ଜାତୀୟ ଯୁବ ଦିବସ ଅବସରରେ ସମୂହ ବନ୍ଦେ ମାତରମ ଗାନ
ବାରିପଦା ତା ୧୨/୦୧(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ଭାରତର ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ ର ୧୫୦ତମ ବାର୍ଷିକୀ ପାଳନ କରାଯାଉଥିବା ବେଳେ ଆଜି ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିନ ତଥା ଜାତୀୟ ଯୁବ ଦିବସ ପାଳନ ଅବସରରେ ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ ସାମୂହିକ ଭାବେ ଗାନ କରାଯାଇଥିଲା. ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଦୁଖବନ୍ଧୁ ନାୟକ ତଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ରାଷ୍ଟ୍ର ଚେତନାକୁ ଜାଗ୍ରତ କରୁଥିବା ଭାବପୂର୍ଣ୍ଣ ରାଷ୍ଟ୍ରୀୟ ବନ୍ଦନାକୁ ସମ୍ମାନ ଓ ଭକ୍ତି ପ୍ରଦର୍ଶନ କରି ଶ୍ରଦ୍ଧାର ସହିତ ସମସ୍ତେ ସମୂହ ଭାବେ ଗାନ କରିଥିଲେ। ଏହାପରେ ଜିଲ୍ଲାପାଳ ଶ୍ରୀ ସୟ, ଉପସ୍ଥିତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଆତ୍ମ ନିର୍ଭର ଭାରତ ଗଠନ ନେଇ ସ୍ବଦେଶୀ ସଂକଳ୍ପ ପତ୍ର ଶପଥ ପାଠ କରାଇଥିଲେ. ସେହିପରି ଏକ ଆତ୍ମ ନିର୍ଭର ସମୃଦ୍ଧ ରାଷ୍ଟ୍ର ଗଠନରେ ଯୁବ ଶକ୍ତିହିଁ ମୁଖ୍ୟ ଭୂମିକା ନିର୍ବାହ କରିଥାଏ ବୋଲି କହି, ସମସ୍ତଙ୍କୁ ସ୍ବେଦେଶୀ ଉତ୍ପାଦ ବ୍ୟବହାର ପାଇଁ ଜିଲ୍ଲାପାଳ ଆହ୍ୱାନ କରିଥିଲେ. ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଡ଼ଃ ଶୁଭାଶିଷ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0