।। ଖରିଆର ରୋଡରେ ୯୨ ବର୍ଷୀୟ ବୃଦ୍ଧ ନିଜ ମତଦାନ ସାବ୍ୟସ୍ଥ କଲେ ।।

May 19, 2024 - 13:53
 0  35
।। ଖରିଆର ରୋଡରେ ୯୨ ବର୍ଷୀୟ ବୃଦ୍ଧ ନିଜ ମତଦାନ ସାବ୍ୟସ୍ଥ କଲେ ।।

ନୂଆପଡ଼ା : ନୂଆପଡ଼ା ଜିଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରି ଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ଅନେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ବିଶେଷ କରି ନୂଆପଡ଼ା ଭଳି ଉପାନ୍ତ ଜିଲାରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ସହ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଜିଲାର ସହରାଞ୍ଚଳରେ ସଖୀ ବୁଥ ଖୋଲାଯାଇଥିଲା । ୫ଜଣ ମହିଳା ନିର୍ବାଚନ ଅଧିକାରୀ ଏହାର ପରିଚାଳନା ଦାୟିତ୍ଵ ତୁଲାଇଥିଲେ । ଗତ ନିର୍ବାଚନରେ ପିଙ୍କ୍ ବୁଥ୍ ସ୍ଵତନ୍ତ୍ର ଭାବେ ମହିଳାମାନଙ୍କୁ ନିୟୋଜିତ କରାଯାଇଥିଲା । ଚଳିତ ଥର ଜିଲାରେ ୨ଟି ନିର୍ବାଚନ ମଣ୍ଡଳୀରେ ୨୦ଟି ଲେଖାଏଁ ମୋଟ୍ ୪୦ଟି ସଖୀ ବୁଥ ଖୋଲା ଯାଇଥିଲା । ୫ ଜଣ ହିସାବରେ ମୋଟ୍ ୧୦ଟି ଆଦର୍ଶ ବୁଥ୍ ଖୋଲାଯାଇଥିଲା। ଆଦର୍ଶ ବୁଥରେ କମ ସଂଖ୍ୟକ ମହିଳା ଓ ପୁରୁଷ ଅଂଶ ଗ୍ରହଣ କରିଥିଲେ । ତେବେ ସହରାଞ୍ଚଳରେ ଖୋଳାଯାଇଥିବା ସଖୀ ବୁଥରେ ମହିଳାମାନେ ନିଜ ଦାୟିତ୍ଵ ସୁରୁଖୁରୁରେ ତୁଲାଇଥିଲେ । ପ୍ରଥମ ଥର ଏଭଳି ନିର୍ବାଚନ ପରିଚାଳନା କରୁଥିବା ମହିଳା ଅଧିକାରୀମାନେ ଉତ୍ସାହିତ ହୋଇଥିଲେ । ଏପରିକି ଏକ ବୁଥରେ ୯୨ ବର୍ଷୀୟ ବୃଦ୍ଧ ମତଦାନ କେନ୍ଦ୍ରରେ ନିଜ ମତ ସାବ୍ୟସ୍ତ କରିଥିବାର ଦେଖିବାକୁ ମିଳିଥିଲାବେଳେ ଏହି ବୁଥରେ କୁନି କୁନି ଛାତ୍ରୀ ଭୋଲେଣ୍ଟାର ହୋଇ ବୟସ୍କ ମତ ଦାତା ମାନଙ୍କୁ ବୁଥ ପର୍ଯ୍ୟନ୍ତ ନେବା ପାଇଁ ସହଯୋଗ କରିଥିଲେ l ଯାନ୍ତ୍ରିକ ତ୍ରୁଟି କାରଣରୁ ମତଦାନ କିଛି ସମୟ ପାଇଁ ବିଳମ୍ବିତ ହୋଇଥିଲା । ସଦର ବିଜ୍ଞାପିତ ପରିଷଦର ୯ଟି ସଖୀ ବୁଥର ମୋଟ ଭୋଟର ୮୧୮୬ ଜଣ ମତଦାତାଙ୍କ ମଧ୍ୟରୁ ୫୦୬୮ଜଣ (୬୧,୯୧ ପ୍ରତିଶତ) ମତଦାତା ସୁରୁଖୁରୁରେ ନିଜ ମତ ସାବ୍ୟସ୍ତ କରିଥିବା ବେଳେ ଖରିଆର ରୋଡ ବିଜ୍ଞାପିତ ପରିଷଦର ୧୧ଟି ସଖୀ ବୁଥର ମୋଟ ମତଦାତା। ୧୧୬୯୧ଜଣଙ୍କ ମଧ୍ୟରୁ ୮୪୮୧ (୭୨.୫୪ ପ୍ରତିଶତ) ମତ ଦାନ କରିଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ