ଜାତୀୟସ୍ତରୀୟ ଖୋ ଖୋ ଚାମ୍ପିୟନସିପରେ ଭାଗ ନେବେ ମୟୁରଭଞ୍ଜର ଅର୍ଜୁନ

Jan 9, 2026 - 18:52
 0  34
ଜାତୀୟସ୍ତରୀୟ ଖୋ ଖୋ ଚାମ୍ପିୟନସିପରେ ଭାଗ ନେବେ ମୟୁରଭଞ୍ଜର ଅର୍ଜୁନ

ବାରିପଦା - ତା :- ୧୦/୦୧/୨୦୨୫ ରିଖ ତେଲେଙ୍ଗାନା ଠାରେ ଅନୁଷ୍ଠିତ ହେବାକୁ ଥିବା ୫୮ ତମ ବରିଷ୍ଠ ଜାତୀୟ ଖୋ ଖୋ ଚମ୍ପିୟାନସିପରେ ଅଂଶଗ୍ରହଣ କରୁଥିବା ଓଡିଶା ଦଳରେ ସ୍ଥାନ ପାଇଛନ୍ତି ମୟୁରଭଞ୍ଜର ଅର୍ଜୁନ ସିଂ I ଏହି ଚମ୍ପିୟାନସିପ ତେଲେଙ୍ଗାନାର କାଜିପେଟ ରେଲୱେ ପଡିଆରେ ଚଳିତ ମାସ ୧୧ ରୁ ୧୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ I ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ତରଫରୁ ପୁରୀ ସ୍ଥିତ ଜଗନ୍ନାଥ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଚୟନ ଶିବିରରେ ଉଚ୍ଚ ମାନର ଖେଳ ପ୍ରଦର୍ଶନ କରି ଅର୍ଜୁନ ଏହି ସୌଭାଗ୍ୟ ଅର୍ଜନ କରିଛନ୍ତି I ବଡ଼ସାହି ବ୍ଲୁ ଖୋ ଖୋ କ୍ଲବରେ କୋଚ ଧର୍ମେନ୍ଦ୍ର ପଣ୍ଡାଙ୍କ ଠାରୁ ପ୍ରଶିକ୍ଷଣ ପାଇ ରାଜ୍ୟ ଦଳରେ ସୁଯୋଗ ପାଇଛନ୍ତି ବୋଲି ଅର୍ଜୁନ ପ୍ରକାଶ କରିଛନ୍ତି I ଶାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ମହୁଲକରକଚିଆ ଗ୍ରାମର ସୁଦାନ ସିଂ ଓ ବାସିନୀ ସିଂ ଙ୍କ ପୁତ୍ର ଅର୍ଜୁନ ବର୍ତ୍ତମାନ ଆନ୍ଧ୍ରପ୍ରଦେଶରେ ଶାରୀରିକ ଶିକ୍ଷା ପ୍ରଶିକ୍ଷଣ ନେଉଛନ୍ତି I ଖବର ପାଇ ଜିଲ୍ଲାପାଳ ହେମକାନ୍ତ ସୟ, ଜିଲ୍ଲା କ୍ରୀଡା ଅଧିକାରୀ ଡଃ ସୁଭାଶିଷ ନାୟକ, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ଉପ ସଭାପତି ବିବେକାନନ୍ଦ ପଟ୍ଟନାୟକ ଓ ମନୋଜ କୁମାର ସାଓ, ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଙ୍କ ସମେତ ସମସ୍ତ କାଉନସିଲ ସଦସ୍ୟ ଅଭିନନ୍ଦନ ଜଣାଇବା ସହ ପରବର୍ତ୍ତୀ ଖେଳ ପାଇଁ ସଫଳତା କାମନା କରିଛନ୍ତି I

What's Your Reaction?

Like Like 1
Dislike Dislike 1
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ