ଗୋବିନ୍ଦ କାକାଙ୍କୁ ମୃତ୍ୟୁରେ ଶୋକ
କୋଲାବିରା, ୧୨ । ୩ (ଫାଷ୍ଟ ନ୍ୟୁଜ ଓଡିଶା): କୋଲାବିରା ଅଂଚଳର ଜଣାଶୁଣା ସମାଜସେବୀ ଗୋବିନ୍ଦ କାକାଙ୍କ ଆଜି ପ୍ରତ୍ୟୁଷରୁ ନିଧନ ହୋଇଛି । କୋଲାବିରା ତେଲେଙ୍ଗା ପତାର ବାସିନ୍ଦା ଗୋବିନ୍ଦ ଚନ୍ଦ୍ର ଭୋଇ ଗୁରୁବାର ସକାଲ ୯ ଟା ମୟରେ ୮୭ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି । ସେ ସମ୍ପୁର୍ଣ ରୂପେ ସୁସ୍ଥସବଲ ଥିବା ବେଳେ ଦୁଇଦିନ ପୂର୍ବରୁ ସାମାନ୍ୟ ଅସୁସ୍ଥତା ପାଇଁ ଝାରସୁଗୁଡା ଠାରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା ଏବଂ ଦିନକ ପୂର୍ବରୁସେ ସୁସ୍ଥ ହୋଇ ଘରକୁ ଫେରିଥିଲେ ଏବଂ ଆଜି ସକାଳୁ ତାଙ୍କର ମୃତ୍ୟୁ ଘଟିଛି । କେଲତା ଜାମମାଲ ପ୍ରଥମିକ ବିଦ୍ୟାଳୟରୁ ୧୯୯୮ମସିହାରେ ଶିକ୍ଷକତାରୁ ଅବସର ଗ୍ରହଣ ପରେ ସମାଜସେବା ସାଙ୍ଗକୁ ଜାତି ସମାଜର ହିତ ଉଦ୍ଦେଶ୍ୟରେ ସର୍ବଦା ତତ୍ଵର ରହିଆସୁଥିଲେ ଅବସର ପରେ ସେ ଅଂଚଳର ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ରହି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ନିୟୋଜିତ ଥିଲେ,ରାଜା ରାଜୁଡା ଅମଳରୁ ଅଂଚଳର ଯାନୀ ଯାତ୍ରା ପୂଜା ପାର୍ବଣ ଦେବା ଦେବୀଙ୍କ ସମ୍ବନ୍ଧରେ ଅପାର ଜ୍ଞାନ ରଖୁଥିବା ଗୋବିନ୍ଦ କାକାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ ପାଇଛି । ପିଲାଠୁ ବୁଢା ସହକର୍ମୀ ହେଉ କି ସହଯୋଗି ସମସ୍ତେ ତାଙ୍କୁ ଗୋବିନ୍ଦ କକା ବୋଲି ସମ୍ବୋଧନ କରୁଥିଲେ । ଜମିଦାରୀ ସମୟରେ ତାଙ୍କ ସହଯୋଗୀ ହୋଇ ଶାସନ ର ପରିଚାଳନା କରିବା ସହିତ ଜମିଦାରୀ ଉଚ୍ଛେଦ ଆଇନର କାର୍ଯ୍ୟକାରିତା ପର ସରକାରୀ ବ୍ୟବସ୍ଥା ମଧ୍ୟରେ ମଧ୍ୟରେ ଏକ ବେତନ ଭୋଗୀ ଶିକ୍ଷକ ଭାବରେ ନିଜର କର୍ତବ୍ୟ ସଂପାଦନ କରିବା ସହିତ ସେ କୋଲାବିରା ଐତିହ ଅସ୍ମିତା ଓ ଅତୀତକୁ ଅତି ନିକଟରୁ ଦେଖୁଥିଲେ । ରାଜା ଜମିଦାର ଶାସନରେ ସକ୍ରିୟ ସଂଶ୍ଳିଷ୍ଟ ଥିଲେ ଏବଂ ଏତେଦିନ ଯାଏ ଏହାର ଜୀବନ୍ତ ସାକ୍ଷୀ ରୂପେ ଦଣ୍ଡାୟମାନ ଥିଲେ । ପରାଧୂନତା ର ଜର୍ଜରୀତ ସମୟରେ ଜନ୍ମିତ ଗୋବିନ୍ଦ କାକା, ବ୍ରିଟିଶର କଳା ଶାସନ କୁ ଦେଖୁଛତି,ପୁଣି ସାଧନ ଭାରତ ର ସ୍ଵର୍ଣ୍ଣିମ ସୁର୍ଯ୍ୟୋଦୟର ସାଦ ମଧ୍ୟ ଚାଖୁଛନ୍ତି । ତାଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଲିଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଭାବରେ ଶିକ୍ଷକ ସମାଜର ଅନେକ ବରିଷ୍ଠ ତଥା କନିଷ୍ଠ ଶିକ୍ଷକ ତାଙ୍କ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ । ଗାଁ ମଶାଣିରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଏକମାତ୍ର ପୁଅ ବିଲାଶ ଆମ୍ରିୟ ସୃଜନଙ୍କ ଗହଣରେ ଅନ୍ତିମ ସଂସ୍କାର କରିଥିଲେ ।
କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ,ଫାଷ୍ଟ ନ୍ୟୁଜ ଓଡିଶା
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0