।। ଗୋବର୍ଦ୍ଧନପୁର ଠାରେ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ଶିବିର ।।

Feb 4, 2024 - 11:56
 0  18
।। ଗୋବର୍ଦ୍ଧନପୁର ଠାରେ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ଶିବିର ।।

ଲାଞ୍ଜିଗଡ଼(କୋରାପୁଟ ପ୍ରଥମ ଖବର ): ଆମ ଓଡିଶା ନବୀନ ଓଡ଼ିଶା ମାଧ୍ୟମରେ ସହର ଠାରୁ ଆରମ୍ଭ କରି ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ବିକାଶର ମଡେଲ୍ ଦେଖିବାକୁ ମିଳୁଛି। ଆଜି ଏହି ଅବସରରେ ଲାଞ୍ଜିଗଡ଼ ବ୍ଲକ ଅର୍ନ୍ତଗତ ଗୋବର୍ଦ୍ଧନପୁର ପଞ୍ଚାୟତ ପରିସରରେ ସରପଞ୍ଚ ବୈଦେହୀ ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିବାବେଳେ ମୁଖ୍ୟ ବକ୍ତା ଭାବେ ଲାଞ୍ଜିଗଡ଼ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ସାଲଖୁ ହେମ୍ରମ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକର ରୂପାନ୍ତରିତ କରଣ ବିଷୟରେ ମାର୍ଗଦର୍ଶନ ଦେଇଥିଲେ।ଏଥିରେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ସଦସ୍ୟା ଅଞ୍ଜଳୀ ମାଝୀ, ପୁର୍ବତନ ଜିଲ୍ଲାପରିଷଦ ଟଙ୍କଧର ମାଝୀ, ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ମାଝୀ, ନାଏବ ସରପଞ୍ଚ ସଞ୍ଜୀବ କୁମାର ପଣ୍ଡା, ପିଇଡବ୍ଲୁ ମିଡ଼ିଆ ଏସୋସିଏସନ ସଭାପତି ନିଲେଶ କୁମାର ନାଗ, ପ୍ରେସ କ୍ଲବ ସଦସ୍ୟ ଧର୍ମେନ୍ଦ୍ର ପଣ୍ଡାଙ୍କ ସମେତ ସମସ୍ତ ୱାଡ଼ ସଭ୍ୟ/ସଭ୍ୟା ମଞ୍ଚାସିନ ଥିଲେ।ଏଥିରେ ବିଭିନ୍ନ ବିଭାଗ ପକ୍ଷରୁ ଆକର୍ଷଣୀୟ ଷ୍ଟଲ୍ ମାନ ଖୋଲାଯାଇ ରାଜ୍ୟସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକର ସଚେତନତା କରାଯାଇଥିଲା। ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସମାଜିକ ଚାଲି ଚଳନ ଓ ସୁରକ୍ଷାକୁ ନେଇ ସଚେତନ ମୂଳକ ନାଟକ ଓ ନୃତ୍ୟ ପରିବେଷଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟନିର୍ବାହୀ ଅଧିକାରୀ ଅମର ସିଂ ପୁଝାରୀଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସାମ୍ବାଦିକ ସୁଶିଲ କୁମାର ବାଗ ମଞ୍ଚ ପରିଚାଳନା କରିଥିବାବେଳେ ଗ୍ରାମ ରୋଜଗାର ସେବକ ବିଭୁଦାନନ୍ଦ ଭୋଇଙ୍କ ନେତୃତ୍ବରେ ସମସ୍ତ ଗାଁସାଥି,ଏମବିକେ,ସିଆରପି, ଅଙ୍ଗନୱାଡ଼ି କର୍ମୀ,ଆଶା କର୍ମୀ ତଥା ପଞ୍ଚାୟତବାସୀ ଉପସ୍ଥିତ ରହି ବିଶେଷ ସହଯୋଗ କରିଥିଲେ।

ଲାଞ୍ଜିଗଡ଼ ରୁ ସାଗର ବେନାଲ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ