।। ଘୋଡାଘାଟ ନଦୀ ପାଖରେ ପଡ଼ି ଥିବା ମହିଳାଙ୍କ ହତ୍ୟା ର ଅଭିଯୁକ୍ତ ଗିରଫ,ନୂଆପଡ଼ା ପୋଲିସ କୁ ବଡ଼ ସଫଳତା ।।

May 30, 2023 - 19:54
 0  15
।। ଘୋଡାଘାଟ ନଦୀ ପାଖରେ ପଡ଼ି ଥିବା ମହିଳାଙ୍କ ହତ୍ୟା ର ଅଭିଯୁକ୍ତ ଗିରଫ,ନୂଆପଡ଼ା ପୋଲିସ କୁ ବଡ଼ ସଫଳତା ।।

ନୂଆପଡା ଜିଲ୍ଲା କୋମନା ଥାନା ଦେଓଦରା ଘୋଡାଘାଟ ନଦୀ ପାଖରେ ଗତକାଲି ପଡ଼ି ରହିଥିଲା ଜଣେ ମହିଳାଙ୍କ ମୃତଦେହ।ଏହା କୁ ନେଇ ପୋଲିସ ଅଧିକ ତଦନ୍ତ କରି ଥିବା ମହିଳା ଙ୍କ ପରିଚୟ ହେଉଛି କୋମନା ଥାନା ଛତା ଗାଁର ସୁନେ ତାଣ୍ଡି ବୋଲି ଜଣାଥିଲା। ତାଙ୍କ ସ୍ଵାମୀ ଜଗବନ୍ଧୁ ତାଣ୍ଡି ଘରୁ ଡାକି ନେଇ ହତ୍ୟା କରିଥିବା ପରିବାର ତରଫରୁ ସନ୍ଦେହହ କରି କୋମନା ଥାନା ରେ ଅଭିଯୋଗ ହୋଇଥିବା ବେଳେ କୋମନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ଅଧିକ ତଦନ୍ତ କରି ଥିବା ବେଳେ ଆଜି ସିନାପାଲି ରେ ଅଭିଯୁକ୍ତ ସ୍ବାମୀ ଙ୍କୁ ପୋଲିସ ଗିରଫ କରି ପଚରା ଉଚରା କରିଥିବା ରୁ ସ୍ତ୍ରୀ ଙ୍କୁ ମାରି ଥିବା ସ୍ବୀକାର କରିଥିଲା ।ପରେ ଘଟଣା ସ୍ଥଳ କୁ ନେଇ ଘଟଣା ର ସିନ କ୍ରିୟେଟ କରିଥିଲା ।ଏହି ଘଟଣା କୁ ନେଇ ନୂଆପଡ଼ା ପୋଲିସ ଆରକ୍ଷୀ ଅଧିକ୍ଷକ ରାଘବେନ୍ଦ୍ର ଗୁଣ୍ଡାଲା ରେଡ୍ଡୀ,ନୂଆପଡ଼ା ଏସଡିପିଓ ପ୍ରଶାନ୍ତ କୁମାର ପଟ୍ଟନାୟକ,କୋମନା ଆଇଆଇସି ଜ୍ୟୋତି ରଞ୍ଜନ ଗଉଡ ପ୍ରମୁଖ ପୋଲିସ ଙ୍କ ଉପସ୍ଥିତି ରେ ଅଭିଯୁକ୍ତ ଙ୍କୁ ନେଇ ସିନ କ୍ରିୟେଟ୍ କରିଥିଲେ ।ପୋଲିସ ପକ୍ଷ ରୁ ଏହା ପରକିଆ ପ୍ରୀତି ଯୋଗୁ ଏହି ଘଟଣା ଘଟିଥାଇ ପାରେ ବୋଲି କହିଛନ୍ତି ।ଏହି ଘଟଣା ର ଅଧିକ ତଦନ୍ତ ଜାରି ରହିଛି ତଦନ୍ତ ପରେ ହିଁ ଜଣା ପଡ଼ିବ କଣ ରହିଛି ପ୍ରକୃତ ସତ୍ୟ ବୋଲି ସୂଚନା ଦେଇଛନ୍ତି।

ନୁଆପଡ଼ାରୁ ବିରବଲ ପ୍ରଧାନଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ