କଳାହାଣ୍ଡି ଜିଲ୍ଲା ଜାତୀୟ ସାମ୍ବାଦିକ ଦିବସ ପାଳନ

Nov 17, 2024 - 05:45
 0  17
କଳାହାଣ୍ଡି ଜିଲ୍ଲା ଜାତୀୟ ସାମ୍ବାଦିକ ଦିବସ ପାଳନ

ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଏଠି ଲୋକମାନଙ୍କୁ ଶିର୍ଷସ୍ଥାନ ପ୍ରଦାନ କରାଯାଇଛି । ହେଲେ ଏହି ଗଣତନ୍ତ୍ର ରୂପକ ସୁନ୍ଦର ମହଲ ଚାରୋଟି ସ୍ତମ୍ଭ ଉପରେ ଠିଆ, ସେଗୁଡିକ ହେଉଛି ବ୍ୟବସ୍ଥାପିକା, କାର୍ଯ୍ୟପାଳିକା, ନ୍ୟାୟପାଳିକା ଏବଂ ସାମ୍ବାଦିକତା । ସାମ୍ବାଦିକତା ଗୋଟିଏ ସ୍ତମ୍ବ ଆଉ ଘରର ଚାରି ଗତି ସ୍ତମ୍ବରୁ ଗୋଟିଏ ସ୍ତମ୍ବ ଦୁର୍ବଳ ହେଲେ ସେହି ଘର ଭୁଶୁଡ଼ି ପଡ଼ିବା ସେହିଭଳି ଆମ ଗଣତନ୍ତ୍ର ରାଷ୍ଟ୍ର ରେ ମଧ୍ୟ ହୋଇଥାଏ। ସେଥିପାଇଁ ୧୯୬୬ ମସିହାରେ ପ୍ରେସ କମିଶନ୍ ନଭେମ୍ବର ୧୬ କୁ ପ୍ରତିବର୍ଷ ସାମ୍ବାଦିକତା ଦିବସ ରୂପେ ପାଳନ କରିବା ପାଇଁ ନିଷ୍ପତି ନେଲା । ଆଜି କଳାହାଣ୍ଡି ଜିଲ୍ଳା କକାସର ବ୍ଲକ ରେ କଳାହାଣ୍ଡି ଜିଲ୍ଲା ତରଫରୁ ଦୃଢ଼ ମନୋଭାବରେ ସମସ୍ତ ସାମ୍ବାଦିକ ଭାଇ ବନ୍ଧୁ ଏକତ୍ରିତ ହୋଇଥିଲେ ଯାହାଫଳରେ ସରକାରୀ କର୍ମଚାରୀ ତଥା ରାଜନେତା ଏବଂ ଭଦ୍ରବ୍ୟକ୍ତି ସମସ୍ତେ ଉପସ୍ଥିତ ରହି ଜାତୀୟ ସାମ୍ବାଦିକ ଦିବସ ପାଳନ ହେଇଥିଲା । ତୋତ୍ସହିତ ଅନେକ ପ୍ରେରଣା ମଧ୍ୟ ଦିଆଯାଇଥିଥିଲା ।

କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନ, ଉପେନ୍ଦ୍ର ନାଗ ସହ ରଜନୀକାନ୍ତ ଶଗଡ଼ିଆ ଙ୍କ ରିପୋର୍ଟ୍ FIRST NEWS ODISHA.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ