।। ଗୋପାଳପୁର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ।।

Dec 15, 2023 - 17:00
 0  57
।। ଗୋପାଳପୁର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ଗୋପାଳପୁର ଠାରେ ଅନୁସୂଚୀତ ଜାତି ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ସହ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଥୁଆମୂଳ ରାମପୁର ବ୍ଳକ ଅଧ୍ୟକ୍ଷ , ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପ୍ରକଳ୍ପ ଅଧିକାରୀ ଆଇ ଟି ଡ଼ି ଏ ଥୁଆମୂଳ ରାମପୁର, ଏସ୍ ଓ ଥୁଆମୂଳ ରାମପୁର, ଅଧ୍ୟକ୍ଷ ପଞ୍ଚାୟତ ସମିତି ମହାବିଦ୍ୟାଳୟ, ପ୍ରଧାନ ଶିକ୍ଷକ ଗୁଣୁପୁର, ପ୍ରଧାନ ଶିକ୍ଷୟିତ୍ରୀ ବାଳିକା ଉଚ୍ଚବିଦ୍ୟାଳୟ ଗୋପାଳପୁର, ସରପଞ୍ଚ ଗୋପାଳପୁର, ସମିତି ସଭ୍ୟ ଗୋପାଳପୁର,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭରତ ନାଏକ ଓ ଯୁକ୍ତ ଦୁଇ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ନବୀନ କୁମାର ସାହୁ ପୌରହିତ୍ୟ କରିଥିଲେ। ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଶିକ୍ଷକ ଜଗଦୀଶ ଶବର, ସମୀର ରଞ୍ଜନ ସାହୁ ଓ କାଶୀନାଥ ଭୋଇ ମଞ୍ଚ ପରିଚାଳନା କରିଥିଲେ। ଉତ୍ସବର ଶେଷାର୍ଦ୍ଧରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସକ୍ରିୟ ଅଂଶ ଗ୍ରହଣ କରି ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ଜୟଶଙ୍କର ମାହାର ଧନ୍ୟବାଦ ଅର୍ପଣ କରିଥିଲେ।

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ