ଜଙ୍ଗଲ ନିଆଁ ନିରାକରଣ ସଚେତନତା କର୍ମଶାଳା।

Feb 23, 2025 - 19:30
 0  12
1 / 1

1.

ଜଙ୍ଗଲ ନିଆଁ ନିରାକରଣ ସଚେତନତା କର୍ମଶାଳା।

ରାୟଗଡ଼ା ଜିଲ୍ଲା ର ମୁନିଗୁଡ଼ା ବନାଞ୍ଚଳ ଅଧିକାରୀ ଙ୍କ କାର୍ଯ୍ୟାଳୟ ସଂଲଗ୍ନ ଗୋଷ୍ଠୀ ବନଗୃହ ପରିସରରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ଓ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କର୍ମଶାଳା ସଫଳତା ସହ ଅନୁଷ୍ଠିତ ହୋଇଯାଇଛି। ବନ୍ୟଞ୍ଚଳ ଅଧିକାରୀ ଶ୍ରିଯୁକ୍ତ ଅନୀଲ କୁମାର ବାଲାଙ୍କ,ନେତୃତ୍ବରେ ପରିଚାଳିତ ଉକ୍ତ କାର୍ଯ୍ୟକ୍ରମରେ ଚନ୍ଦ୍ରପୁର, ମୁନିଗୁଡ଼ା, ଏବଂ ବିଷମକଟକ ବ୍ଲକର ସରପଞ୍ଚ ସମିତି ସଭ୍ୟ,ୱ।ର୍ଡ ମେମ୍ବର,ପ୍ରକୃତି ବନ୍ଧୁ, ବିଭାଗୀୟ କର୍ମଚାରୀ, ଅଗ୍ନି ସମ ଓ ଜରୁରୀ କାଲିନ ସେବା ବିଭାଗର କର୍ମଚାରୀ , ସ୍ଵେଚ୍ଛାସେବୀ ସଂଗଠନ କର୍ମକର୍ତ୍ତା, ଯୋଗ ଦାନ କରିଥିଲା ବେଳେ, ବ୍ଲକ ଅଧ୍ୟକ୍ଷା ଶ୍ରିମତୀ ଦୁଃଖିନୀ ନୁଣ୍ଡୁକା, ସମାଜସେବୀ ତଥା ସମବାୟ ବିତ୍ ଶ୍ରିଯୁକ୍ତ ଜଗନ୍ନାଥ ନୁଣ୍ଡୃକା, ପୂର୍ବତନ ବ୍ଲକ ସମିତି ଅଧ୍ୟକ୍ଷ ତଥା ପ୍ରକୃତି ବନ୍ଧୁ ମିନକେତନ ଷଡ଼ଙ୍ଗୀ,ସୁବେଦାର ମଦନ କୁମାର ସେଠୀ, ଅବୈତନିକ ଜିଲ୍ଲା ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ଡଃ ଗୈରାଙ୍ଗ ଚରଣ ରାଉତ, ସମ୍ବଳ ବ୍ୟକ୍ତି ରୂପେ ମଞ୍ଚାସିନ ଥିଲେ। ପ୍ରକୃତି ବନ୍ଧୁ ବିଜୟ ପ୍ରସାଦ ଉଲ୍ଲାକା, ଅଶ୍ଵିନୀ କୁମାର ବାରିକ, ଶରତ କୁମାର ସାହୁ, ପ୍ରମୋଦ କୁମାର ସାହୁକାର, ସରପଞ୍ଚ ମାନଙ୍କ ମଧ୍ୟରେ ଉପେନ୍ଦ୍ର ସିକୋକା,ସରସ୍ଵତୀ ଶବର, ପ୍ରକାଶ କର୍ସିକା,ଭିମ ଗଗେରେଙ୍ଗା, ଫୁଲ ମାଇଁ କାଡ଼୍ରିକା,ଗୈରୀ ଗିଡିବାକା, ପ୍ରମିଲା ସିକୋକା, ସୁନୀତା ପିଡିକାକା,ଜର୍ମିନା ପାଡାଗାଣ୍ଡା , ଫକିର ମୋହନ ଗୁମିଡାଙ୍ଗା, ସମିତି ସଭ୍ୟ ମମତା ପ୍ରାସ୍କା, ସମିତି ସଭ୍ୟ ଅନଙ୍ଗ ନାଗ,ସାମନ୍ତ ଆମ୍ବାଡି, ସ୍ଵେଚ୍ଛାସେବୀ ସଂଗଠନ ର ଫାର୍ ହର୍ଷଟ୍ରଷ୍ଟ୍, ଶିକ୍ଷା ସନ୍ଧାନ ର ଦିଲିପ୍ ଓଝା, ସାମାଜିକ କର୍ମୀ ରୂଦ୍ର ମୁଗୁଲି,ସୁସିଲା ସରାଫ୍,ବନପାଳ ପ୍ରୋମୋଦିନୀ ମାଣ୍ଡାଙ୍ଗୀ, ବନପାଳ ମାଝୀ ମହାପାତ୍ର,ବନପାଳ ସୁଜାତା ସୁନା ମୁଦି, ପ୍ରମୁଖ କାର୍ଯ୍ୟ କ୍ରମରେ ଅଂଶଗ୍ରହଣ କରି ଜନସଚେତନତା ଗ୍ରାମ ସ୍ତରରେ ବ୍ୟାପକରୁ ବ୍ୟାପକତର କରିବା ଉଦ୍ଦେଶ୍ୟରେ ଗୁରୁତ୍ଵ ଦେଇଥିଲେ। ପୋଡ଼ୁ ଚାଷ, ମହୁଲ ସଂଗ୍ରହ,କପା ଓ ନିଳଗିରି କ୍ଷେତନିକଟରେ ,ଲଗାଯାଉଥିବା ନିଆଁ କୁ କିପରି ନିୟନ୍ତ୍ରଣାଧୀନ କରାଯାଇପାରିବ ତାହା ପଲ୍ଲୀ ସଭା ଏବଂ ଗ୍ରାମ ସଭା ମାଧ୍ୟମରେ ପ୍ରସାରିତ କରିବାପାଇଁ ଏହି ଅବସରରେ ସମସ୍ତ ପଞ୍ଚାୟତ ପ୍ରତିନିଧିମାନଙ୍କୁ, ଆହ୍ୱାନ ଦିଆଯାଇଥିଲା। ଦୋଳ ଗୋବିନ୍ଦ ନାୟକ ପରିବେଶ ସୁରକ୍ଷା ସଂଗିତ ଗାନ କରିଥିଲେ। ବନରକ୍ଷୀ ବିଶ୍ୱଜିତ ମହାରଣା, ମଞ୍ଚ ପରିଚାଳନା ସହ ଆମ ଜଙ୍ଗଲ ଯୋଜନାର ବିଘ୍ନରାଜ ମିଶ୍ର ବନରକ୍ଷୀ ରୋନିତ ମହାରଣା, ବନ୍ୟପ୍ରାଣୀ ସୁରକ୍ଷା ଦଳ ସହଯୋଗ କରିଥିଲେ।

ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ