ରବି ଋତୁରେ ହୋଇଥିବା ଚାଷର ବିବରଣୀ ଶ୍ରୀ ବେହୁରା ପ୍ରଦାନ କରିଥିଲେ ଏବଂ କହିଥିଲେଯେ ରବି ଫସଲ ମୁଖ୍ୟତଃ ତୈଳ ଉତ୍ପାଦନ ଜାତୀୟ ଫସଲ ଯଥା ସୋରିଷ, ବାଦାମ, ରାଶି, ସୂର୍ଯ୍ୟମୁଖୀ ଇତ୍ୟାଦି ହାରାହାରି ୧୨୪୪୨ କ୍ୱିଣ୍ଟାଲ ମଞ୍ଜି ଉତ୍ପାଦନକ୍ଷମ ହେବାପାଇଁ ପ୍ରସ୍ତୁତ ହୋଇଛି । ଏହି ପରିପ୍ରେକ୍ଷୀରେ କୃଷି ଯାନ୍ତ୍ରିକରଣ ମାଧ୍ୟମରେ ଜଳନିଧି ଏବଂ ସୌର ଜଳନିଧି ଯୋଜନା ମାଧ୍ୟମରେ ଚାଷଜମି ମାନଙ୍କୁ ଜଳସେଚିତ କରାଯାଉଛି ଏବଂ ଏହି ଉପଲବ୍ଧି ଦେଖି ଜିଲ୍ଲାପାଳ ସନ୍ତୋଷ ପ୍ରକାଶ କରିଥିଲେ। ଏଥର ଖରିଫ ଋତୁ ଚାଷ ପାଇଁ ନୂତନ ଯୋଜନା ଏବଂ ନୂତନ ଖସଡ଼ା ବିଷୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ, ତତ୍ସହିତ ନୂତନ କାର୍ଯ୍ୟପନ୍ଥାକୁ ନେଇ ଜିଲ୍ଲାପାଳ ଯୁଗୋପଯୋଗୀ ମତ ଦେଇଥିଲେ । ପ୍ରଦର୍ଶନ, ସଚେତନତା ତାଲିମ ଏବଂ ଅନ୍ୟାନ୍ୟ ଯୋଜନାବଦ୍ଧ ହସ୍ତକ୍ଷେପ ମାଧ୍ୟମରେ ଚାଷ ବିଷୟରେ ତାଲିମ, ଏକୀକୃତ କୃଷି ପ୍ରଣାଳୀ ମାଧ୍ୟମରେ ବ୍ୟକ୍ତିଗତ ଏବଂ ସମ୍ପ୍ରଦାୟ ମାଧ୍ୟମରେ ଆୟକୁ ସଶକ୍ତ କରିବା, FPO ଏବଂ MART ମାଧ୍ୟମରେ ବଜାର ଲିଙ୍କେଜ୍ ଦ୍ୱାରା ଉତ୍ପାଦର ମାର୍କେଟିଂ ନିଶ୍ଚିତ କରିବା, ବୈଷୟିକ ଜୀବିକା ବିବିଧତା ଶିକ୍ଷଣ, MKUY ପ୍ରକଳ୍ପ ମାଧ୍ୟମରେ କୃଷି କ୍ଷେତ୍ରରେ କୃଷି କ୍ଷେତ୍ରରେ ଘରୋଇ ନିବେଶକୁ ପ୍ରୋତ୍ସାହିତ କରିବା, ଇ ପେଷ୍ଟ ନୀରିକ୍ଷଣ ଏବଂ ସମନ୍ୱିତ ପୋକ ଏବଂ ରୋଗ ପରିଚାଳନା ମାଧ୍ୟମରେ ପରିଚାଳନା ଇତ୍ୟାଦି ନୂତନ ପଦ୍ଧତ୍ତି ସମସ୍ତ ଗ୍ରହଣ ସମେତ କୃଷି-ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ଏହି ବୈଠକରେ ସୂଚନା ଦେଇଥିଲେ। ଅଧିକରୁ ଅଧିକ ସୋଲାର ବୋରୱେଲ ଯୋଗେ ସମସ୍ତ ଚାଷଜମିକୁ ଜଳସେଚିତ କରାଯିବ ଏବଂ ମିଶନ ଶିମିଳିପାଳକୁ ଅଧିକରୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଜିଲ୍ଲାପାଳ କହିଥିଲେ।ସେହିଭଳି ଭାବେ ଉଦ୍ୟାନ କୃଷିରେ ଲଙ୍କା, ଧନିଆପତ୍ର, ଅଦା, ହଳଦୀ, ଗୋଲମରିଚ ଆଦି ଚାଷ ପାଇଁ ଅଧିକ କାର୍ଯ୍ୟକ୍ଷମ ପ୍ରକ୍ରିୟା ସଂଯୋଜନା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ବୈଠକରେ, ଜିଲ୍ଲାର ସମସ୍ତ କୃଷି ଅଧିକାରୀଙ୍କ ସମେତ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରଜନୀକାନ୍ତ ସ୍ୱାଇଁ ଏବଂ ଜିଲ୍ଲା କୃଷି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିବା ସୂଚନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣିଙ୍କ ଠାରୁ ପ୍ରକାଶ।
ମୟୂରଭଞ୍ଜ, ବାରିପଦାରୁ -ଗୌର ଦାସ ଗିରି ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






