କ୍ଲଷ୍ଟର ସ୍ତରୀୟ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ
ବାରିପଦା ତା ୧୩/୧୨ (ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୫ନଂ ୱାର୍ଡ ସ୍ଥିତ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିସିପୁର କ୍ଲଷ୍ଟର ସ୍ତରୀୟ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ସିଆରସିସି ଧନଞ୍ଜୟ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କାଉନସିଲର ନିରୁପମା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମ୍ୟ ଦାଶ, ବରିଷ୍ଠ ଶିକ୍ଷକ ସୋମନାଥ ସିଂହ ତଥା କ୍ଲଷ୍ଟରର ଶିକ୍ଷକ ଶିକ୍ଷୟତ୍ରୀ, ପରିଚାଳନା କମିଟିର ସଭ୍ୟ ସଭ୍ୟା ତଥା ଅଭିଭାବକ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ. ଶିକ୍ଷା ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ଉପରେ ସିଆରସିସି ଗୁରୁତ୍ୱାରୋପ କରିଥିଲେ. ନିକଟ ଅତୀତରେ କରାଯାଇଥିବା ସର୍ଭେ ଅନୁସାରେ ପିସି ପୁର କ୍ଲଷ୍ଟର ଅନ୍ତର୍ଗତ ବିଦ୍ୟାଳୟ ବାହାରେ ଥିବା ୧୩ ଜଣ ପିଲାଙ୍କ ମଧ୍ୟରୁ ୯ ଜଣଙ୍କୁ ବିଦ୍ୟାଳୟ ମାନଙ୍କରେ ନାମଲେଖା ସରିଛି ଓ ବାକି ୪ ଜଣଙ୍କୁ ବିଦ୍ୟାଳୟରେ ନାମ ଲେଖାଇବାକୁ ସିଆରସିସି ଶ୍ରୀ ସାହୁ ପରାମର୍ଶ ଦେଇଥିଲେ.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0