ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଜିଲ୍ଲା ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ

Apr 22, 2025 - 21:12
 0  21
1 / 1

1.

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଜିଲ୍ଲା ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ନୂଆପଡାରେ ଅନୁଷ୍ଠାନର ଅଧ୍ୟକ୍ଷ ନରୋତ୍ତମ ଭୋଇଙ୍କ ସଭାପତିତ୍ବରେ ଜିଲ୍ଲା ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ମୁଖ୍ୟ ବକ୍ତା ଭାବରେ ଶିକ୍ଷାବିତ ଡଃ ଶିବ ପ୍ରସାଦ ବେହେରା, ସମ୍ମାନିତ ଅତିଥି ଭାବରେ ଉପ ଜିଲ୍ଲାପାଳ ଗୋଗେନ୍ଦ୍ର ମାଝୀ , ଜିଲ୍ଲା ଶିକ୍ଷା ଅଧିକାରୀ କରୁଣା କର ଭୁଏ ଯୋଗଦାନ କରିଥିଲେ। ଜିଲ୍ଲାର ସମସ୍ତ ବ୍ଲକ ରୁ ସିଆରସିସି,ଶିକ୍ଷକ,ଅଙ୍ଗନୱାଡ଼ି ସୂପର ଭାଇଜର, ଅଙ୍ଗନୱାଡ଼ି କର୍ମୀ, ସିଡ଼ିପିଓ, ଏଫ୍ଏଲ୍ଏନ ମଡେଲ ସ୍କୁଲ ଟାନୱାଟ ଓ ପ୍ରୟୋଗଶାଲା ବାଳକ ଉ ପ୍ରା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ର ଛାତ୍ରୀ ଟିଏଲଏମ ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିଥିଲେ। ଅତିଥି ମାନଙ୍କ ଦ୍ଵାରା ପ୍ରତିଷ୍ଠାନର ନିଉଜ୍ ଲେଟର "ସାଲିହା" ଉନ୍ମୋଚନ ହୋଇଥିଲା , ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଭୀମସେନ ଶବର ଓଡ଼ିଆ ବର୍ଣ୍ଣମାଳା ଅ ରୁ ଔ ଏବଂ ଇଂରାଜୀ ବର୍ଣ୍ଣ ମାଳା ଏ ରୁ ଜେଡ ପ୍ରତ୍ୟେକ ଅକ୍ଷରରେ ଗୋଟିଏ ଲେଖାଏଁ ପ୍ରେରଣା ଦାୟକ ବକ୍ତବ୍ୟ ରଖି ଥିଲେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଯୋଗେନ୍ଦ୍ର ମାଝୀ ମୌଳିକ ସାକ୍ଷରତା ଓ ସଂଖ୍ୟା ଉପରେ ମାର୍ଗଦର୍ଶନ କରିଥିଲେ। ମୁଖ୍ୟ ବକ୍ତା ପ୍ରଫେସର ବେହେରା ବିଭିନ୍ନ ମହାପୁରୁଷ, ବୈଜ୍ଞାନିକ ମାନଙ୍କର ଜୀବନୀ ଉପରେ ଆଲୋକପାତ କରି ଉତ୍ସାହିତ କରିଥିଲେ । ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀକୁ ଅତିଥି ମାନେ ଉଦଘାଟନ କରି ସମସ୍ତଙ୍କୁ ପ୍ରଶଂସା କରିଥିଲେ। ସର୍ବମୋଟ ୨୩୩ ଟି ବିଷୟ ଓ ପ୍ରସଙ୍ଗ ଭିତ୍ତିକ ଟିଏଲଏମ ପ୍ରଦର୍ଶନ ହୋଇଥିଲା। ଅନୁଷ୍ଠାନର ବରିଷ୍ଠ ପ୍ରଶିକ୍ଷକ ବିକ୍ରମାଦିତ୍ୟ ସିଂ ବରିହା କାର୍ଯକ୍ରମର ସଂଯୋଜନା କରିଥିବା ବେଳେ ରୀନ ବାଗ, ଟିକେଶ୍ୱର୍ ପାର୍ନା, ବବିତା ଶବର ଓ ଅନିତା ଶବର କାର୍ଯ୍ୟକ୍ରମକୁ ଆକର୍ଷଣୀୟ ଭାବେ ତତ୍ତ୍ଵାବଧାନ କରି ସଫଳ ରୂପାୟନ କରିଥିଲେ। ପରିଶେଷରେ ଶଙ୍କର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା 

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ